ବନବାସ ସମୟ ରେ ଯେତେବେଳେ ପଂଚୁ ପାଣ୍ଡଵ କାମୟଙ୍କ ବନ ରେ ରହୁଥିଲେ , ସେତେବେଳେ ଦିନେ ସତ୍ୟଭାମା ଙ୍କୁ ନେଇ ତାଙ୍କୁ ସାକ୍ଷ୍ୟାତ କରିବାକୁ ଯାଇଥିଲେ I ଯେତେବେଳେ ପାଣ୍ଡଵ ଓ ଶ୍ରୀ କୃଷ୍ଣ ଭବିଷ୍ୟ ପାଁଇ ଯୋଜନା ପ୍ରସ୍ତୁତ କରିଥିଲେ ସେହିଠାରେ ସତ୍ୟଭାମା ଦ୍ରୌପଦୀ ଙ୍କୁ ପଚାରିଥିଲେ କିଛି ଏପରି ଗୁପ୍ତ କଥା I
ସତ୍ୟଭାମା , ଦ୍ରୌପଦୀ ଙ୍କୁ ପଚାରିଥିଲେ କି – ତୁମ ସ୍ୱାମୀ ମାନେ ବହୁତ ବଡ଼ ଯୋଦ୍ଧା ଅଟନ୍ତି , ତେଣୁ ତୁମେ ତାଙ୍କ ସହ କିପରି ବ୍ୟବହାର କରୁଚ , ସେମାନେ କଣ ତୁମ ଉପରେ କେବେ କ୍ରୋଧିତ ହେଉ ନାହାନ୍ତି I ଏହି କଥା କୁ ନେଇ ଦ୍ରୌପଦୀ କହିଲେ , ଅହଂକାର , କାମ , କ୍ରୋଧ ଆଦି ଛାଡି ମୁ ପାଣ୍ଡଵ ଙ୍କ ର ସେବା କରୁଛି I ମୁ କେବେ ହେଲେ କଟୁ କଥା ର ପ୍ରୟୋଗ କରି ନ ଥାଏ I ଖରାପ କଥା ଶୁଣି ନ ଥାଏ କି ଖରାପ ସ୍ଥାନ କୁ ଯାଇ ନ ଥାଏ I
ଦେବତା , ଗନ୍ଧର୍ବ କିମ୍ବା କୌଣସି ରୁପବନ ପୁରୁଷ ହେଉ ନା କାହିଁକି ମୁ କେବଳ ପାଣ୍ଡଵ ଙ୍କୁ ହିଁ ମୋ ମନ ରେ ସ୍ଥାନ ଦେଇଛି I ମୁ ଘରେ ସବୁ ବାସନ ମାଜିଥାଅ ଓ ବଜନ ବି ପ୍ରସ୍ତୁତ କରିଥାଏ I ଘର ପରିସ୍କାର ରଖିଥାଏ I
ଦୁଆର ରେ ବାରମ୍ବାର ଯାଇ ଠିଆ ହେଇ ନ ଥାଏ I ଆଳସ୍ୟ ରୁ ଦୁରେଇ ରହିଥାଏ I ମୁ ନିଜ ପତି ଙ୍କ ଠାରୁ ଅଧିକ ସ୍ୱାଦିଷ୍ଟ ଭୋଜନ କରି ନ ଥାଏ I ନିଜ ର ଜରୁରୀ ଠାରୁ ଅଧିକ ସଉକିନ ବସ୍ତ୍ର ପରିଧାନ କରି ନ ଥାଏ I ତେଣୁ ମୁ ସର୍ବଦା ନିଜ ପତି ଙ୍କ ର ଅଧିକ ଖର୍ଚ୍ଚ ବି କରାଇ ନ ଥାଏ I ଏହା ଦ୍ୱାରା ପରିବାର ରେ କେବେ ହେଲେ କଳହ ଉତ୍ପରଃନ ହେଇ ନ ଥାଏ I