କିଛି ଦିନ ପୂର୍ବରୁ ଏକ ବଡ଼ ଅପରାଧିକ ମାମଲା ୟୁପିର ମେଁରଠ ରେ ଦେଖିବା କୁ ମିଳିଛି I ସେଠାରେ ପୋଲିସ ଏକ BSF ଯବାନ ଙ୍କ ର ହତ୍ୟା ର ଯାଞ୍ଚ କରିଛି I ଏହି ମାମଲା ରେ ପୋଲିସ ଏହା କହିଛି କି ଅନୈତିକ ସମ୍ବନ୍ଧ କୁ ନେଇ ପତ୍ନୀ ଓ ଭାଇ ମିଶି ଏହି ବ୍ୟକ୍ତି ଙ୍କର ହତ୍ୟା କରିଥିଲେ I
ପରିକ୍ଷିତଗଡ଼ ର ଦୁର୍ଗେଶପୁର ରେ ରହୁଥିବା BSF ର ଯବାନ ସଂଜୀବ କୁମାର ଙ୍କ ର ହତ୍ୟା ର ତଦନ୍ତ ପୋଲିସ 12 ଘଣ୍ଟା ମଧ୍ୟ ରେ ସମାଧାନ କରିଛି I ଦିଅର ଓ ଭାଉଜ ମଧ୍ୟ ରେ ଥିବା ଅନୈତିକ ସମ୍ବନ୍ଧ କୁ ନେଇ ଦୁହେଁ ମିଶି ଏହି ହତ୍ୟାକାଣ୍ଡ କରାଇଛନ୍ତି I ଯାଞ୍ଚ ପରେ ପୋଲିସ ଦିଅର ଓ ଭାଉଜ ଉଭୟ ଙ୍କୁ ଗିରଫ କରିଛି I
ମିଳିଥିବା ସୂଚନା ଅନୁସାରେ ଥାନା ଅଧିକାରୀ ଅଖିଳେସ ଭଦୋରିୟା କହିଛନ୍ତି , ସଂଜୀବ କୁମାର ଙ୍କ ର ପୋଷ୍ଟିଙ୍ଗ ପୁମବିଏମ ରେ ଥିଲା I ସେ ବିଗତ ସୋମବାର ଦିନ ଛୁଟି ରେ ଆସିଥିଲେ I କିନ୍ତୁ ମଙ୍ଗଳବାର ଦିନ ଖେତ ରେ ତାଙ୍କୁ ଗୁଳି କରି ହତ୍ୟା କରାଯାଇଛି I ଏହା ପରେ ଯବାନ ଙ୍କ ର ପତ୍ନୀ ଙ୍କୁ ପୋଲିସ ଗିରଫ କରିଛି ଓ ଦିଅର ଗୁଲାବ ସିଂ ଙ୍କୁ ମଧ୍ୟ ପୋଲିସ ଗିରଫ କରିଛି I
ଦିଅର ଓ ଭାଉଜ ଙ୍କୁ ପୋଲିସ କଡା ତଦନ୍ତ ଘେର କୁ ନେବାରୁ ସେମାନେ ସବୁ ସତ ସ୍ୱୀକାର କରିଥିଲେ I ମହିଳା ଙ୍କ ର କହିବା ଅନୁସାରେ ତାଙ୍କ ପତି ତାଙ୍କୁ ଉତ୍ପୀଡ଼ନା ଦେଉଥିଲେ ଏବଂ ଏହି ବିଷୟ ରେ ସେ ତାଙ୍କ ଦିଅର କୁ କହୁଥିଲେ I ଧୀରେ ଧୀରେ ତାଙ୍କ ଦିଅର ଙ୍କ ସହ ତାଙ୍କ ର ଅନୈତିକ ସମ୍ବନ୍ଧ ହେଇଯାଇଥିଲା I ତେଣୁ ସେ ସଂଜୀବ ଙ୍କୁ ସବୁ ଦିନ ପାଁଇ ରାସ୍ତା ରୁ ହଟାଇବା କୁ ଯୋଜନା କରିଥିଲେ I
ମହିଳା ଯେତେବେଳେ ଖେଳ ରେ ପହଂଚିଥିଲେ ତ ପୂର୍ବ ରୁ ହିଁ ତାଙ୍କ ଭାଇ ସେଠାରେ ଉପସ୍ଥିତ ଥିଲେ ଓ ଏହା ପରେ ଗୁଳି ମାରି ହତ୍ୟା କରିଥିଲେ I ହତ୍ୟା ର 5 ଦିନ ପୂର୍ବ ରୁ ଦୁହେଁ ଏହି ଯୋଜନା କରିଥିଲେ I