ମେଷ
ଆଜି ଆପଣ ନିଜ କାର୍ଯ୍ୟସ୍ଥଳରେ ବହୁତ ପରିଶ୍ରମ କରିବେ ଏବଂ ଆପଣଙ୍କୁ ନିଜ ଉପଲବ୍ଧି ଉପରେ ଗର୍ବ ହେବ । କିନ୍ତୁ ଆଜି ଆପଣ ନିଜ ପରିବାର ସହିତ କିଛି ସମୟ ଅତିବାହିତ କରିବା ଜରୁରୀ ।
ବୃଷ
ଆଜି ଦିନରେ ଆପଣ ଆଳସ୍ୟ ଅନୁଭବ କରିବେ । କିନ୍ତୁ ବର୍ତ୍ତମାନ ଆପଣ ଆଳସ୍ୟର ସମୟ କଟାଇଲେ ଚଳିବ ନାହିଁ । ଅଯଥା ସମୟ ନଷ୍ଟ କରନ୍ତୁ ନାହିଁ । କୌଣସି ନା କୌଣସି କାର୍ଯ୍ୟରେ ନିଜକୁ ନିୟୋଜିତ ରଖନ୍ତୁ ।|
ମିଥୁନ
ବର୍ତ୍ତମାନ ଉଚ୍ଚପଦସ୍ଥ ଅଧିକାରୀମାନଙ୍କ ସହ କୌଣସି ପ୍ରକାର ମନୋମାଳିନ୍ୟରୁ ଦୂରେଇ ରୁହନ୍ତୁ । ବିଶେଷକରି ଯେତେବେଳେ ଆପଣଙ୍କୁ ତାଙ୍କଠାରୁ କୌଣସି କାମର ସ୍ୱୀକୃତି ଦରକାର ହେଉଛି ।|
କର୍କଟ
ଆଜି ଆପଣଙ୍କର ଜୀବନ ଶୈଳୀରେ ପରିବର୍ତ୍ତନ ହେବ । ସବୁବେଳେ କାମରେ ବ୍ୟସ୍ତ ନରହି ମିତ୍ର ମାନଙ୍କ ସହିତ ବୁଲିବାକୁ ଯାଆନ୍ତୁ । ପୁରୁଣା ଚ଼ିନ୍ତା ଧାରା ଛାଡ଼ି ନୂଆ ଚ଼ିନ୍ତା ଧାରା ସହିତ ଜୀବନ କଟାନ୍ତୁ ।|
ସିଂହ
ଆଜି ଆପଣ କିଛି ନୂଆ ଲୋକଙ୍କୁ ଭେଟିବେ ଏବଂ ନିଜ କାର୍ଯ୍ୟରେ ଆପଣ ନିଜର ସ୍ଥିତିକୁ ଦୃଢ଼ କରିପାରିବେ ଏହା ଦ୍ୱାରା ଆପଣଙ୍କର ନୂଆ ବନ୍ଧୁ ସୃଷ୍ଟି ହେବେ ଏବଂ ଆପଣଙ୍କର ଜୀବନରେ ଅନ୍ୟ ଏକ ନୂଆ ଦିଗ ଦେଖାଦେବ ।|
କନ୍ୟା
ଆପଣଙ୍କର ଯେମିତି ପରିସ୍ଥିତି ହେଉ ମଧ୍ୟ ଆପଣ ସାହସ ହରାନ୍ତୁ ନାହିଁ । କୌଣସି ପ୍ରକାର ଛୋଟ କଥାରେ ଆପଣଙ୍କର ଝଗଡ଼ା ହେବାରେ ସମ୍ଭାବନା ଅଛି । ଏଥି ପାଇଁ ଅନ୍ୟମାନଙ୍କ ସହିତ ବ୍ୟବହାର ଭଲ ରଖନ୍ତୁ ।|
ତୁଳା
ଆଜି ଆପଣ କୌଣସି ସ୍ୱାର୍ଥ ନଥିଲେ ସହାୟତା କରନ୍ତୁ । ଏଥିରୁ ଆପଣଙ୍କୁ ଖୁସି ମିଳିବ । ଆଜି ଆପଣଙ୍କ ପାଇଁ ସମ୍ପର୍କର ମହତ୍ତ୍ୱ ବହୁତ ଗୁରୁତ୍ତ୍ୱପୂର୍ଣ୍ଣ ହେବ । ନିଜ ପ୍ରିୟଜନମାନଙ୍କ ସହିତ ସମୟ କଟାଇଲେ ଆପଣଙ୍କୁ ବହୁତ ଖୁସି ଲାଗିବ ।|
ବିଛା
ଆଜି ହଠାତ୍ ଆପଣଙ୍କ ଘରକୁ ଅତିଥି ଆସିପାରନ୍ତି । ସେମାନଙ୍କୁ ସ୍ୱାଗତ ପାଇଁ ଆପଣ ପ୍ରସ୍ତୁତ ହୋଇ ରୁହନ୍ତୁ । ଆଜି ଆପଣ ଯେତେ ବ୍ୟସ୍ତ ରହିଲେ ମଧ୍ୟ ସାମାଜିକ ଉତ୍ସବରେ ନିଶ୍ଚୟ ଭାଗ ନିଅନ୍ତୁ ,କାରଣ ଏମିତି ସୁଯୋଗ ବାରମ୍ବାର ଆସେ ନାହିଁ ।|
ଧନୁ
ଆଜି ଆପଣ କାହା ଉପରେ ନିର୍ଭର କରୁଛନ୍ତି । ଆପଣ ସମସ୍ତଙ୍କୁ ବିଶ୍ୱାସ ବହୁତ ଶିଘ୍ର କରିନିଅନ୍ତି ।ଏହି ଅଭ୍ୟାସକୁ ଆପଣ ପରିବର୍ତ୍ତନ କରନ୍ତୁ ନହେଲେ ଏହି ଅଭ୍ୟାସ ପାଇଁ ଆପଣ ପଛରେ ହଇରାଣରେ ପଡ଼ିବେ ।|
ମକର
ଆଜିର ଦିନ ଆପଣଙ୍କ ପାଇଁ ଖୁସି ଏବଂ ଶାନ୍ତି ଆଣିଦେବ ।ନିଜ ପ୍ରିୟଜନଙ୍କୁ ଦେଖା କରିବାକୁ ଆପଣଙ୍କର ମନ ହେବ । ଏହି ସମୟର ପୁରା ଲାଭ ଉଠାନ୍ତୁ, ବୁଲିବାକୁ ଯାଆନ୍ତୁ ଏବଂ ନିଜର ସବୁ ଚ଼ିନ୍ତାକୁ ଭୁଲିଯାଆନ୍ତୁ ।|
କୁମ୍ଭ
ଆଜି ଆପଣ ନିଜର ଉଗ୍ରସଭାବକୁ ନିୟନ୍ତ୍ରଣ ମଧ୍ୟରେ ରଖନ୍ତୁ, ନ ହେଲେ ଅନ୍ୟ ମାନେ ଆପଣଙ୍କ ଠାରୁ ଦୂରେଇ ଯିବେ । ଆପଣ ଜୀବନରେ କୌଣସି ଘଟଣାକୁ ନେଇ ଆପଣ ବ୍ୟସ୍ତ ହୋଇ ପଡ଼ୁଛନ୍ତି । ତଥାପି ନିଜକୁ ଶାନ୍ତ ରଖନ୍ତୁ ।|
ମୀନ
ଆଜି ଆପଣଙ୍କର ଦିନ ଶାନ୍ତିରେ କଟିବ । ଦୁନିଆର ଅଶାନ୍ତି ବାତାବରଣ ଆପଣଙ୍କୁ ବ୍ୟସ୍ତ କରିପାରିବ ନାହିଁ । ଆଜି ଆପଣ ନିଜ ମସ୍ତିଷ୍କକୁ କିଛି ସମୟ ବିଶ୍ରାମ ଦେଲେ ଭଲ ହେବ ।|