ଏପରି ଅନେକ ଲୋକେ ଥାନ୍ତି ଯେଉଁମାନେ କି ବାଇକ ଅଧିକ ପସନ୍ଦ କରିଥାନ୍ତି , କିନ୍ତୁ ଏହି ଦାମୀ କମ୍ପାନୀ ର ଗାଡି କିଣିବା ତାଙ୍କ ପକ୍ଷ ସମ୍ଭବ ହେଇ ନ ଥାଏ I କିଛି ଲୋକେ ବଡ଼ ବଡ଼ ଷ୍ଟାଇଲିସ ବାଇକ ର ଏପରି ଫ୍ୟାନ ହେଇଥାନ୍ତି କି ତାଙ୍କ ଘର ର କାନ୍ଥ ରେ କବାଟ ରେ ଏପରି ବାଇକ ରେ ଫୋଟ ଲଗାଇ ରଖିଥାନ୍ତି I ତେବେ ଆଉ ଫୋଟୋ ଦେଖି ନୁହେ ବାସ୍ତବ ରେ ଆପଣ ଏହି ବାଇକ ଧରି ପାରିବେ I
ଶୁଣିବାକୁ ଟିକେ ଆଶ୍ଚଯ୍ୟ ଲାଗୁଥିବ ନିଶ୍ଚିତ , ତେବେ କେବଳ 10 ହଜାରେ ଦେଇ ଆପଣ 14 ଲକ୍ଷ ଟଙ୍କା ର ହାୟାବୁସା ଗାଡି ଚଳାଇପାରିବେ I ଏବଂ ହ୍ରଦଲିଡେଭିଲସନ , ଦୁକାଟି , ତ୍ରୟମ୍ୱଫୁ ବୁଲେଟ ପରି ଅନେକ ଦାମୀ ବାଇକ ବି ଆପଣ ଆଣିପାରିବେ I
ବାଇକ ପ୍ରତି ଲୋକଙ୍କ ର ଆଗ୍ରହ
ବାଇକ ତ ଏକ ଯାତାୟାତ ର ମାଧ୍ୟମ ଅଟେ କିନ୍ତୁ କିଛି ଲୋକେ ବାଇକ ର ଖୁବ ଅଧିକ ସଉକିନ ଅଟନ୍ତି ଏବଂ ଏହି ଲୋକେ ସମୟ ପାଇଲେ ବାଇକ ରେ ହିଁ ଲମ୍ବା ଟୁର କରିଥାନ୍ତି I
ଦୀର୍ଘ ଯାତ୍ରା ପାଁଇ ଲୋକେ ଏହି ଦାମୀ ବାଇକ କୁ ପସନ୍ଦ କରିଥାନ୍ତି I ଏବଂ ଏହି ସୁପର ବାଇକ ସେହି ଲୋକଙ୍କ ର ଏକ ସଉକିନ ଅଟେ I ତେବେ ଇତି ମଧ୍ୟ ରେ କିଛି ଲୋକେ ଦିଲ୍ଲୀ ରେ ଏପରି ଏକ ବ୍ୟବସାୟ ଆରମ୍ଭ କରିଛନ୍ତି ଯେଉଁମାନେ ଲକ୍ଷ ଲକ୍ଷ ଟଙ୍କା ର ସୁପର ବାଇକ କୁ ସହଜ ରେ ଆପଣ ଙ୍କ ପାଖ ରେ ପହଞ୍ଚିଥାନ୍ତି I
ଲୋକେ ବି ୱାଡେଭେନ୍ତୁର ମଜା ନେବାକୁ ପସନ୍ଦ କରିଥାନ୍ତି I
ଦିଲ୍ଲୀ ର ଅମିତ ସେନି ଓ କୁଲଦୀପ ଶର୍ମା ନାମ ଦୁଇ ବ୍ୟକ୍ତି ଏହି ବ୍ୟବସାୟ ଆରମ୍ଭ କରିଛନ୍ତି I ଏପରି ସୁପର ବାଇକ ସାଧାରଣ ଲୋକଙ୍କ ପାଁଇ ଏକ ସ୍ବପ୍ନ ଅଟେ ତେବେ ସାଧାରଣ ଲୋକଙ୍କ ର ଏହି ସ୍ବପ୍ନ ପୂରଣ କରିବାକୁ ଏହି ବ୍ୟବସାୟ ସେ ଆରମ୍ଭ କରିଛନ୍ତି I
ଘରେ ପହଞ୍ଚିବ ବାଇକ
ବାଇକ ଆଣିବାକୁ ହେଲେ ଆପଣ ଲେଟସ୍ତ ରଇଡିଶ ର ୱେବସାଇଟ କୁ ଯାଇ ନିଜ ମନ ପସନ୍ଦ ର ବାଇକ ସିଲେକସନ କରିପାରିବେ ଏବଂ ପେମେଂଟ ଆପ୍ସନ ରେ ଯାଇ ଆପଣ 1100 ରୁ ନେଇ 10000 ଟଙ୍କା ମଧ୍ୟ ରେ ଆପଣ ବାଇକ ପାଇପାରିବେ I ଅବା ବାଇକ ର ଦାମ ଅନୁସାରେ ଏକ ସିକ୍ୟୁରିଟି ମନି ଅଟେ I ଏପରି କି 60 ହଜାରେ ପର୍ଯ୍ୟନ୍ତ ବି ଲୋକେ ସିକ୍ୟୁରିଟି ମନି ଦେଇଥାନ୍ତି I