21 ଦିନିଆ ଲକଡାଉନ କୁ ଏପ୍ରିଲ୍ 14 ରୁ ଆଗକୁ ବୃଦ୍ଧି କରାଯିବ କି ନାହିଁ ତାହା ବର୍ତ୍ତମାନ ସ୍ଥିର ହୋଇନାହିଁ। କିନ୍ତୁ ସୋମବାର ଅନୁଷ୍ଠିତ ହେଇଥିବା କ୍ୟାବିନେଟ ବୈଠକରେ ଏହା ବିଷୟରେ ଚର୍ଚ୍ଚା ହେଇଚି କି ସର୍ବାଧିକ ମାମଲା ଥିବା ଜିଲ୍ଲାଗୁଡ଼ିକୁ ସମ୍ପୂର୍ଣ୍ଣ ଭାବେ କାଟି ଦିଆ ଯାଉ | ରାଜ୍ୟଗୁଡିକ ମଧ୍ୟରେ ଯିବା ଆସିବା ବନ୍ଦ ରହିବା ଉଚିତ୍ ଏବଂ ବୃଦ୍ଧମାନଙ୍କୁ ଘରେ ରଖିବା ଉଚିତ୍ | ତେବେ ବର୍ତ୍ତମାନ ଖବର ଆସୁଛି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ବନ୍ଦ ଡାକରାକୁ ଗୁରୁତର ସହ ବିଚାର କରୁଛନ୍ତି, ଏହାର କାରଣ ହେଉଛନ୍ତି ସେହି ସବୁ ରାଜ୍ୟ ଯିଏ କେନ୍ଦ୍ରକୁ ଏଭଳି ଅନୁରୋଧ କରିଛନ୍ତି।
ଦେଶରେ ଏପ୍ରିଲ 14 ପର୍ଯ୍ୟନ୍ତ ଘୋଷିତ 21 ଦିନିଆ ଲକଡାଉନ କୁ ନେଇକି ଜବରଦସ୍ତ ସସପେନ୍ସ ବନି ରହିଛି । କଣ ଏହି ଲକଡାଉନ୍ ବଢିବ କି ନାହିଁ ସେ ନେଇ ଜୋରଦାର କଳ୍ପନାଜଳ୍ପନା ଚାଲିଛି। ତେବେ ସରକାର ଏହି ପ୍ରସଙ୍ଗରେ କୌଣସି ବୟାନ ଦେଇନାହାଁନ୍ତି। ସରକାର କହିଛନ୍ତି ଯେ ସେ ପ୍ରତିଦିନ ପରିସ୍ଥିତି ଉପରେ ନଜର ରଖିଛଛି ଓ ସେହି ଅନୁଯାୟୀ ନିଷ୍ପତ୍ତି ନିଆଯିବ।
ଏହି ସମୟରେ ସରକାରଙ୍କ ଶୀର୍ଷ ସୂତ୍ରରୁ ପ୍ରକାଶ ଯେ ଅନେକ ରାଜ୍ୟ ସରକାର ଲକଡାଉନ ବଢେଇବାକୁ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରିଛନ୍ତି। ଦେଶରେ ଚାଲିଥିବା ଲକଡାଉନ ବୃଦ୍ଧି କରିବାକୁ ଅନେକ ରାଜ୍ୟ ଏବଂ ବିଶେଷଜ୍ଞ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରିଛନ୍ତି। ରାଜ୍ୟ ଏବଂ ବିଶେଷଜ୍ଞଙ୍କ ପରାମର୍ଶକୁ କେନ୍ଦ୍ର ସରକାର ବିଚାର କରୁଛନ୍ତି।
ଆପଣଙ୍କୁ କହି ରଖୁ ଯେ ବର୍ତ୍ତମାନ 14 ଏପ୍ରିଲ ପର୍ଯ୍ୟନ୍ତ, 21 ଦିନର ଲକ୍ଡାଉନ୍ ବଳବତ୍ତର ରହିଛି | ଏହା ସତ୍ୱେ କରୋନା ସଂକ୍ରମଣ ମାମଲା କ୍ରମାଗତ ଭାବରେ ବାହାରକୁ ଆସୁଛି | ଏଭଳି ପରିସ୍ଥିତିରେ ଅନେକ ବିଶେଷଜ୍ଞ ପୂର୍ବରୁ ମତ ରଖିଥିଲେ ଯେ ଲକଡାଉନ୍ ବୃଦ୍ଧି କରାଯିବା ଉଚିତ୍।