ଆଜିର ରାଶିଫଳ; ୧୯ ଜାନୁଆରୀ ୨୦୨୦ ରବିବାର ; କେମିତି କଟିବ ଆଜିର ଦିନ

ମେଷ

ଯଦି ଆପଣଙ୍କୁ କୌଣସି ସାହାଯ୍ୟର ଆବଶ୍ୟକତା ଥାଏ ତାହେଲେ ନିଜ ଲୋକଙ୍କ ଠାରୁ ସାହାଯ୍ୟ ମାଗିବାରେ ଆପଣ ପଛଘୁଞ୍ଚା କରନ୍ତୁ ନାହିଁ । ଯେତେ ସହଜରେ ଆପଣ ସାହାଯ୍ୟ କରନ୍ତି ସେତିକି ସେମାନେ ମଧ୍ୟ ଆପଣଙ୍କୁ ସାହାଯ୍ୟ କରିବାକୁ ଆଗେଇ ଆସିବେ ।

ବୃଷ

ଆଜି କାଲି ନିଜ ଲୋକଙ୍କ ସାଂଗରେ ଆପଣଙ୍କର ସମ୍ପର୍କ ଭଲ ନାହିଁ । ଆପଣ ଆଜି ଦୁଃଖ ଅନୁଭବ କରିବେ ଏବଂ ଆପଣ ଆଜି ରାଗି ମଧ୍ୟ ପାରନ୍ତି । ସନେ ରଖନ୍ତୁ କେବଳ ଥଣ୍ଡା ମିଜାସରେ ଆପଣଙ୍କ ପରିସ୍ଥିତିକୁ ସମ୍ଭାଳି ପାରିବେ ।

ମିଥୁନ

ଆଜିର ଦିନଟି ବନ୍ଧୁମାନଙ୍କ ସହିତ ମଜା କଟାଇବାର ଦିନ ଅଟେ ଆପଣ ନିଜର ସବୁ ଅସୁବିଧା ଭୁଲି ଖୁସିରେ ଦିନଟି କଟାନ୍ତୁ । ଆଜି ଆପଣଙ୍କ ନିଜର ସବୁ ବିଚାରକୁ ଖୋଲି କରି ପ୍ରକାସ କରିପାରନ୍ତି ।

କର୍କଚ

ଆପଣଙ୍କର ଏବଂ ଆପଣଙ୍କ ପରିବାର ମଧ୍ୟରେ ସମସ୍ୟା ଗୁରୁତ୍ୱ ପୂର୍ଣ୍ଣ ଭାବରେ ଚାଲୁଅଛି । ଯଦି ଆପଣଙ୍କର ମଧ୍ୟରେ ଝଗଡା ଚାଲିଥାଏ ଏବଂ କଥାବାର୍ତ୍ତା ମାଧ୍ୟମରେ ସମାଧାନ ନ ହୁଏ ତେବେ ଆପଣ ନିଜ ପରିବାର ଲୋକଙ୍କୁ ଅଧିକ ସମୟ ଦେବା ଉଚିତ ହେବ ।

ସିଂହ

ଆଜି ଆପଣଙ୍କ ନିଜ ବନ୍ଧୁମାନଙ୍କ ମଧ୍ୟରେ ଥିବା ସମ୍ପର୍କ ଖୁସି ଆଣିଦେବ ।କୌଣସି ଭୁଲ ବୁଝାମଣା ଠିକ କରିବା ପାଇଁ ଚେଷ୍ଟା କରନ୍ତୁ । ଆଜି ସଫଳତା ହାସଲ କରିବେ । ଏହି ସମୟ ପୁରୁଣା ସ୍ମୃତିକୁ ମନେପକେଇବାର ସମୟ ଅଟେ ।

କନ୍ଯା

ଆପଣଙ୍କ ନିଜ ପୁରୁଣା ବନ୍ଧୁ ଫେରି ପାରନ୍ତି କିନ୍ତୁ ସେଥିପାଇଁ ଆପଣଙ୍କୁ ପ୍ରଥମ ପାଦ ବଢାଇବାକୁ ପଡିବ । ଆପଣଙ୍କୁ ଏହି ରାଗିଥିବା ବନ୍ଧୁ ପାଖକୁ ଖବର ପଠାଇବା ପାଇଁ ଆପଣଙ୍କୁ ଆପଣଙ୍କର ମନ ଏବଂ ମସ୍ତିସ୍କ ଦ୍ୱାରା ସାହାଯ୍ୟ ମିଳିବ ।

ତୁଳା

ଆପଣଙ୍କୁ ନିଜ ପରିବାରର କୌଣସି ସଦସ୍ୟ କିମ୍ବା ବନ୍ଧୁ ନିରାଶ କରିପାରେ ଏବଂ ଆପଣଙ୍କ ଆଗରେ କୌଣସି ସମସ୍ୟା ମଧ୍ୟ ସୃଷ୍ଟି ହୋଇପାରେ । ଆପଣଙ୍କର ରାଗି କରି କଥା ହେବା ବଦଳରେ ଭଲହେବ ଯଦି ଆପଣ ତାଙ୍କୁ ସ୍ନେହରେ ବୁଝାଇବେ ।

ବିଛା

ଆଜି ଆପଣଙ୍କ ପରିବାରର କୌଣସି ସଦସ୍ୟଙ୍କ ପରାମର୍ଶ ଆପଣଙ୍କୁ ଠିକ୍ ଲାଗି ନ ପାରେ । ଏହାର ପ୍ରଭାବ ଆପଣଙ୍କ ଉପରେ ପଡ଼ିଲେ ମଧ୍ୟ ଆପଣ ଏହି ବିଷୟରେ କିଛି କରିପାରିବେ ନାହିଁ ।

ଧନୁ

ଆଜିର ଦିନ ବିଶ୍ରାମ କରନ୍ତୁ ଏବଂ ମିତ୍ର ମାନଙ୍କ ଗହଣରେ କଟାନ୍ତୁ । କିଛି ଦିନ ପୂର୍ବରୁ ମାନସିକ ଚ଼ିନ୍ତା ଯୋଗୁଁ ଆପଣ କିଛି ଭଲ ଅନୁଭବ କରୁନଥିଲେ କିନ୍ତୁ ଆଜି ଆପଣଙ୍କର ସବୁ ଚ଼ିନ୍ତା ଦୁର ହୋଇଯାଇଛି ।

ମକର

ଆପଣଙ୍କର କୌଣସି ପ୍ରକାର ସହଯୋଗ ଆବଶ୍ୟକ ହେଲେ ଆପଣଙ୍କର ମିତ୍ର ଏବଂ ସମ୍ପର୍କିୟ ସାହାଯ୍ୟ କରିବେ । ନିଜ ଲୋକଙ୍କର ସାହାଯ୍ୟରେ ଆପଣ ଆପଣଙ୍କର ସମସ୍ୟାର ସମାଧାନ କରିପାରିବେ ।

କୁମ୍ଭ

ଆଜିର ଦିନ ଆପଣଙ୍କ ପାଇଁ ଖୁସି ଏବଂ ଶାନ୍ତି ଆଣିଦେବ ।ନିଜ ପ୍ରିୟଜନଙ୍କୁ ଦେଖା କରିବାକୁ ଆପଣଙ୍କର ମନ ହେବ । ଏହି ସମୟର ପୁରା ଲାଭ ଉଠାନ୍ତୁ, ବୁଲିବାକୁ ଯାଆନ୍ତୁ ଏବଂ ନିଜର ସବୁ ଚ଼ିନ୍ତାକୁ ଭୁଲିଯାଆନ୍ତୁ ।

ମୀନ

ଆଜି ଆପଣ ହଠାତ୍ କୌଣସି ପୁରୁଣା ବନ୍ଧୁଙ୍କ ସହିତ ଭେଟ ହେବ ଯାହାଦ୍ୱାରା ଆପଣ ବହୁତ ଖୁସି ହେବେ । ଆଜି ଆପଣ ପୁରୁଣା ବନ୍ଧୁଙ୍କ ସହିତ ପୁରୁଣା ସ୍ମୃତି ସବୁମନେ ପକାଇପାରନ୍ତି ।