ଚୋରକୁ ଧରିବା ପାଇଁ ନୁହେଁ ବରଂ ଏହି ଗୋଟିଏ କାରଣ ପାଇଁ ଫଳ ଦୋକାନୀ ୧୧ ହଜାର ଟଙ୍କା ଧାର କରି ଲଗାଇଲେ CCTV କ୍ୟାମେରା, ଜାଣିଲେ ମୁଣ୍ଡରେ ହାତ ଦେବେ

ଜଣେ ଫଳ ବିକ୍ରେତା 11 ହଜାର ଟଙ୍କା ମିଶାଇ ନିଜ ଫଳ ବିକ୍ରି କରୁଥିବା ସ୍ଥାନ ରେ ଏକ CCTV ଲଗାଇଥିଲେ I କିନ୍ତୁ ଏହି CCTV କ୍ୟାମେରା ଲଗାଇବା ର କାରଣ ଥିଲା କିଛି ଅଲଗା I

ଆଜି ର ଟେକ୍ନୋଲୋଜି ଯୁଗ ରେ ପ୍ରତୋକ ଲୋକେ ଏହା ର ଲାଭ ଉଠାଇବା କୁ ଚାହିଁଥାନ୍ତି I ବ୍ୟବସାୟ କେନ୍ଦ୍ର ରେ ଆଜିକା ସମୟ ରେ ଲୋକେ CCTV ଲଗାଇ ନିଜ ଜିନିଷ ଆଦି ର ହେପାଜତ କରିଥାନ୍ତି I କିନ୍ତୁ ଆଜି ଆମେ ଯେଉଁ ବ୍ୟକ୍ତି ଙ୍କ ବିଷୟ ରେ କହିବାକୁ ଯାଉଛୁ ସେ ନିଜ ହାତ ରୁ 11 ହଜାର ଖର୍ଚ୍ଚ କରି ଏକ CCTV କ୍ୟାମେରା ଲଗାଇଛନ୍ତି କିନ୍ତୁ ଏହା ର କାରଣ ଜାଣି ଆପଣ ମଧ୍ୟ ଆଶ୍ଚଯ୍ୟ ହେବେ I

ଖର୍ଚ୍ଚ କରିଥିଲେ CCTV ରେ 11 ହଜାର ଟଙ୍କା
ବିକାଶ ର ଆଜି ଯୁଗ ରେ CCTV କ୍ୟାମେରା ଏକ ବିଶେଷ ଗୁରୁତ୍ୱ ଜିନିଷ ଅଟେ I ଏହା ଦ୍ୱାରା ଆମେ ଅନେକ ଫାଇଦା ପାଇଥାଉ I ଏବଂ କୌଣସି ସ୍ଥାନ ରେ ଏହି CCTV କ୍ୟାମେରା ଲାଗିଥିବା କାରଣ ରୁ ସେଠାରେ ଯଦି କୌଣସି ଚୋରି ହେଇଥାଏ ତେବେ ଚୋର ସହଜ ରେ ଧରା ପଡିଥାଏ I କିନ୍ତୁ ଆଜି ଜଣେ ଠେଲା ରେ ଫଳ ବିକ୍ରଯ୍ୟ କରୁଥିବା ଲୋକେ CCTV କ୍ୟାମେରା ଲଗାଇ ବେଶ ଚର୍ଚା କୁ ଆସିଛନ୍ତି I

ଘଟଣା ଟି ବିହାର ଅଂଚଳ ର ନାବାଦ ସହର ର ହ୍ୱିସୁଆ ବଜାର ର ଅଟେ I ଏଠାରେ ଜଣେ ଫଳ ବିକ୍ରେତା ନିଜ ଠେଲା ରେ ଫଳ ବ୍ୟବସାୟ କରିଥାନ୍ତି କିନ୍ତୁ ସେ ଏଠାରେ ଏକ CCTV କ୍ୟାମେରା ଲଗାଇଛନ୍ତି I ତାଙ୍କ ର ଏହି କାର୍ଯ୍ୟ କୁ ନେଇ ସେ ପୁରା ମାର୍କେଟ ରେ ଚର୍ଚା ରେ ଅଛନ୍ତି I କିନ୍ତୁ ଶୁଭମ ନିଜ ଫଳ ର ସୁରକ୍ଷ୍ୟା ପାଁଇ ନୁହେ ଅନ୍ୟ କିଛି କାରଣ ପାଁଇ ଏହା କୁ ଲଗାଇଛନ୍ତି I

କିଛି ମିଡ଼ିଆ ରିପୋର୍ଟ ଅନୁସାରେ କିଛି ଦିନ ତଳେ ଶୁଭମ ଙ୍କ ଦୋକାନ ରେ ଜଣେ ଗ୍ରାହକ ଆସିଥିଲେ ଓ ଫଳ କିଣି ଯାଇଥିଲେ ଓ କିଛି ସମୟ ପରେ ନିଜ ମୋବାଇଲ ଛାଡି ଯାଇଥିବା ର କହିଥିଲେ I ଅନେକ ଖୋଜିବା ପରେ ମୋବାଇଲ ମଧ୍ୟ ମିଳି ନ ଥିଲା I ଏହି ଗ୍ରାହକ ଶୁଭମ ଙ୍କ ଉପରେ ମୋବାଇଲ ଚୋରି ର ଆରୋପ ଆଣିଥିଲେ I ଏବଂ ପୋଲିସ ମଧ୍ୟ ଶୁଭମ ଓ ତାଙ୍କ ଭାଇ ଙ୍କୁ ଥାନା କୁ ନେଇଥିଲେ ଓ ପଚରା ଉଚରା ପରେ ଛାଡି ଦେଇଥିଲେ I

ଏହି ଘଟଣା ପରେ ଲଗାଇଥିଲେ CCTV କ୍ୟାମେରା
ଶୁଭମ ଙ୍କ ସହ ଏହି ଘଟଣା ଘଟିବ ପରେ ଶୁଭମ ଙ୍କୁ ଏକ ବୁଢ଼ୀ ଜୁଟାଇଥିଲା ଓ ସେ 11 ହଜାର ଟଙ୍କା ଯୋଗାଡ଼ କରି ଏକ CCTV କ୍ୟାମେରା କିଣିଥିଲେ ଏବଂ ଏହା ର ଉପକରଣ ପାଖ ରେ ଥିବା ଏକ କପଡା ଦୋକାନ ରେ ରଖାଯାଇଥିଲା I ତେଣୁ ଏହା ଦ୍ୱାରା ଆଉ କେହି ମିଛ ଆରୋପ ତାଙ୍କ ଉପରେ ଲଗାଇ ପାରିବେ ନାହିଁ I