କ୍ରିକେଟ ଦୁନିଆର ୧୦ଟି ଏପରି ଅନୋଖା ରେକର୍ଡ, ଯାହାକି ପ୍ରତେକ କ୍ରିକେଟ ପ୍ରେମୀମାନେ ଜାଣିବା ଜରୁରୀ ଅଟେ !

ଅନେକ କ୍ରିକେଟର ନିଜ କ୍ରିକେଟ କ୍ୟାରିୟର ରେ ଅନେକ ବଡ଼ ବଡ଼ ରେକର୍ଡ କରିଛନ୍ତି I କିନ୍ତୁ ଆଜି ଆମେ ଏପରି 10 ଗୋଟି ଆଶ୍ଚଯ୍ୟକର ରେକର୍ଡ ବିଷୟ ରେ କହିବା କୁ ଯାଉଛୁ ଯାହା କି ପ୍ରତୋକ ଲୋକେ ଜାଣିବା ଜରୁରୀ ଅଟେ I

1.ଟେଷ୍ଟ ର ପ୍ରଥମ ଓଭର ରେ ହ୍ୟାଟ୍ରିକ କରିବା
ଭାରତୀୟ ଖେଳାଳି ଇରଫାନ ପଠାନ ଦୁନିଆ ର ଏକମାତ୍ର ଖେଳାଳି ଅଟନ୍ତି I ସେ ଟେଷ୍ଟ ମ୍ୟାଚ ର ପ୍ରଥମ ଓଭର ରେ ହିଁ ହ୍ୟାଟ୍ରିକ କରିଥିଲେ I ଏବଂ ଏହା ସେ ପାକିସ୍ତାନ ବିପକ୍ଷ ରେ 2006 ରେ କରାଚୀ ରେ କରିଥିଲେ I

2.ଟେଷ୍ଟ ର ଦୁଇଟି ମ୍ୟାଚ ରେ 150 ରନ କରିଥିଲେ
ଅଷ୍ଟ୍ରେଲିଆ ଟିମ ର ଆକ୍ରମକ ଖେଳାଳି ଏଲନ ବର୍ଡ଼ର ଏକମାତ୍ର କ୍ରିକେଟର ଅଟନ୍ତି I ଯିଏ କି ଟେଷ୍ଟ ରେ ଦୁଇଟି ସିରିଜ ରେ 150 ରନ କରିଥିଲେ I ଏଲନ ଏହି କାର୍ନାମା 1980 ମସିହା ରେ ପାକିସ୍ତାନ ବିପକ୍ଷ ରେ ଆୟୋଜିତ ହେଇଥିବା ମ୍ୟାଚ ରେ କରିଥିଲେ I ସେ ଗୋଟେ ମ୍ୟାଚ ରେ 150 ରନ ଓ ଅନ୍ୟଟି ରେ 153 ରନ କରିଥିଲେ I

3.ଟେଷ୍ଟ ମ୍ୟାଚ ର ପ୍ରଥମ ବଲ ରେ ଛକ୍କା ମାରିଥିଲେ
ୱେଷ୍ଟଇଣ୍ଡିଜ ଟିମ ର ଆକ୍ରମକ ଖେଳାଳି କ୍ରିସ ଗେଲ କ୍ରିକେଟ ଦୁନିଆ ରେ ଏହିପରି ଜଣେ ଖେଳାଳି ଅଟନ୍ତି I ଯିଏ କି ଟେଷ୍ଟ ମ୍ୟାଚ ରେ ପ୍ରଥମ ବଲ ରେ ଛକ୍କା ମାରିଥିଲେ I କ୍ରିସଗେଲ 2012 ରେ ବାଂଲାଦେଶ ବିପକ୍ଷ ରେ ଏହି ରେକର୍ଡ କରିଥିଲେ I

4.ତିନି ଫର୍ମଟ ରେ ଡେବ୍ୟୁ ମ୍ୟାଚ ର ପ୍ରଥମ ଓଭର ରେ ଵିକେଟ
ଶ୍ରୀ ଲଙ୍କା ଟିମ ର ସମିଦା ଏକମାତ୍ର ବ୍ୟାଟ୍ସମ୍ୟାନ ଯିଏ କି କ୍ରିକେଟ ର ତିନି ଫର୍ମଟ ର ଡେବ୍ୟୁ ମ୍ୟାଚ ରେ ପ୍ରଥମ ଓଭର ରେ ଵିକେଟ ନେଇଥିଲେ I ସମିଦା ବ୍ରେଡ ହେଦିନ ଙ୍କୁ ଆଉଟ କରିଥିଲେ ୱାନଡେ ମ୍ୟାଚ ରେ ସେହିପରି ଟେଷ୍ଟ ରେ ଶେନ ୱାଟ୍ସନ ଙ୍କୁ ଆଉଟ କରିଥିଲା ଓ ଟି 20 ରେ ଗୌତମ ଗମ୍ଭୀର ଙ୍କୁ ଆଉଟ କରିଥିଲା I

5.ଵିକେଟ ପଛ ରେ 999 ଶିକାର
ଦକ୍ଷିଣ ଆଫ୍ରିକା ଟିମ ର ଆକ୍ରମକ ଖେଳାଳି ମାର୍କ ଵୌଚାର ଏକମାତ୍ର ଏପରି ଵିକେଟ କିପର ଅଟନ୍ତି ଯିଏ କି 999 ଗୋଟି ଵିକେଟ ନେଇଛନ୍ତି I ଟେଷ୍ଟ କ୍ରିକେଟ ରେ 555 , ୱାନଡେ ରେ 435 ଓ ଟି 20 କ୍ରିକେଟ ରେ 19 ଗୋଟି ଵିକେଟ ନେଇଛନ୍ତି I

6.ତୃତୀୟ ଓଁପେୟାର ଦ୍ୱାରା LBW ନିଷ୍ପତି
ପାକିସ୍ତାନର ଆକ୍ରମକ ଖେଳାଳି ସୋଏବ ମଲିକ ଏକମାତ୍ର ଖେଳାଳି ଅଟନ୍ତି ଯିଏ କି ତୃତୀୟ ଓଁପେୟାର ଦ୍ୱାରା LBW ଆଉଟ ଦେଇଥିଲେ I ଏହା 2002 ମସିହା ରେ ଚମ୍ପିୟାନ ଟ୍ରଫି ରେ ଘଟିଥିଲା I

7.173 ଵିକେଟ ନେବା ପରେ ମଧ୍ୟ ମିଳି ନ ଥିଲା ବିଶ୍ୱକପ ପାଁଇ ସୁଯୋଗ
ଭାରତୀୟ ଟିମ ର ଦ୍ରୁତ ଖେଳାଳି ଇରଫାନ ପଠାନ ଏକମାତ୍ର ଦ୍ରୁତ ଖେଳାଳି ଅଟନ୍ତି ଯିଏ କି ୱାନଡେ କ୍ରିକେଟ ରେ 173 ଵିକେଟ ନେଇଥିଲେ I କିନ୍ତୁ ତାଙ୍କୁ କେବେ ହେଲେ ବିଶ୍ୱକପ ରେ ସାମିଲ କରାଯାଇନାହିଁ I

8.ଟେଷ୍ଟ ରେ 100 ମ୍ୟାଚ କିନ୍ତୁ ବିଶ୍ୱକପ ରେ ଗୋଟେ ବି ନୁହେଁ
ଭାରତୀୟ ଟିମ ର ପୂର୍ବ କ୍ରିକେଟର ବିବିଏସ ଲକ୍ଷଣ ଦୁନିଆ ର ଏକମାତ୍ର ଦୁର୍ଭାଗ୍ୟପୂର୍ଣ ଖେଳାଳି ଅଟନ୍ତି I ଯିଏ କି ଟେଷ୍ଟ କ୍ରିକେଟ ରେ 100 ରୁ ଅଧିକ ମ୍ୟାଚ ଖେଳିଥିଲେ କିନ୍ତୁ ବିଶ୍ୱକପ ରେ ଗୋଟେ ହେଲେ ମ୍ୟାଚ ଖେଳି ନାହାନ୍ତି I

9.ବିନା ବଲ ରେ ଵିକେଟ ନେଇଥିଲେ
କ୍ରିକେଟ ଇତିହାସ ରେ ବିରାଟ କୋହଲି ଏକମାତ୍ର ଖେଳାଳି ଅଟନ୍ତି I ଯିଏ କି ବିନା ବଲ ରେ ଵିକେଟ ନେଇଛନ୍ତି I ବିରାଟ ନିଜ କ୍ୟାରିୟର ରେ ଟି 20 ରେ ବିନା ବଲ ରେ କେବିନ ପିଟସନ ଙ୍କୁ ଆଉଟ କରିଥିଲେ I ଏବଂ ଏହା ଏକ ବଡ଼ ରେକର୍ଡ ଥିଲା I

10.ଦ୍ୱିତୀୟ ଟିମ ଖେଳାଳି ଙ୍କ ପାଁଇ ଫିଲଡିଂ
2006 ରେ ମୁମ୍ବାଇ ର ଵିକେଟ କିପର ବ୍ୟାଟ୍ସମ୍ୟାନ ବିନାୟକ ଟିମ ରେ ରହିକି ମଧ୍ୟ ୱେଷ୍ଟଇଣ୍ଡିଜ ତରଫରୁ ଫିଲଡିଂ କରିଥିଲେ I ଏହି ମ୍ୟାଚ ୱେଷ୍ଟଇଣ୍ଡିଜ ଓ ଅଷ୍ଟ୍ରେଲିଆ ମଧ୍ୟ ରେ 2006 ରେ ଚମ୍ପିୟାନ ଟ୍ରଫି ଵରଵର୍ଣ ଷ୍ଟାଡିୟମ ରେ ଆୟୋଜିତ ହେଇଥିଲା I