ଦେଶର ରାଷ୍ଟ୍ରପତିଙ୍କ ଝିଅ ଏହି ପରି କାମ କରିଥାନ୍ତି ଶୁଣିଲେ ଆଶ୍ଚଯ୍ୟ ହେବେ

ପ୍ରଣବ ମୁଖାର୍ଜୀ ଙ୍କ ପରେ ରାମନାଥ କୋବିନ୍ଦ ଦେଶ ର ରାଷ୍ଟ୍ରପତି ହେଲେ , ସେ ରାଷ୍ଟ୍ରପତି ପଦବୀ ପାଇଲେ ମଧ୍ୟ ତାଙ୍କ ପରିବାର ଗୋଟେ ସାଧାରଣ ଜୀବନ ଯାପନ କରୁଛନ୍ତି I ତାଙ୍କ ପରିବାରର କୌଣସି ବ୍ୟକ୍ତି ଙ୍କ ମନରେ ତିଳେ ମାତ୍ର ଗର୍ବ ନାହିଁ କି ତାଙ୍କ ପରିବାରର ବରିଷ୍ଠ ବ୍ୟକ୍ତି ଦେଶ ର ରାଷ୍ଟ୍ରପତି I ପିତା ରାଷ୍ଟ୍ରପତି ହେଲେ ମଧ୍ୟ ତାଙ୍କ ଝିଅ ବାପାଙ୍କ ଟଙ୍କାରେ ଅୟେଶ ଆରାମ ନ କରି ନିଜର ଗୋଟେ ପରିଚୟ କରିପାରିଛନ୍ତି I ତାଙ୍କ ଝିଅ ଯେଉଁ କାର୍ଯ୍ୟ କରୁଛି ଆପଣ ଶୁଣିଲେ ଆଶ୍ଚଯ୍ୟ ହେଇଯିବେ I

କୋବିନ୍ଦ ଙ୍କ ପରିବାର ସଦସ୍ୟ
ପୁଅ ଗୋଟେ ପ୍ରାଇବେଟ ଅଯରଲାଇନସ କମ୍ପାନୀ ରେ କାମ କରୁଛି I କୋବିନ୍ଦ ଙ୍କ ବୋହୁ ଜଣେ ଶିକ୍ଷୟତ୍ରୀ I କୋବିନ୍ଦ ତାଙ୍କ ଜୀବନକାଳ ମଧ୍ୟ ରେ ଅନେକ ଦୁଃଖକଷ୍ଟ ରେ ଜୀବନ କାଟିଛନ୍ତି I ଏବଂ ସେହିକାରଣ ପାଁଇ ସେ ଦେଶ ରେ ଗୋଟେ ପ୍ରତିଷ୍ଠିତ ପଦବୀରେ ଅଛନ୍ତି I

ତାଙ୍କ ଝିଅ ମଧ୍ୟ ଆତ୍ମନିର୍ଭରଶୀଳ
କୋବିନ୍ଦ ତାଙ୍କ ପରିବାର କୁ ସର୍ବଦା ଆତ୍ମନିର୍ଭରଶୀଳ ହେବ ଶିଖାଇଛନ୍ତି I ସେହି କାରଣ ପାଁଇ ଆଜି ତାଙ୍କ ଝିଅ ପିତାଙ୍କ ନା ରେ ନୁହେ ନିଜର ଗୋଟେ ପରିଚୟ ସୃଷ୍ଟି କରିପାରିଛନ୍ତି I

ହଁ ରାମନାଥ କୋବିନ୍ଦ ଙ୍କ ଝିଅ ଭାରତ ର ସମସ୍ତ ସାଧାରଣ ଝିଅ ପରି ନିଜର ଗୋଟେ ପରିଚୟ କରିପାରିଛନ୍ତି ଓ ସେ ତାଙ୍କର କୌଣସି ବି କାର୍ଯ୍ୟ ପାଁଇ ପିତାଙ୍କ ନାମ ନ ନେଇ ନିଜ ବଳରେ କରିଥାନ୍ତି I

ଏହି ଠାରେ ଚାକିରୀ କରନ୍ତି
କୋବିନ୍ଦ ଙ୍କ ଝିଅ ସ୍ଵାତି ଏୟାରଲାଇନରେ ଏୟାରହଷ୍ଟେସ ଥିଲେ I ସେ ଇଂଡିଆନ ବୋଇଙ୍ଗ 777 ଓ 787 ରେ ଏୟାରହଷ୍ଟେସ ଥିଲେ I ଯେତେବେଳେ ତାଙ୍କ ପିତା ରାଷ୍ଟ୍ରପତି ପଦବୀ ରେ ନିଯୁକ୍ତ ହେଲେ ସେ ସମୟରେ ସଂମାନ ସମାରୋହ ରେ ଯୋଗ ଦେବାପାଇ ତାଙ୍କ ଝିଅ ଛୁଟି ତ ନେଇଥିଲେ କିନ୍ତୁ ସେ ତାଙ୍କ ପିତାଙ୍କ ସଫଳତା ବିଷୟରେ କାହାରି ସମୁଖରେ ପ୍ରକାଶ କରିନଥିଲେ I ଏବଂ ଏହା ଯେତେବେଳେ ସମସ୍ତେ ଜାଣିଲେ ତ ଆଶ୍ଚଯ୍ୟ ହେଇଗଲେ ଓ ସୁରକ୍ଷା କାରଣରୁ ତାଙ୍କୁ ଗ୍ରୋଉଣ୍ଡ ଡିଉଟି ରେ ରଖାଯାଇଥିଲା I