ଆଜିର ରାଶିଫଳ; ୨୩ ଡିସେମ୍ବର ସୋମବାର ; କେମିତି କଟିବ ଆଜିର ଦିନ

ମେଷ

ଆଜି ଆପଣ ଆଉ କାହାର ଖରାପ ବ୍ୟବହାରରେ ଦୁଃଖି ଅଟନ୍ତି । ଆପଣ ପୁରା ଚ଼େଷ୍ଟା କରନ୍ତୁ , କୌଣସି ବେକାର କାର୍ଯ୍ୟ ନକରି ନିଜ ଉପରେ ଥିବା ଦାୟିତ୍ୱକୁ କାର୍ଯ୍ୟରେ ପରିଣତ କରନ୍ତୁ ।

ବୃଷ

ଆଜି ଆପଣ ନିର୍ଦ୍ଦିଷ୍ଟ ସମୟରେ କାର୍ଯ୍ୟଟି ପୁରଣ ନକରିପାରନ୍ତି ସେଥି ପାଇଁ ସଚ଼େତନ ହେବା ଆବଶ୍ୟକ । ଯଦି ଆପଣ କୌଣସି ଚ଼ାକିରୀ କିମ୍ବା ଛାତ୍ରବୃତ୍ତି ପାଇଁ ଆବେଦନ କରୁଛନ୍ତି ତାହେଲେ ସତର୍କ ରୁହନ୍ତୁ ।|

ମିଥୁନ

ଆଜି ଆପଣ ସେହି ଦ୍ରବ୍ୟକୁ ଗୁରୁତ୍ତ୍ୱ ଦିଅନ୍ତୁ ,ଯାହା ଆପଣଙ୍କ ପାଇଁ ଗୁରୁତ୍ତ୍ୱପୂର୍ଣ୍ଣ ଅଟେ । ଆପଣ ନିଜ ପରିବାରର କାମ ଏବଂ ମିତ୍ରମାନଙ୍କ ମଧ୍ୟରେ ଏକ ସନ୍ତୁଳନ ରକ୍ଷାକରନ୍ତୁ ।|

କର୍କଟ

ଆଜି ଆପଣ ନିତିଦିନ କାର୍ଯ୍ୟକ୍ରମରେ କିଛି ନୂତନତା ଆଣିବାକୁ ଚ଼େଷ୍ଟା କରିବେ । ଆପଣ ସେହି କାର୍ଯ୍ୟ କରନ୍ତୁ ଯାହା ଆପଣଙ୍କର ବହୁତ ଦିନରୁ କରିବାର ଇଚ୍ଛାଥିଲା ।|

ସିଂହ

ନିଜ ନିୟନ୍ତ୍ରଣରୁ ବାହାରି କାର୍ଯ୍ୟ କରନ୍ତୁ ନାହିଁ । ଧୈର୍ଯ୍ୟ ଏବଂ ସାହସକୁ ପାଥେୟ କରି ବିପଦର ସାମ୍ନାକଲେ ସଫଳତା ନିଶ୍ଚୟ ମିଳିବ ।|

କନ୍ୟା

ଆଜି ଆପଣ କୌଣସି କଥାର ସତ୍ୟତା ପରିକ୍ଷା ପାଇଁ ତାହାକୁ ଯାଞ୍ଚ ନିଶ୍ଚୟ କରନ୍ତୁ । ଏମିତି କୌଣସି କଥାକୁ ଶୁଣି ନିଷ୍ପତ୍ତି ନିଅନ୍ତୁ ନାହିଁ ।|

ତୁଳା

ହଠାତ୍ ଆସିଥିବା ସମସ୍ୟା ଆପଣଙ୍କୁ କୌଣସି ବ୍ୟସ୍ତତାରେ ପକାଇଦେବ । ଏହି ସମସ୍ୟା ଆପଣଙ୍କ କାର୍ଯ୍ୟରେ ବାଧା ସୃଷ୍ଟି କରିବ । ଏହି ସମସ୍ୟାକୁ ଆପଣ ସାହସର ସହିତ ମୁକାବିଲା କରନ୍ତୁ ଏବଂ ଆପଣଙ୍କୁ ବିଜୟ ସୁନିଶ୍ଚିତ ମିଳିବ ।|

ବିଛା

କୌଣସି ଅସୁବିଧାରେ ପଡ଼ିବା ଆଗରୁ ନିଜକୁ ଦୂରେଇ ରଖନ୍ତୁ । ଜୀବନପ୍ରତି ସକାରାତ୍ମକ ଚ଼ିନ୍ତା ଧାରା ଏହି ସମୟରେ ଆବଶ୍ୟକ ଅଛି । ଆଜି ଆପଣ ନିଶ୍ଚୟ ନିଜର ଅଟଳ ବିଶ୍ୱାସ ଏବଂ ବୁଦ୍ଧିମତ୍ତା ଯୋଗୁଁ ସବୁ ସମସ୍ୟାର ସମାଧାନ କରିପାରିବେ ।|

ଧନୁ

ଆଜି ଆପଣ କୌଣସି ସ୍ୱାର୍ଥ ନଥିଲେ ସହାୟତା କରନ୍ତୁ । ଏଥିରୁ ଆପଣଙ୍କୁ ଖୁସି ମିଳିବ । ଆଜି ଆପଣଙ୍କ ପାଇଁ ସମ୍ପର୍କର ମହତ୍ତ୍ୱ ବହୁତ ଗୁରୁତ୍ତ୍ୱପୂର୍ଣ୍ଣ ହେବ । ନିଜ ପ୍ରିୟଜନମାନଙ୍କ ସହିତ ସମୟ କଟାଇଲେ ଆପଣଙ୍କୁ ବହୁତ ଖୁସି ଲାଗିବ ।|

ମକର

ଆଜି ଆପଣ ସମାଜସେବା କରିବାକୁ ମନବଳାଇବେ । ଆଜି ଆପଣ ପଇସା ପତ୍ର କିମ୍ବା ସମୟ ଦେଇ ଆବଶ୍ୟକ କରୁଥିବା ଲୋକଙ୍କ ସାହାଯ୍ୟ କରିବାକୁ ଚ଼େଷ୍ଟା କରିବେ । ଦିନ ସରିଲେ ଆପଣ କାମ ପାଇଁ ବହୁତ ଖୁସି ହେବେ ।|

କୁମ୍ଭ

ଆଜି ଆପଣଙ୍କ ମନ କୌଣସି ସାମାଜିକ କାର୍ଯ୍ୟରେ ସହଯୋଗ ପାଇଁ ହେବ । ନିଜର ମନର କଥା ଶୁଣନ୍ତୁ ଏବଂ କୌଣସି ସମାଜିକ କାର୍ଯ୍ୟରେ ସହଯୋଗ କରନ୍ତୁ । ଏହି ଭଲ କାମ ପାଇଁ ଆପଣ ସାହାଯ୍ୟ କରୁଛନ୍ତି ସେମାନଙ୍କୁ ଏବଂ ଆପଣଙ୍କୁ ବହୁତ ଖୁସି ଲାଗିବ ।|

ମୀନ

ଆଜି ଆପଣ ସବୁ କାର୍ଯ୍ୟ ଗୁଡ଼ିକ ସମାଜର କଲ୍ୟାଣ ଏବଂ ପରିବାରର କଲ୍ୟାଣ ନିମିତ୍ତ କରିବେ । ଆଜି ଆପଣ କିଛି ଦାନ କରିବେ, ଅଥବା ନିଜ ପ୍ରିୟଜନ ପାଇଁ ଉପହାର କିଣିବେ । ଆପଣଙ୍କର ଏହି କାର୍ଯ୍ୟ ପାଇଁ ଅବଶ୍ୟ କାହାକୁ ଲାଭ ମିଳିପାରିବ ।|