ଆଜିର ରାଶିଫଳ; ୦୫ ମାର୍ଚ୍ଚ ୨୦୨୦ ଗୁରୁବାର : କେମିତି କଟିବ ଆଜିର ଦିନ

ମେଷ

ଆଜି ଆପଣ କୌଣସି ଜଣେ ମହତ୍ତ୍ୱପୁର୍ଣ୍ଣ ବ୍ୟକ୍ତିଙ୍କ ସହ ସମ୍ପର୍କ ଯୋଡି ପାରନ୍ତି । ଧ୍ୟାନ ରଖନ୍ତୁ ଯେପରିକି ସେ ବ୍ୟକ୍ତିଙ୍କ ସାମ୍ନାରେ ଆପଣ ନିଜକୁ ଭଲଭାବେ ପ୍ରସ୍ତୁତ କରିପାରିବେ ।

ବୃଷ

ବହୁଦିନ ଧରି ଥିବା ସମସ୍ୟାର ସମାଧାନ ପାଇଁ ଆପଣ ଖୁସି ରହିବେ । ଆପଣ ଅନ୍ୟମାନଙ୍କ ସହିତ ମତାନ୍ତର ଥିବାର ଏ ସମସ୍ୟାର ସମାଧାନ ଦେଇପାରି ନଥିଲେ । ଯାହା ହେଉନା କାହିଁକି ବର୍ତ୍ତମାନ ଖୁସି ବଢାଇବାର ସମୟ ।|

ମିଥୁନ

ଆଜି ବହୁତ ଖୁସିରେ ରହିବେ,କାରଣ ଆପଣଙ୍କ ସମସ୍ୟାର ସମାଧାନ ପାଇଛନ୍ତି ବହୁଦିନ ଧରି ଅନେକ ଅସୁବିଧାରେ ସମୁଖୀନ ହୋଇଆସୁଥିଲେ ।|

କର୍କଟ

ଆଜି ଆପଣଙ୍କ ପରିବାର ଲୋକମାନଙ୍କ ସହ ସାମାନ୍ୟ ଝଗଡା ହୋଇପାରେ ,ଯେଉଁଥିପାଇଁ ଆପଣଙ୍କ ମନର ଦୁଃଖ ଆସିବ ଆପଣ ହୁଏତ କିଛି ଭଲପାଇଁ ଉଦ୍ଦେଶ୍ୟ ଏ କାମ କରୁଛନ୍ତି ।|

ସିଂହ

ଯଦି ଆପଣ ସାହାଯ୍ୟ ଚାହୁଁଥାନ୍ତି ତେବେ ଆଜି ନିଶ୍ଚିନ୍ତ ସାହାଯ୍ୟ ମିଳିବ । କେହି ଜଣେ ରାଜନୈତିକ ବ୍ୟକ୍ତି ଆପଣଙ୍କୁ ବିପଦ ସମୟରେ ସାହାଯ୍ୟ କରିବ । ଏହି ସହାୟତା ନେବା ପାଇଁ କୁଣ୍ଠା ପ୍ରକାଶ କରନ୍ତୁ ନାହିଁ ।|

କନ୍ୟା

ଘରେ ଲାଗିରହିଥିବା ଉଦାସ ଭାବ ହିଁ ଆପଣଙ୍କ ଚ଼ିନ୍ତାର କାରଣ । ଆପଣଙ୍କର ପରିସ୍ଥିତିକୁ ବୁଝିବା ଉଚ଼ିତ୍ ଏବଂ ଜାଣିବା ପାଇଁ ଚ଼େଷ୍ଟା କରନ୍ତୁ ଯେ ଭୁଲ କାହାର ଏବଂ କେଉଁଠି ହୋଇଛି । ନିଜ ତରଫରୁ ନିଜର କ୍ରୋଧ ସମ୍ବରଣ କରିବାକୁ ଚ଼େଷ୍ଟାକରନ୍ତୁ ।|

ତୁଳା

ଆପଣଙ୍କର ବନ୍ଧୁ ନିଜର ଥିବା ଦୁଃଖକୁ ଲାଘବ କରିବା ପାଇଁ ନିଜ ଗୁରୁଙ୍କ ଉପଦେଶ ନେବା ଉଚିତ୍ । ଆପଣ ନିଜ ତରଫରୁ ସବୁ କିଛି ଠିକ୍ କରିବାକୁ ଚେଷ୍ଟା କରୁଛନ୍ତି ।|

ବିଛା

କୌଣସି ନିକଟ ସମ୍ପର୍କୀୟ ଆଜି ଆପଣଙ୍କୁ ସହଯୋଗର ହାତ ବଢ଼େଇବେ । କୌଣସି ସମସ୍ୟାର ସମାଧାନ କରିବାକୁ ହେଲେ ଆପଣଙ୍କୁ ଆପଣଙ୍କର ଲୋକଙ୍କର ସାହାଯ୍ୟର ଦରକାର ପଡ଼ିପାରେ ।|

ଧନୁ

ଆଜି ଆପଣ ଘରେ ସାବଧାନ ରୁହନ୍ତୁ କାରଣ କଳିହେବାର ପ୍ରବଳ ସମ୍ଭାବନା ରହିଛି । ଆଯଥା କଳିରୁ ବଞ୍ଚନ୍ତୁ । ଗ୍ରହଚ଼ଳନ ଖରାପ ଥିବାରୁ ଘରେ ଅଶାନ୍ତି ରହିବ ।|

ମକର

କେବେ ଆପଣ ଭାବିଛନ୍ତି ଯେ କାହିଁକି ଆପଣଙ୍କ ଘରେ ଏତେ କଳି ହେଉଛି ? ବୋଧହୁଏ ଆପଣଙ୍କୁ ନିଜ କ୍ରୋଧ ସମ୍ବରଣ କରିବା ଉଚ଼ିତ୍ । ଆପଣ ନିଜ ପରିବାରବର୍ଗଙ୍କୁ ସମ୍ମାନ ପ୍ରଦର୍ଶନ କଲେ ସେମାନେ ମଧ୍ୟ ଆପଣଙ୍କୁ ପ୍ରତିଦାନରେ ଯଥୋଚ଼ିତ ସମ୍ମାନ ଦେବେ ।|

କୁମ୍ଭ

ଘରେ ଲାଗିରହିଥିବା ଅଶାନ୍ତି ଯୋଗୁଁ ଆପଣ ଚ଼ିନ୍ତିତ ହୋଇପାରନ୍ତି । ଯଦିଓ ଘରର ଅଶାନ୍ତିର କାରଣ ଆପଣ ନୁହଁନ୍ତି ତଥାପି ମାନସିକ ଶାନ୍ତି ପାଇଁ ନିଜର ଭାବନାକୁ ନିୟନ୍ତ୍ରଣରେ ରଖନ୍ତୁ ।|

ମୀନ

ଆଜି ଆପଣଙ୍କର କୌଣସି ପରିବାରବର୍ଗ ସଦସ୍ୟ କିମ୍ବା ପୋଡଶୀଙ୍କ ସହ ଝଗଡାରୁ ନିଜକୁ ରକ୍ଷା କରନ୍ତୁ । କୌଣସି ଏକ ଛୋଟ ସମସ୍ୟା ବିରାଟ ରୂପ ଧାରଣ କରିପାରେ ।|