ମେଷ
ବହୁଦିନର ଲମ୍ବା ପ୍ରତୀକ୍ଷା ପରେ ଆଇନଗତ କେସର ନିଷ୍ପତ୍ତି ଆପଣଙ୍କ ସପକ୍ଷରେ ଯିବ । ଏବେ ଆପଣ ଶାନ୍ତିରେ ନିଶ୍ୱାସ ନେଇ ପାରିବେ । ଆପଣଙ୍କ ଓକିଲଙ୍କ ପରାମର୍ଶ ଏବେ କାମରେ ଲାଗିବ ।
ବୃଷ
ଆପଣଙ୍କର ସ୍ୱପ୍ନ ସାର୍ଥକ ହେବାପାଇଁ ଯେଉଁ କାର୍ଯ୍ୟ କରି ଆସୁଛନ୍ତି ତାହାର ସୁଫଳ ମିଳୁ ନଥିବାରୁ ଆପଣଙ୍କ ମନରେ ନିରାଶ ସୃଷ୍ଟିହୋଇପାରେ । କିନ୍ତୁ ସେଥିପାଇଁ ବିବ୍ରତ ହୁଅନ୍ତୁନି ।
ମିଥୁନ
ଜୀବନପ୍ରତି ଆଜି ଆପଣଙ୍କ ଦୃଷ୍ଟିକୋଣ ସମ୍ପୂର୍ଣ ରୂପେ ବଦଳିଯାଇପାରେ । ଆଜି ଆପଣ ବ୍ୟବହାରିକ ଏବଂ ତର୍କସଙ୍ଗତ ତଥ୍ୟପ୍ରତି ନିଜର ଆତ୍ମଜ୍ଞାନ ଅନୁଭବ କରିବେ ।
କର୍କଟ
ଆଜି ଆପଣ ସେହି ଦ୍ରବ୍ୟକୁ ଗୁରୁତ୍ତ୍ୱ ଦିଅନ୍ତୁ, ଯାହା ଆପଣଙ୍କ ପାଇଁ ଗୁରୁତ୍ତ୍ୱପୂର୍ଣ୍ଣ ଅଟେ । ଆପଣ ନିଜ ପରିବାରର କାମ ଏବଂ ମିତ୍ରମାନଙ୍କ ମଧ୍ୟରେ ଏକ ସନ୍ତୁଳନ ରକ୍ଷାକରନ୍ତୁ ।
ସିଂହ
ଆପଣଙ୍କୁ କେହି ସାମାଜିକ କାମ ପାଇଁ ସାହାଯ୍ୟ ମାଗିଲେ ଆପଣ ତାହା ଅବଶ୍ୟ କରନ୍ତୁ । ଏଥିରୁ ଆପଣଙ୍କୁ ସନ୍ତୁଷ୍ଟି ମିଳିବା ସହିତ ସେମାନଙ୍କୁ ସାହାଯ୍ୟ ମଧ୍ୟ ମିଳିଯିବ । ଆଗକୁ ବଢ଼ନ୍ତୁ ଏବଂ ଏହି ଅନୁଭବର ମଜ୍ଜା ନିଅନ୍ତୁ ।
କନ୍ୟା
ଆଜି ଆପଣ ସେହି ବ୍ୟକ୍ତି ଉପରେ ହତାଶ ଅନୁଭବ କରୁଛନ୍ତି ଯେଉଁ ମାନେ ଆପଣଙ୍କୁ ନିରାଶ କରିଛନ୍ତି । ଆପଣଙ୍କୁ ଏମିତି ଲାଗିବ, ଲୋକମାନେ ଦେଇଥିବା କଥା ଅନୁସାରେ କାମ କରୁନାହାନ୍ତି । ଆଜି ଆପଣ ମୁଣ୍ଡକୁ ଶାନ୍ତ ରଖିବାକୁ ହେବ ।
ତୁଳା
ପରିଶେଷରେ ଆଜି ଆପଣଙ୍କ ବିଚ଼ାରରେ ସ୍ପଷ୍ଟତା ଆସିବ ଏବଂ କିଛି ଗମ୍ଭୀର ସମସ୍ୟା ବିଷୟରେ ଆପଣ ସ୍ପଷ୍ଟରୂପେ ଚ଼ିନ୍ତା କରିପାରିବେ । ସବୁ ସମସ୍ୟାର ସମାଧାନ ଏବେ ଆପଣଙ୍କୁ ପରିଷ୍କାର ରୂପେ ଦେଖାଯିବ ।
ବିଛା
ଆଜି ଆପଣଙ୍କ ଆତ୍ମବିଶ୍ୱାସ ଏହାର ଚ଼ରମ ସୀମାରେ ରହିବ । ଏହାର ପୂର୍ଣ୍ଣ ଫାଇଦା ଉଠାନ୍ତୁ । ଆପଣ ନିଜର ଆତ୍ମବିଶ୍ୱାସ ଏବଂ ସକାରାତ୍ମକ ଭାବନା ଦ୍ୱାରା ଅନ୍ୟ ମାନଙ୍କୁ ପ୍ରଭାବିତ କରିବେ ।
ଧନୁ
ଆଜି ଆପଣଙ୍କ ମନ କୌଣସି ସାମାଜିକ କାର୍ଯ୍ୟରେ ସହଯୋଗ ପାଇଁ ହେବ । ନିଜର ମନର କଥା ଶୁଣନ୍ତୁ ଏବଂ କୌଣସି ସମାଜିକ କାର୍ଯ୍ୟରେ ସହଯୋଗ କରନ୍ତୁ । ଏହି ଭଲ କାମ ପାଇଁ ଆପଣ ସାହାଯ୍ୟ କରୁଛନ୍ତି ସେମାନଙ୍କୁ ଏବଂ ଆପଣଙ୍କୁ ବହୁତ ଖୁସି ଲାଗିବ ।
ମକର
କୌଣସି ଆଇନଗତ ନିଷ୍ପତ୍ତି ଏବେ ଆପଣଙ୍କ ସପକ୍ଷରେ ରହିବ । ଏବେ ଆପଣଙ୍କୁ ଆପଣଙ୍କ ଉଦ୍ୟମର ଫଳ ମିଳିପାରିବ । ସବୁ କିଛି ଠିକ୍ ହୋଇଯିବ କିନ୍ତୁ ଆପଣ ନିଜ କ୍ରୋଧ ଉପରେ ଅକ୍ତିଆର ରଖିବାକୁ ହେବ । ଏବେ ଖୁସିର ସମୟ ଆସିଗଲାଣି ।
କୁମ୍ଭ
ଆଜି ଆପଣ ସବୁ କାର୍ଯ୍ୟ ଗୁଡ଼ିକ ସମାଜର କଲ୍ୟାଣ ଏବଂ ପରିବାରର କଲ୍ୟାଣ ନିମିତ୍ତ କରିବେ । ଆଜି ଆପଣ କିଛି ଦାନ କରିବେ, ଅଥବା ନିଜ ପ୍ରିୟଜନ ପାଇଁ ଉପହାର କିଣିବେ । ଆପଣଙ୍କର ଏହି କାର୍ଯ୍ୟ ପାଇଁ ଅବଶ୍ୟ କାହାକୁ ଲାଭ ମିଳିପାରିବ ।
ମୀନ
ଆଜି ଆପଣଙ୍କୁ କ୍ରୋଧ ଲାଗିବ । ଆଜି ଆପଣଙ୍କର ଜୀବନର ଉନ୍ନତି କ୍ଷେତ୍ରରେ କିଛି ପରିମାଣର ଅବନତି ଦେଖାଦେବ ।କିନ୍ତୁ ଆପଣ ଏ କ୍ଷେତ୍ରରେ ଆଦୌ ବ୍ୟସ୍ତ ନହୋଇ ଏ ପରିସ୍ଥିତିର ମୁକାବଲା କରନ୍ତୁ ।