ଆଜିର ରାଶିଫଳ; ୨୮ ମାର୍ଚ୍ଚ ୨୦୨୦ ଶନିବାର : କେମିତି କଟିବ ଆଜିର ଦିନ

ମେଷ

ଆଜି ଆପଣ ସଫଳତାର ମୁକୁଟ ପିନ୍ଧିବେ ,ଏହି ସଫଳତାର ଅସଲ ହକଦାର ଆପଣ, କାରଣ ଏହି ସଫଳତା ପାଇବା ପାଇଁ ଆପଣ ଅପ୍ରାଣ ଉଦ୍ୟମ କରିଛନ୍ତି । ଆଜି ସବୁ ଚିନ୍ତିତରେ ଦୂରେଇ ଯାଇ ସଫଳତାକୁ ଉପଭୋଗ କରନ୍ତୁ ।

ବୃଷ

ଆଜି ସଂଦ୍ଧ୍ୟାରେ ହୋଇଥିବା ସମାରୋହ ଏକ ମହତ୍ତ୍ୱପୂର୍ଣ୍ଣ ପୂରା କରିବ । ବୋଧହୁଏ ଯେ କୌଣସି ମହତ୍ତ୍ୱପୂର୍ଣ୍ଣ ଚ଼ୁକ୍ତି ହେଇପାରେ କିମ୍ବା କୌଣସି ପରିଯୋଜନାକୁ ଶେଷ ରୂପେ ମିଳିପାରେ ।

ମିଥୁନ

ଆଜି ଆପଣଙ୍କୁ ସଫଳତା ମିଳିବାର ବହୁମାତ୍ରାରେ ସଙ୍କେତ ଅଛି । ଯଦି ଆପଣଙ୍କୁ ନିଜ ସଫଳତା ପାଇଁ ଅନ୍ୟମାନଙ୍କ ଠାରୁ ସହାନୁଭୂତି ମିଳୁଛି, ତେବେ ବ୍ୟସ୍ତ ହୁଅନ୍ତୁ ନାହିଁ ।

କର୍କଟ

ଆଜି ଆପଣଙ୍କୁ ଏମିତି ପ୍ରଶଂସା ମିଳିବ ଯାହା ଆପଣ କେବେ ଆଶା କରି ନଥିବେ । ଆପଣ ନିସ୍ୱାର୍ଥ ଭାବରେ କରିଥିବା କାର୍ଯ୍ୟଯୋଗୁଁ ଆଜି ଆପଣଙ୍କୁ ସୁଫଳ ମିଳିବ । ଆପଣ ବୋଧହୁଏ ଏହା ଭାବିନଥିବେ ଯେ ଆପଣଙ୍କ ଉଚ୍ଚାଧିକାରୀ ଆପଣଙ୍କ ଉପରେ ନଜର ରଖିଛନ୍ତି ।

ସିଂହ

ଆଜି ଦିନରେ ଆପଣ ଅସୁଖି ଅନୁଭବ କରି ପାରନ୍ତି । କିଛି ସାମାନ୍ୟ ଦୁଶ୍ଚିନ୍ତା ମଧ୍ୟରେ ସମୟ କାଟିପାରନ୍ତି । କିନ୍ତୁ ଖରାପ ସମୟ ଆପେ ଆପେ ଦୁରେଇଯିବ । ସାମୟିକ ଭାବରେ ନିରାପତ୍ତାର ଅଭାବ ଅନୁଭବ କରି ପାରନ୍ତି ।

କନ୍ୟା

ଆଜି ଆପଣଙ୍କ ବିନମ୍ର ସ୍ୱଭାବ ଓ ଦୃଢ଼ତା ସଭିଙ୍କର ମନ ଜିତି ନେବ । ଆଉକିଛି ନହେଲେ ମଧ୍ୟ ଆପଣଙ୍କୁ ଏମିତି ଏକ ଦୃଢ଼ ମନୁଷ୍ୟ କରିଦେବ ଯିଏ କି ସବୁ ପରିସ୍ଥିତିକୁ ସହଜରେ ସମ୍ଭାଳି ନେବ ।

ତୁଳା

ଆପଣ ଆଜି କୌଣସି କାରଣରୁ ନିରାଶ ହେବେ । ଆପଣ ନିଜ ଲକ୍ଷରେ ପହଁଚି କଷ୍ଟକର ହେବ । ଆପଣଙ୍କର କାର୍ଯ୍ୟ ଦକ୍ଷତା ହ୍ରାସ ପାଇପାରେ । ବିଶେଷ ବିବ୍ରତ ହୁଅନ୍ତୁ ନାହିଁ । ଆଜି ଦିନ ବିତେଇଲା ପରେ ଅନ୍ୟାନ୍ୟ କ୍ଷେତ୍ରରେ ଓ ଉନ୍ନତି ପରିଲକ୍ଷିତ ହେବ ।

ବିଛା

ଭବିଷ୍ୟତର ଯୋଜନା କରିବା ପାଇଁ ଏହି ସମୟ ଉପଯୁକ୍ତ । ଆପଣଙ୍କ ମଧ୍ୟରୁ ଯେଉଁ ଲୋକମାନେ ଖରାପ ପରିସ୍ଥିତିର ସାମ୍ନାକରୁଛନ୍ତି, ସେମାନେ ନିଜର ରଣନୀତିରେ ପରିବର୍ତ୍ତନ ଆଣିବା ଉଚ଼ିତ୍ । ଏହା ଦ୍ୱାରା ଆପଣ ସହଜରେ ଲକ୍ଷ ପ୍ରାପ୍ତି କରିପାରିବେ ।

ଧନୁ

ମାନସିକ ଦୁଶ୍ଚିନ୍ତାରେ ଦିନଟି କଟିବ । ବଂଧୁମାନଙ୍କ ବାର୍ତ୍ତାଳାପରେ ଦୁଶ୍ଚିନ୍ତାରେ ଲାଘବ ମିଳିବ । ଅନ୍ତରଂଗ ବଂଧୁଙ୍କ ସହ କଥାବାର୍ତ୍ତା କରନ୍ତୁ । ଏହା ଦ୍ୱାରା ମାନସିକ ଶାନ୍ତି ପାଇବେ ।

ମକର

ଆଜି ଆପଣ କୌଣସି ଏକ ସାମାଜିକ ସମାରୋହର ଭାଗ ନେବେ । ଏହି ସମାରୋହର ଆପଣଙ୍କ ସମ୍ପର୍କୀୟଙ୍କ ଘରେ ମଧ୍ୟ ହୋଇପାରେ । ଏହି ସମାରୋହରେ ଯିବା ଦ୍ୱାରା ଆପଣଙ୍କୁ ବହୁତ ଖୁସି ଲାଗିବ ।

କୁମ୍ଭ

ଆଜି ଆପଣ ନିଜର ମୂଲ୍ୟବାନ ଜିନିଷକୁ ସାଇତି ରଖନ୍ତୁ । ନଚ଼େତ୍ ତାହା ହଜିଯିବାର ସମ୍ଭାବନା ଅଛି । ଆଦୌ ଚ଼ିନ୍ତା କରନ୍ତୁ ନାହିଁ । କେବଳ ସତର୍କତା ଅବଲମ୍ବନ କରନ୍ତୁ ।

ମୀନ

ଆପଣଙ୍କର ପ୍ରତି ପଥରେ କୌଣସି ପ୍ରତିବଂଧକ ସୃଷ୍ଟିହୋଇପାରେ । ଆପଣ ଏଥିପାଇଁ କିଛି ପରିମାଣରେ ନିରାଶ ହୋଇ ପାରନ୍ତି । କିନ୍ତୁ ଆପଣ ଏ ପ୍ରତିବଂଧକ ଏଡାଇବା ପାଇଁ କଠିନ ପରିଶ୍ରମ କରି ଆସନ୍ତୁ ।