ଗୋଟେ ବହୁତ ବଡ ଖବର ଆସିଛି ଯାହା ବିଷୟରେ ଶୁଣିକି ଅନେକ ଲୋକ ଦୁଃଖ ଅନୁଭବ କରିବେ, ତ ବହୁତ ଲୋକ ଏହା ଶୁଣି ଖୁସି ହୋଇଯିବେ | ରିପୋର୍ଟ ଅନୁଯାୟୀ, ଭାରତ ସରକାର ଏବେ କିଛି ସମୟ ପୁର୍ବରୁ ଚାଇନାର ମୋଟ 59 ଟି ଆପ୍ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି। ବର୍ତ୍ତମାନ ଏହା ସମ୍ପୂର୍ଣ୍ଣ ସ୍ପଷ୍ଟ ହୋଇନାହିଁ କି ଏହା କେଉଁ ଆଧାରରେ କରାଯାଇଛି କିନ୍ତୁ ଅଧିକାଂଶ ଲୋକ ଏବଂ ବିଶେଷଜ୍ଞ ମନୁଛନ୍ତି ଯେ ଏହି ଆପ ସବୁ ଭାରତୀୟ ତଥ୍ୟକୁ ବାହାରକୁ ପଠାଇବା ଏବଂ ନାଗରିକଙ୍କ ଗୋପନୀୟତା ବ୍ୟାହତ ହୋଇପାରେ। ଯାହା ଆଧାରରେ ସମୁଦାୟ 59 ଟି ଆପ୍ ଉପରେ ପ୍ରତିବନ୍ଧକ ଲଗାଯାଇଛି।
ଏଥି ମଧ୍ୟରୁ ସବୁଠୁ ବଡ ଖବର ହେଉଛି ଏହି ଆପ୍ସ ସହିତ ଟିକ୍ ଟକ୍ ଉପରେ ମଧ୍ୟ ନିଷେଧା ଦେଶ ଦିଆଯାଇଛି, ଯାହା ଭାରତର ଦ୍ରୁତତମ ଉଦୀୟମାନ ପ୍ଲାଟଫର୍ମ ଥିଲା। ଏହା ଉପରେ ଲୋକମାନେ ଲକ୍ଷ ଲକ୍ଷ ଫଲୋଅର ପାଉଥିଲେ ଏବଂ ଲୋକମାନେ ବହୁତ ଟଙ୍କା ବି ରୋଜଗାର କରୁଥିଲେ | ଟିକ୍ ଟକ୍ କିଛି ଦିନ ମଧ୍ୟରେ ନିଜର ଇକୋ ସିଷ୍ଟମ୍ ନିର୍ମାଣ କରିଥିଲା |
BIG BREAKING: 1st Big retaliation by Govt of India 🇮🇳 against China.Our forces will fight them on ground meanwhile India does the ‘Digital Air Strike’ on China. India bans 59 Chinese apps including TikTok.
— Sudhir Chaudhary (@sudhirchaudhary) June 29, 2020
ଯେଉଁ କାରଣରୁ ଲୋକମାନେ ଉପକୃତ ହେଉଥିଲେ ମଧ୍ୟ ଅନେକ ଜିନିଷ ଅଛି ଯାହା ଦେଶ କ୍ଷେତ୍ରରେ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଥିଲା ଏବଂ ଏହି କାରଣରୁ ଏହି ନିଷ୍ପତ୍ତି ନେବାକୁ ପଡିଲା | ବର୍ତ୍ତମାନ ଏକ ଖବର ମଧ୍ୟ ଅଛି ଯେ ଏହା ବ୍ୟତୀତ ମୋଟ 59 ଟି ଆପ୍ ଉପରେ ମଧ୍ୟ ନିଷେଧାଦେଶ ଦିଆଯାଇଛି ଏବଂ ଯଦି ଆମେ ମିଡିଆ ରିପୋର୍ଟ କୁ ଦେଖିବା ତେବେ ପ୍ରାୟ ସମସ୍ତ ଚାଇନା ଆପ କୁ ବ୍ୟାନ କରାଯାଇଛି | ତେବେ କଣ ଏହା ଚୀନ୍ ଉପରେ ମୋଦୀ ସରକାରଙ୍କ ଡିଜିଟାଲ୍ ଷ୍ଟ୍ରାଇକ୍ ଭାବରେ ଦେଖାଯିବା ଉଚିତ କି?
କେହି ବି କିଛି କହିପାରିବେ ନାହିଁ ଏବଂ ତେବେ ବର୍ତ୍ତମାନ ଏହି ପ୍ରସଙ୍ଗରେ ଅଧିକ ସ୍ପଷ୍ଟୀକରଣର ଆବଶ୍ୟକତା ରହିଛି ଏବଂ ଏହା ମଧ୍ୟ ଶୀଘ୍ର ଦିଆଯିବ ବୋଲି ଆଶା କରାଯାଉଛି | ବର୍ତ୍ତମାନ ତ ସବୁଠାରୁ ବଡ ଝଟକା ଟିକ୍ ଟକ୍ କୁ ନିଜର ରୋଜଗାରର ଉତ୍ସ ବନାଇ ଥିବା ଲୋକ ଏବଂ କମ୍ପାନୀ କୁ ଲାଗିଛି |