ଆଜିର ରାଶିଫଳ; ୩୧ ମାର୍ଚ୍ଚ ୨୦୨୦ ମଙ୍ଗଳବାର : କେମିତି କଟିବ ଆଜିର ଦିନ

ମେଷ

ଆଜି ଆପଣ ସାମାଜିକ କାର୍ଯ୍ୟରେ ବ୍ୟସ୍ତ ରହିବେ । ଆପଣ ହୁଏତ ଆପଣଙ୍କର ପୁରୁଣା ବନ୍ଧୁମାନଙ୍କୁ ମନେ ପକାଉଛନ୍ତି । ସେମାନଙ୍କ ସହ ସାକ୍ଷାତ ପରେ ଆପଣ ବହୁତ ଖୁସିହେବେ ।

ବୃଷ

ଆଜି ଆପଣଙ୍କର ବାହାରକୁ ଯାଇ ଲୋକମାନଙ୍କ ସହ ସାକ୍ଷାତ କରିବାପାଇଁ ଇଛାହେବ । ଆଜି ଆପଣ ଦ୍ୱିଧାରେ ଅଛନ୍ତି । ଆପଣ ନିଜ ବନ୍ଧୁଙ୍କ ସହ ବାହାରକୁ ବୁଲିବା ପାଇଁ ଯାଆନ୍ତୁ ।

ମିଥୁନ

ଆଜି ଆପଣ କୌଣସି ସାମାଜିକ ସମାରୋହ ପରେ ନିଜ ଘରକୁ ସଜାଡିବାରେ ଲାଗି ଯିବେ । ଘରକୁ ଠିକ୍ ଠାକ୍ କରନ୍ତୁ । କିଛି ଆରାମ ମଧ୍ୟ କରନ୍ତୁ । ଆପଣ ସମାରୋହର ଖୁବ୍ ମଜ୍ଜା ନିଅନ୍ତୁ । କିନ୍ତୁ ନିଜ ଦାୟୀତ୍ୱ ସବୁ ତୁଲାଇବାର ସମୟ ଆଜି ।

କର୍କଟ

ଆଜି ଆପଣଙ୍କ ଧ୍ୟାନ କେବଳ ମଉଜ ମସ୍ତି ଆଡ଼କୁ ହିଁ ରହିବ । ଆଜି ଆପଣ ସବୁ କିଛି ଭୁଲିଯାଇ ଖୁବ୍ ନାଚ଼ନ୍ତୁ ,ନଚ଼େତ୍ କୌଣସି ସମାରୋହ କରନ୍ତୁ । ସେଠାକୁ ସଭିଙ୍କୁ ନିମନ୍ତ୍ରଣ କରନ୍ତୁ । ଆଜି ଆପଣ ଯାହା କିଛି କରୁଛନ୍ତି ପୂର୍ଣ୍ଣ ମନରେ କରନ୍ତୁ ।

ସିଂହ

ଆଜି ଆପଣଙ୍କ ମନ ବନ୍ଧୁମାନଙ୍କ ସହ ମଜ୍ଜା କରିବାକୁ ଚ଼ାହୁଁଛି । ଆଜିକାଲି ଆପଣଙ୍କ ସମ୍ପର୍କ ସୁଧାରିବାରେ ଲାଗିଛନ୍ତି ଯେଉଁଥି ପାଇଁ ଆପଣ ଖୁସି ଅଛନ୍ତି । ଆଜି ଆପଣ ଯେତେ ଅଧିକ ସମୟ ପାରିବେ ଆପଣଙ୍କ ପରିବାରଙ୍କ ସହ କଟାନ୍ତୁ ।

କନ୍ୟା

ଆପଣ ଏଭଳି ଜଣେ ବ୍ୟକ୍ତି ଯାହାକୁ ନିଜ ଆଖପାଖ ଲୋକଙ୍କ ସାହାଯ୍ୟ ସହଯରେ ମିଳିଯାଏ । ଆପଣଙ୍କୁ ହୁଏତ ଏହା ଜଣା ନାହିଁ ଯେ ବହୁତ ଲୋକ ଆପଣଙ୍କ ବ୍ୟକ୍ତିତ୍ତ୍ୱ ଦ୍ୱାରା ପ୍ରଭାବିତ । ଆପଣ କେବେ ମଧ୍ୟ ନିଜର ଛବିକୁ ମଳିନ ହେବାକୁ ଦିଅନ୍ତୁ ନାହିଁ ।

ତୁଳା

ଆଜି କିଛି ନୂଆ ଦାୟୀତ୍ତ୍ୱ ଆପଣ ନେଇ ପାରନ୍ତି ,ଯାହାକି ଆପଣଙ୍କୁ ପୁରସ୍କାର ଆଣିଦେଇପାରେ ଆପଣ ନିଜର ମାନ,ଯଶର ପୁରା ମଜ୍ଜା ନେଇ ପାରନ୍ତି,ମାତ୍ର ମନେ ରଖନ୍ତୁ ଯେ କୌଣସି ପ୍ରକାରରେ ମଧ୍ୟ ନିଜର ପ୍ରତିଛବିକୁ ମଳିନ ହେବାକୁ ଦିଅନ୍ତୁ ନାହିଁ ।

ବିଛା

ଆଜି ଆପଣ ଆରାମ କରନ୍ତୁ । ନିଜ ଚ଼ତୁଃପାର୍ଶ୍ୱର ଲୋକମାନଙ୍କ ସହିତ ମଜ୍ଜା କରନ୍ତୁ । ଏହି ସମ୍ପର୍କ ସବୁରୁ ଆପଣଙ୍କୁ ଭବିଷ୍ୟତରେ ବହୁତ ଲାଭ ହେବ । ଆପଣ ଆପଣଙ୍କ ଘର ଲୋକଙ୍କ ସହ ମଧ୍ୟ ଏକ ଗଭୀର ସମ୍ପର୍କ ମୁଳଦୁଆ ରଖିଛନ୍ତି ।

ଧନୁ

ଆଜି ଆପଣ ନିଜ ଶାରୀରିକ ସୁନ୍ଦରତା ଆଡ଼କୁ ବହୁତ ଧ୍ୟାନ ଦେବେ, ଆପଣ ନିଜ ମନପସନ୍ଦର ପୋଷାକ ପିନ୍ଧିବେ ଓ ବହୁତ ସମୟ ଧରି ନିଜ କେଶ ସଜାଇବେ । ଆପଣଙ୍କ ଏହି ନୂଆ ରୂପକୁ ଦେଖି ଲୋକେ ଆପଣଙ୍କ ପ୍ରଶଂସା କରିବେ ।

ମକର

ଆଜି ଆପଣଙ୍କ ମଜ୍ଜା ଓ ଆରାମର ଦିନ । ସାମାଜିକ ରୀତିନୀତି ଆଜି ଆପଣଙ୍କ ପାଇଁ ବହୁତ ଆନନ୍ଦ ନେଇକି ଆସିବ । ଆପଣଙ୍କ ଜୀବନରେ ବର୍ତ୍ତମାନ ସମୟରେ ଯେଉଁ ପରିବର୍ତ୍ତନ ସବୁ ଆସିଛି, ସେଥିରୁ ମଧ୍ୟ ଆପଣଙ୍କୁ ବହୁତ ଖୁସି ମିଳିବ ।

କୁମ୍ଭ

ନିଜ ସମ୍ପର୍କରେ ସୁଧାର ଆଣିବା ପାଇଁ ଯୋଜନା କରନ୍ତୁ ଏବଂ ସେମାନଙ୍କୁ ଖୁସି କରିଦିଅନ୍ତୁ ।ଆଜି ଶୀଘ୍ର ଘରେ ପହଞ୍ଚିବା ପାଇଁ ଚ଼େଷ୍ଟା କରନ୍ତୁ ଏବଂ ପରିବାର ବର୍ଗକୁ ବାହାରକୁ ବୁଲେଇ ନେଇ ଯାଆନ୍ତୁ । ଆପଣ ଦେଖିବେ ଆପଣଙ୍କୁ କେତେ ଖୁସି ମିଳିବ ।

ମୀନ

ଆଜି ପୂରା ଦିନ ଆପଣ ଖୁସି ମଜ୍ଜାରେ ମଜ୍ଜି ରହିବେ । ଆଜି ନିଜର ପରିବାର ଓ ବନ୍ଧୁମାନଙ୍କ ସହିତ କିଛି ସମୟ କାଟନ୍ତୁ । ଏଥିଯୋଗୁଁ ଆପଣ ନିଜେ ଖୁସି ହେବା ସହିତ ନିଜ ପରିବାରବର୍ଗଙ୍କୁ ମଧ୍ୟ ଖୁସି ମିଳିବ, ଏହି ଦିନ ଗୁଡ଼ିକରେ ଆପଣଙ୍କ ଜୀବନ ସାଥୀଙ୍କ ସହ ଆପଣଙ୍କ ସମ୍ପର୍କ ମଧୁର ଅଟେ ।