ଆଜିର ରାଶିଫଳ; ୨୯ ମାର୍ଚ୍ଚ ୨୦୨୦ ରବିବାର : କେମିତି କଟିବ ଆଜିର ଦିନ

ମେଷ

ଆଗକୁ ବଢ଼ନ୍ତୁ ଏବଂ ବନ୍ଧୁ ଓ ପରିବାରବର୍ଗଙ୍କ ସହ ମିଶି କିଛି ଭଲ କାର୍ଯ୍ୟ କରନ୍ତୁ । ଆଜି ଆପଣ ନିଜର ସମସ୍ତ କାର୍ଯ୍ୟକୁ ଗୋଟିଏ ପାଖରୁ ରଖି କେବଳ ମନୋରଞ୍ଜନ କରନ୍ତୁ କାରଣ ଜୀବନରେ ଏହା ମଧ୍ୟ ଜରୁରୀ ।

ବୃଷ

ଆଜି ଆପଣ କୌଣସି ପାରିବାରିକ ସମାରୋହରେ ଖୁବ୍ ଜମେଇକି ନାଚ଼ିବେ । ଆଜି କାଲି ଆପଣଙ୍କ ସମ୍ପର୍କୀୟ ସଭିଙ୍କ ସହ ମଧୁର ଅଛି, ତେଣୁ ଆପଣଙ୍କୁ ନିଜ ଲୋକଙ୍କ ଠାରୁ ବହୁତ ଖୁସି ମିଳିବ ।

ମିଥୁନ

କୌଣସି ଆତ୍ମୀୟଙ୍କ ସହ ଆପଣଙ୍କ ସମ୍ପର୍କ ଖରାପ ହୋଇପାରେ । ଆଜି ନିଜ ତରଫରୁ ନିଜ ସମ୍ପର୍କକୁ ସୁଧାରିବାକୁ ଚ଼େଷ୍ଟା କରନ୍ତୁ । ନିଜ ଉପରେ ନିୟନ୍ତ୍ରଣ ରଖି ଏହାର ଆରମ୍ଭ କରନ୍ତୁ । ସଠିକ୍ ସମୀକ୍ଷା ଦ୍ୱାରା ଆପଣଙ୍କୁ ସହାଯ୍ୟ ମିଳିବ ।

କର୍କଟ

ଏହି ସମୟରେ ଆପଣଙ୍କ ସମ୍ପର୍କରେ ବିଶ୍ୱାସ ବଢିଯିବ । ଆପଣ ନଜ ଆତ୍ମୀୟଜନଙ୍କ ପାଖକୁ ଆସିବେ ଏବଂ ନିଜ ଜୀବନରେ ସେମାନଙ୍କର ମହତ୍ତ୍ୱ ବୁଝିପାରିବେ ।

ସିଂହ

ନିଜର ଘରର ଦରଜାକୁ ଠିକ୍ ଭାବେ ବନ୍ଦ ରଖନ୍ତୁ । ନଚ଼େତ୍ ଆପଣ କ୍ଷତି ସହି ପାରନ୍ତି । ଘରର ସୁରକ୍ଷା ବିଷୟରେ ଧ୍ୟାନ ଦିଅନ୍ତୁ । ନହେଲେ କ୍ଷତି ସହିବାକୁ ପଡ଼ିପାରେ । ନିଜର ମୂଲ୍ୟବାନ ବସ୍ତୁକୁ ଏଠି ସେଠି ପକାନ୍ତୁ ନାହିଁ ।

କନ୍ୟା

ଆପଣ କିଛି ଦିନ ହେଲା ଯାଣିପାରୁନାହାନ୍ତି ଯେ ଆପଣଙ୍କର କଣ କରିବା ଉଚ଼ିତ୍ । କିନ୍ତୁ ଆପଣଙ୍କର ଚ଼ିନ୍ତାଧାରାରେ ସ୍ପଷ୍ଟତା ଆସିଯିବ । ଏହି ସମୟର ଲାଭ ଉଠାନ୍ତୁ ଏବଂ ଅଟକି ଯାଉଥିବା ସମସ୍ତ କାର୍ଯ୍ୟ କରିବାକୁ ଚ଼େଷ୍ଟା କରନ୍ତୁ ।

ତୁଳା

ବହୁ ଦିନର ହଜିଯାଇଥିବା ଏକ ବସ୍ତୁ ମିଳିଯିବା ପରେ ଆପଣ ଖୁସି ଅନୁଭବ କରିବେ । ଏବେ ସମୟ ଆପଣଙ୍କ ପାଇଁ ଅନୁକୂଳ । ସେଥିପାଇଁ ଛୋଟ ଛୋଟ କଥା ବି ଆପଣଙ୍କୁ ଖୁସି ଆଣିଦେବ ।

ବିଛା

କୌଣସି ବୃଦ୍ଧ ବ୍ୟକ୍ତିଙ୍କ ପାଇଁ ଆପଣଙ୍କ ସମ୍ପର୍କ ଖରାପ ହୋଇପାରେ । ଯଦି ଆପଣ କୌଣସି ବଡ଼ ଝଗଡ଼ାରେ ନା ଅଡ଼ୁଆରେ ପଡ଼ିଯାଇଛନ୍ତି , ତେବେ ତାକୁ ଶୀଘ୍ର ଠିକ୍ କରନ୍ତୁ ।

ଧନୁ

ଆପଣଙ୍କ ମାନସିକ ଅବସ୍ଥାରେ କିଛି ପରିବର୍ତ୍ତନ ହେବ ଏବଂ ଦିନତମାମ ଆପଣଙ୍କ ଏକାଗ୍ରତାର ଆଘାତ ସୃଷ୍ଟି ହେବ । କାହାରି ଉପରେ ଅଯ଼ଥାରେ ବିରକ୍ତି ଭାବ ପ୍ରକାଶ କରନ୍ତୁ ନାହିଁ ଏବଂ ନିଜେ ମଧ୍ୟ ମାନସିକ ଭାରସାମ୍ୟ ହରାନ୍ତୁ ନାହିଁ ।

ମକର

ଆପଣ ଆଜି ଆଇନା ସାମନାରେ ବହୁ ସମୟ ବସିବେ କାରଣ ଏକ ସାମାଜିକ ସମାରୋହରେ ଆପଣ ବହୁତ ସୁନ୍ଦର ଦେଖାଯିବା ପାଇଁ ଚାହାଁନ୍ତି ।

କୁମ୍ଭ

ଆଜି ଆପଣ ନିଜର ମୂଲ୍ୟବାନ ଜିନିଷକୁ ସାଇତି ରଖନ୍ତୁ ,ନଚ଼େତ୍ ତାହା ହଜିଯିବାର ସମ୍ଭାବନା ଅଛି । ଆଦୌ ଚ଼ିନ୍ତା କରନ୍ତୁ ନାହିଁ । କେବଳ ସତର୍କତା ଅବଲମ୍ବନ କରନ୍ତୁ ।

ମୀନ

ଆଜି ଦିନରେ ମିଶ୍ରିତ ମାନସିକତା ଅନୁଭବ କରିବେ । ରୁଚି ସଂପନ୍ନ କାର୍ଯ୍ୟ କରି ମନକୁ ପ୍ରଫୁଲ୍ଲ ରଖନ୍ତୁ । ନାଚ , ଗୀତ ଅଧ୍ୟୟନ ଓ ବଂଧୁ ମାନଙ୍କସହ ବାର୍ତ୍ତାଳାପ ରହି କାର୍ଯ୍ୟରେ ସମୟ କଟାଇପାରନ୍ତି ।