କରୋନା ମହାମାରୀ କୁ ନେଇ ବର୍ତମାନ ସାରା ଦେଶ ଲକ ଡାଉନ ନିୟମ ରେ ରହିଛି I କିନ୍ତୁ ସରକାର ଙ୍କ ର ବିଗତ ଦିନର ଘୋଷଣା ଅନୁସାରେ 3 ମଇ ରେ ଏହି ଲକ ଡାଉନ ଶେଷ ହେବ I କିନ୍ତୁ ଲୋକ ଙ୍କ ମଧ୍ୟ ରେ ଏହି ଆଶଙ୍କା ରହିଛି କଣ ବାସ୍ତବ ରେ 3 ମଇ ରେ ଏହି ଲକ ଡାଉନ ପ୍ରକ୍ରିୟା ଶେଷ ହେବ କଣ ସବୁ ବିମାନ ଯାତ୍ରା ଆରମ୍ଭ ହେବ I ଏହିପରି ଲୋକ ଙ୍କ ମଧ୍ୟ ରେ ଅନେକ ପ୍ରଶ୍ନ ଆରମ୍ଭ ହେଇଚି I ଏହିପରି ନାନା ପ୍ରଶ୍ନ କୁ ନେଇ ସାଧାରଣ ଜନତା ନାନା ସମସ୍ୟା ଘେର ରେ ରହିଛନ୍ତି I ବର୍ତମାନ କିଛି ଘରୋଇ ବିମାନ ନିଜ ର ଟିକେଟ ବୁକିଂ ପ୍ରକ୍ରିୟା ଆରମ୍ଭ କରିଛନ୍ତି I
ଡିଜିସିଏ ଙ୍କ ତରଫରୁ ଜାରୀ ହେଇଥିବା ଏହି ସରକୁଲର ରେ ସ୍ପଷ୍ଟ କୁହାଯାଇଛି ବିମାନ ସେବା ର ଆଗାମୀ ନିର୍ଦେଶ ପର୍ଯ୍ୟନ୍ତ ଟିକେଟ ବୁକିଂ ହେବ ନାହିଁ I ଦେଶ ରେ ବିମାନ ଚଳାଚଳ କେବେଠାରୁ ଆରମ୍ଭ ହେବ ଏହା ଆଗାମୀ ସମୟ ରେ ସ୍ପଷ୍ଟ ରୂପେ ଘୋଷଣା କରାଯିବ I
ବିସ୍ତାରି ଓ ଏୟାର ଏସିଆ ତରଫରୁ ବୁକିଂ ବର୍ତମାନ ମଧ୍ୟ ଚାଲିଛି I ସେ କହିଛନ୍ତି କି ମନ୍ତ୍ରାଳୟ ତରଫରୁ ତାଙ୍କୁ କୌଣସି ନୋଟିସ ଆସିନାହିଁ I ସବୁ ଭାରତୀୟ କମ୍ପାନୀ 4 ଗୋଟି ଡୋମେସ୍ଟିକ ଫ୍ଲାଇଟ ପାଁଇ ଟିକେଟ ବୁକିଂ କରୁଛନ୍ତି I ପୂର୍ବ ରୁ ମନ୍ତ୍ରୀ ହରଦୀପ ସିଂ ଶନିବାର ରାତି ରେ ଟ୍ୱିଟ କରି ସବୁ ଏୟାରଲାଇନ୍ସ କୁ ଅପିଲ କରିଛନ୍ତି କି ସରକାର ଯେ ପର୍ଯ୍ୟନ୍ତ ନିର୍ଦେଶ ଦେଇ ନାହାନ୍ତି ଟିକେଟ ବୁକିଂ କରନ୍ତୁ ନାହିଁ I
କିନ୍ତୁ କିଛି ବିମାନ କମ୍ପାନୀ ଏହା କହିଛନ୍ତି କି ପ୍ରଧାନମନ୍ତ୍ରୀ 3 ମଇ ରେ ଲକ ଡାଉନ ପ୍ରକ୍ରିୟା ଶେଷ ହେବ ବୋଲି ଘୋଷଣା କରିଛନ୍ତି ତେଣୁ ଆମେ ଆମ କୁ 4 ତାରିଖ ରୁ ବୁକିଂ ନେବାକୁ କାହିଁକି ଦିଆ ଯାଉ ନାହିଁ I ଏହି ପରି ଘଟଣା କୁ ନେଇ ଲୋକେ ଏହି ଆଶଙ୍କା ରେ ରହିଛନ୍ତି କି କଣ ଏହି ଲକ ଡାଉନ ପ୍ରକ୍ରିୟା ଆଗାମୀ ସମୟ ରେ ପୁଣି ବୃଦ୍ଧି ହେବ I