୧୫ ବର୍ଷ ପରେ ଏହି ଫିଲ୍ମ ଜରିଆରେ ପୁଣିଥରେ ଇଣ୍ଡଷ୍ଟ୍ରିକୁ ଫେରୁଛନ୍ତି; ୩୭ ବର୍ଷ ବୟସରେ ବି ଦେଖାଯାଉଛନ୍ତି ପରିଙ୍କ ପରି ସୁନ୍ଦରୀ

ବଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରି ରେ ଆପଣ ଅନେକ କଳାକାର ଙ୍କୁ ଦେଖିବାକୁ ପାଉଥିବେ I ଏଠାରେ ଅନେକ ସୁନ୍ଦରୀ ଅଭିନେତ୍ରୀ ମାନେ ମଧ୍ୟ ରହିଛନ୍ତି I ତେବେ ଆଜି ଆମେ ଯେଉଁ ଅଭିନେତ୍ରୀ ଙ୍କ ବିଷୟ ରେ କହିବାକୁ ଯାଉଛୁ ସେ ବିବାହ ବନ୍ଧନ ରେ ବାନ୍ଧି ହେବା ପରେ ନିଜର ଫିଲ୍ମ କ୍ୟାରିୟର ରୁ ଦୁରେଇ ଯାଇଥିଲେ I ଆଜି ଆମେ ଏଠାରେ ଏହି ସୁନ୍ଦରୀ ଅଭିନେତ୍ରୀ ଙ୍କ ର ବିଷୟ ରେ କିଛି କହିବାକୁ ଯାଉଛୁ I ଏବଂ ଏହି ଅଭିନେତ୍ରୀ ଦୀର୍ଘ 15 ବର୍ଷ ପରେ ପୁଣି ଫିଲ୍ମ ଜଗତ କୁ ଫେରୁଛନ୍ତି I

ଆମେ ଏଠାରେ ଯେଉଁ ଅଭିନେତ୍ରୀ ଙ୍କ ବିଷୟ ରେ କହିବାକୁ ଯାଉଛୁ ତାଙ୍କ ନାମ ଦିବ୍ୟା ଖୋସଲା I ସେ ଅରବପତି ପ୍ରଡ୍ୟୁସର ଭୂଷଣ କୁମାର ଙ୍କ ର ପତ୍ନୀ ଅଟନ୍ତି I ଦିବ୍ୟା ନିଜ ର ଅଭିନୟ କ୍ୟାରିୟର ରେ ସେପରି କିଛି ସଫଳତା ହାସିଲ କରି ନ ଥିଲେ I ଏବଂ ଭୂଷଣ କୁମାର ଙ୍କ ପରେ ସେ ଫିଲ୍ମ କ୍ୟାରିୟର ଛାଡି ଦେଇଥିଲେ I

ଦିବ୍ୟା ଙ୍କ ର ଜନ୍ମ 20 ନଭେମ୍ବର 1988 ରେ ମୁମ୍ବାଇ ରେ ଜନ୍ମ I ଆଜିକା ସମୟ ରେ ସେ 31 ବର୍ଷ ବୟସ ର ହେଇଯାଇଛନ୍ତି I ସେ 2004 ରେ ଫିଲ୍ମ କ୍ୟାରିୟର ଆରମ୍ଭ କରିଥିଲେ ଫିଲ୍ମ “ଅବ ତୁମ୍ହାରେ ହାୱଲେ ବତନ ସାଥିୟ” I ସେହି ବର୍ଷ ସେ ଲଭ ଟୁଡେ ଫିଲ୍ମ ରେ ମଧ୍ୟ ଅଭିନୟ କରିଥିଲେ I ଏବଂ ଏହା ପରେ ଦିବ୍ୟା ଭୂଷଣ ଙ୍କୁ ବିବାହ କରିଥିଲେ I

ସେ ଅଭିନେତ୍ରୀ ହେବା ସହ ଜଣେ ପ୍ରଡ୍ୟୁସର ମଧ୍ୟ ଅଟନ୍ତି I ଏବଂ ଆଗାମୀ ସମୟ ରେ ସେ “ସତ୍ୟମେବ ଯୟନ୍ତେ” ଫିଲ୍ମ ର ଦ୍ୱିତୀୟ ଭାଗ ରେ ଅଭିନୟ କରିବାକୁ ଯାଉଛନ୍ତି I ଏହି ଫିଲ୍ମ ର ପୋଷ୍ଟର ରିଲିଜ ହେଇଯାଇଛି I


ପୂର୍ବ ରୁ ଏହି ଫିଲ୍ମ ଟି 15 ଅଗଷ୍ଟ 2020 ରେ ରିଲିଜ ଡେଟ ରଖାଯାଇଥିଲା କିନ୍ତୁ ଅଜୟ ଦେବଗନ ଙ୍କ ର ଏକ ଫିଲ୍ମ ରିଲିଜ କୁ ନେଇ ଏହା ର ତାରିଖ ରେ ପରିବର୍ତନ କରାଯାଇଛି I ଦିବ୍ୟା ମାତ୍ର 2 ଗୋଟି ଫିଲ୍ମ ରେ କାମ କରିବା ପରେ ବିବାହ କରିଦେଇଥିଲେ I