15 ଜୁଲାଇ ରବିବାର : କେମିତି କଟିବ ଆଜିର ଦିନ

ମେଷ

ଆଜି ଆପଣଙ୍କ ଘରେ କୌଣସି ସାମାଜିକ ଅନୁଷ୍ଠାନ ହୋଇପାରେ । ଏହା ଆପଣଙ୍କୁ ଏକ ଅବଶର ମିଳିବ । ସବୁ ଦୁଃଖ, ଚ଼ିନ୍ତା ଭୂଲି ନିଜ ପରିବାରର ଲୋକଙ୍କ ସହିତ ସମୟ କାଟିବା ପାଇଁ ଆପଣ ଏଥି ପାଇଁ ନିଜକୁ ସତେଜ ଅନୁଭବ କରିବେ ।

ବୃଷ

ଆଜି ଆପଣ ନିଜକୁ ନିଜର କୌଣସି ସାମାଜିକ ସମସ୍ୟାରେ ଜଡ଼ିତ ପାଇବେ ।ଏଥିରୁ ମୁକୁଳିବା ପାଇଁ କୁଟନୀତିର ସାହାଯ୍ୟ ନିଅନ୍ତୁ । ଏହି ସମସ୍ୟା ଆପଣଙ୍କ ଦ୍ୱାରା ହୋଇନଥିଲେ ମଧ୍ୟ ଆପଣ ଜଡ଼ିତ ହୋଇଯାଇଛନ୍ତି ।

ମିଥୁନି

ଘରବାଲା ହେଉବା ସାଙ୍ଗମାନଙ୍କର ଖରାପ ବ୍ୟବହାର ଠାରୁ ଆପଣଙ୍କୁ ଟିକେ ସତର୍କ ରହିବା ଉଚ଼ିତ୍ । ଏହା ହୁଏତ ଛୋଟ ଛୋଟ କଥା ହୋଇପାରେ କିନ୍ତୁ ଆସନ୍ତା ସମୟରେ ଏହା ଆପଣଙ୍କ ସମ୍ପର୍କରେ ବାଧା ସୃଷ୍ଟି କରିପାରେ ।

କର୍କଟ

ଯଦି ଆପଣ ଭାବୁଛନ୍ତି ଆପଣ ଯେଉଁଠି ଅଛନ୍ତି ଠିକ୍ ଅଛନ୍ତି ତାହାଲେ ଆଉଥରେ ଭାବିନିଅନ୍ତୁ । ବୋଧହୁଏ ଆଜି ଆପଣ ଘର ବଦଳାଇ ପାରନ୍ତି । ବୋଧହୁଏ ଆପଣ ନିଜେ ଘର ବଦଳାଇବାକୁ ଚ଼ାହିଁବେ ।

ସିଂହ

ଏହି ସମୟଟି ଘର ପ୍ରତି ଧ୍ୟାନ ଦେବାର ଅଛି । ନିଜର ଆଖପାଖକୁ ଦେଖନ୍ତୁ ଏବଂ ଭାବନ୍ତୁ ଆପଣ କିପରିଭାବେ ନିଜ ବାତାବରଣକୁ ସୁନ୍ଦର କରିପାରିବେ । ନିଜ ଘରକୁ ସୁନ୍ଦର କଲେ ଆପଣଙ୍କୁ ବି ସତେଜ ଅନୁଭବ ହେବ ।

କନ୍ୟା

ଆପଣଙ୍କୁ ଆପଣଙ୍କ ଦଳର ସମର୍ଥନ ମିଳିପାରିବ ,ଯଦି ଆପଣ ନିଜର ବିଚାରକୁ ସେମାନଙ୍କ ଆଗରେ ବ୍ୟକ୍ତ କରିବେ । ଆପଣ ନିଜେହିଁ ସବୁକାମ କରି ପାରିବେ କିନ୍ତୁ ନିଜ କାର୍ଯ୍ୟକୁ ଦଳ ମଧ୍ୟରେ ସମାନ ପରିମାଣରେ ଭାଗକରି ଦିଅନ୍ତୁ ।

ତୁଳା

ଆଜି ଆପଣ ନିତିଦିନ କାର୍ଯ୍ୟକ୍ରମରେ କିଛି ନୂତନତା ଆଣିବାକୁ ଚ଼େଷ୍ଟା କରିବେ । ଆପଣ ସେହି କାର୍ଯ୍ୟ କରନ୍ତୁ ଯାହା ଆପଣଙ୍କର ବହୁତ ଦିନରୁ କରିବାର ଇଚ୍ଛାଥିଲା ।

ବିଛା

ଯଦି ଆପଣ ସାହାଯ୍ୟ ଚାହୁଁଥାନ୍ତି ତେବେ ଆଜି ନିଶ୍ଚିନ୍ତ ସାହାଯ୍ୟ ମିଳିବ । କେହି ଜଣେ ରାଜନୈତିକ ବ୍ୟକ୍ତି ଆପଣଙ୍କୁ ବିପଦ ସମୟରେ ସାହାଯ୍ୟ କରିବ । ଏହି ସହାୟତା ନେବା ପାଇଁ କୁଣ୍ଠା ପ୍ରକାଶ କରନ୍ତୁ ନାହିଁ ।

ଧନୁ

ଆପଣଙ୍କୁ କେହି ସାମାଜିକ କାମ ପାଇଁ ସାହାଯ୍ୟ ମାଗିଲେ ଆପଣ ତାହା ଅବଶ୍ୟ କରନ୍ତୁ । ଏଥିରୁ ଆପଣଙ୍କୁ ସନ୍ତୁଷ୍ଟି ମିଳିବା ସହିତ ସେମାନଙ୍କୁ ସାହାଯ୍ୟ ମଧ୍ୟ ମିଳିଯିବ । ଆଗକୁ ବଢ଼ନ୍ତୁ ଏବଂ ଏହି ଅନୁଭବର ମଜ୍ଜା ନିଅନ୍ତୁ ।

ମକର

ଆଜି ଆପଣ ଉଭୟ ଶାରିରୀକ ଓ ମାନସିକ ରୂପେ ସୁସ୍ଥ ରହିବେ । ଘର ହେଉ ବା କାର୍ଯ୍ୟକ୍ଷେତ୍ର , ଆପଣଙ୍କ ଆକର୍ଷଣୀୟ ବ୍ୟକ୍ତିତ୍ୱ ସମସ୍ତଙ୍କୁ ଖୁସି କରିଦେବ । ଶାରିରୀକ ଓ ମାନସିକ ସୁସ୍ଥତା ହେତୁ ଉଭୟ ଆପଣଙ୍କ ଉତ୍ପାଦନ ଓ ଗୁଣବତ୍ତା ବଢ଼ିଯ଼ିବ ।

କୁମ୍ଭ

ବନ୍ଧୁବାନ୍ଧବ କିମ୍ବା ପରିବାରସହ ଆଜି ଦିନରେ ଯାତ୍ରାଟି ଉପଭୋଗ ହେବ । ଏହି ଭ୍ରମଣ ଅତ୍ୟନ୍ତ ସୁଖ ଦାୟକ ହେବ ଏବଂ ଯାତ୍ରାରୁ ଫେରିବା ପରେ ଘଟଣା ଗୁଡିକ ଅନ୍ୟମାନଙ୍କୁ ମଧ୍ୟ ଆନନ୍ଦିତ କରିବ ।

ମୀନ

ଆଜି ଆପଣଙ୍କ ଘରକୁ ବିଦେଶରୁ ଅତିଥି ଆସିବାର ସମ୍ଭାବନା ରହିଛି । ଏହା ଦ୍ୱାରା ଆପଣଙ୍କ ଘରେ ଆନନ୍ଦର ପରିବେଶ ରହିବ । ଯଦି ଆପଣ କାର୍ଯ୍ୟରେ ବ୍ୟସ୍ତ ରୁହନ୍ତି ତଥାପି ସମୟ ବାହାରକରି ସେମାନଙ୍କ ସହ ଆନନ୍ଦିତ ହୁଅନ୍ତୁ ।