ମେଷ
ଆଜି ଆପଣ ଜାଣିପାରିବେ ଯେ ଆପଣ ନିଜ ବନ୍ଧୁମାନଙ୍କୁ ବହୁତ ଭଲପାଆନ୍ତି ଏବଂ ସେମାନଙ୍କ ସାଙ୍ଗରେ ସମୟ କଟାଇବାକୁ ଚ଼ାହାନ୍ତି । ଆଜିର ଦିନ ନିଜ ପରିବାର ଲୋକଙ୍କ ସହିତ କଟାଇଲେ ଶୁଭ ହେବ ।
ବୃଷ
ଆଜି ଆପଣ ଜାଣିପାରିବେ ଆପଣଙ୍କ ସାହାଯ୍ୟ ପାଇଁ ଆପଣଙ୍କ ପରିବାର ଓ ବନ୍ଧୁମାନେ ସବୁବେଳେ ଆଗଭର ଅଟନ୍ତି । ଆଜି ସେମାନେ ଆପଣଙ୍କ ଜୀବନରେ ମହତ୍ତ୍ୱପୂର୍ଣ୍ଣ ଭୁମିକା ନିର୍ବାହ କରିବେ ।|
ମିଥୁନ
ଯଦି ଆପଣଙ୍କୁ ଏମିତି ଲାଗେ ଯେ ଆଜି ଆପଣଙ୍କ କୌଣସି ଅସୁବିଧାରେ ଏକା ପଡ଼ିଯାଇଛନ୍ତି ତାହାଲେ ଆପଣଙ୍କୁ ଆପଣଙ୍କର ବନ୍ଧୁ କିମ୍ବା ପରିବାର ସମସ୍ତେ ସାହାଯ୍ୟ କରିବାକୁ ଆଗେଇ ଆସିବେ । ସାହାଯ୍ୟ ପାଇଁ ଆପଣ ସେମାନଙ୍କ ଉପରେ ନିର୍ଭର କରିପାରିବେ ।|
କର୍କଟ
ଆପଣ ଓ ଆପଣଙ୍କ ପରିବାର ଲୋକଙ୍କ ଚ଼ିନ୍ତାଧାରା ନ ମିଶିଲେ ମଧ୍ୟ ଆପଣ ଏହା ଅନୁଭବ କରିବେ ଯେ ଆପଣଙ୍କ ପରିବାରର ଲୋକ ଆପଣଙ୍କ କଥା ବୁଝନ୍ତି । ଆପଣ ମଧ୍ୟ ଏହା ଦେଖାନ୍ତୁ ଯେ ଆପଣ ସେମାନଙ୍କୁ ମଧ୍ୟ ବହୁତ ଭଲ ପାଆନ୍ତି ।|
ସିଂହ
ଆଜି ଆପଣ ନିଜକୁ କୌଣସି ପରିବାରର କାର୍ଯ୍ୟ ବ୍ୟସ୍ତ ରଖିବେ ।ଏହି କାର୍ଯ୍ୟର ଆୟୋଜନ କରିବାରେ ଆପଣଙ୍କୁ ଆନନ୍ଦ ମିଳିବ ।ଏହି କାର୍ଯ୍ୟ ଦ୍ୱାରା ଆପଣ ଓ ଆପଣଙ୍କ ପରିବାରର ଲୋକ ବହୁତ ଖୁସି ହେବେ ।ଆପଣ ଏହି କାର୍ଯ୍ୟ ପାଇଁ ବହୁତ ବ୍ୟସ୍ତ ରହିବେ ।|
କନ୍ୟା
ଆଜି ଆପଣ ପରିବାରର କୌଣସି ସମସ୍ୟା ସମାଧାନ କରିବାକୁ ଚ଼େଷ୍ଟା କରିବେ । ଅନ୍ୟମାନେ ଆପଣଙ୍କ ପରାମର୍ଶ ଉପରେ ନିର୍ଭର କରନ୍ତୁ । ସମସ୍ତେ ଆପଣଙ୍କ ଉପରେ ନିର୍ଭର କରିବାଟା ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗିପାରେ ।|
ତୁଳା
ଆପଣଙ୍କ ମଧ୍ୟରୁ ଯେଉଁମାନେ ପରିବାର ଠାରୁ ଦୂରରେ ଅଛନ୍ତି ସେମାନେ ନିଜ ପରିବାର ସହିତ ଭଲ ସମୟ କଟାଇପାରିବେ । ଆପଣ ଏହି ସମୟର ଉପଯୋଗ ପୁରୁଣା ସ୍ମୃତିକୁ ମନେ ପକାଇବାରେ ବ୍ୟବହାର କରିପାରିବେ ।|
ବିଛା
ଆଜି ଆପଣ ଘରର ଗୁରୁଜନ ମାନଙ୍କ ସହିତ ସମୟ ବିତାଇବା ଉଚ଼ିତ୍ ହେବ । ସେମାନେ ଆପଣଙ୍କୁ କିଛି କୁହନ୍ତୁ ବା ନକୁହନ୍ତୁ ସେମାନେ ମଧ୍ୟ ଆପଣଙ୍କର ସାନିଧ୍ୟ୍ୟ ଆବଶ୍ୟକ କରନ୍ତି ।|
ଧନୁ
ଆଜି ଆପଣଙ୍କ ପରିବାରର କୌଣସି ସଦସ୍ୟଙ୍କ ପରାମର୍ଶ ଆପଣଙ୍କୁ ଠିକ୍ ଲାଗି ନ ପାରେ । ଏହାର ପ୍ରଭାବ ଆପଣଙ୍କ ଉପରେ ପଡ଼ିଲେ ମଧ୍ୟ ଆପଣ ଏହି ବିଷୟରେ କିଛି କରିପାରିବେ ନାହିଁ ।|
ମକର
ଆଜି ଆପଣ ଅନୁଭବ କରିବେ ଛୋଟ ଛୋଟ କଥାରେ ଆପଣଙ୍କ ଘରେ କଳି ହେଉଛି । ପରିବାରର ଲୋକଙ୍କ ମଧ୍ୟରେ ମତଭେଦ ବଢ଼ିବାରେ ଲାଗିଛି । ଆଜି ଆପଣଙ୍କର କୌଣସି ପ୍ରିୟଜନଙ୍କର ମନ ମଧ୍ୟ ଖରାପ ହୋଇ ପାରେ ।|
କୁମ୍ଭ
ଛୋଟ ଛୋଟ କଥାରେ ଆଜି ଆପଣଙ୍କର ପରିବାର ଲୋକଙ୍କ ସହିତ ମତାନ୍ତର ହୋଇପାରେ । ଆଜି ଆପଣ ନିଜକୁ ବୋଧହୁଏ ଏକା ଅନୁଭବ କରିପାରନ୍ତି । ନିଜ ପରିବାରର ପସନ୍ଦ ଆପଣଙ୍କୁ ସମ୍ପୂର୍ଣ୍ଣ ଅଲଗା ବୋଲି ଆଜି ଆପଣ ମନେ କରିବେ ।|
ମୀନ
ଯଦି ଆପଣଙ୍କୁ ଏମିତି ଲାଗେ ଯେ ପରିବାରରେ ଯେ କୌଣସି ସମସ୍ୟା ଲାଗୁଛି ତାହାଲେ ଆପଣ ତାହାକୁ ନଷ୍ଟ କରିବା ପାଇଁ ଚ଼େଷ୍ଟା କରିବା ଉଚ଼ିତ୍ । ସମ୍ପର୍କ ମଧ୍ୟରେ ଫାଟ ସୃଷ୍ଟି ହେବାକୁ ଦିଅନ୍ତୁ ନାହିଁ ।|