ବଲିଉଡ ରେ ଆସିବା କୁ କୋଟି କୋଟି ଲୋକେ ଆଶା ନେଇ ବସିଥାନ୍ତି I ଅମିତାଭ ବଚ୍ଛନ ଆଜିକା ସମୟ ରେ ବଲିଉଡ ର ଜଣେ ବରିଷ୍ଠ ଅଭିନେତା ରୂପେ ପରିଚିତ ଅଟନ୍ତି I ଅମିତାଭ ନିଜ ର ଫିଲ୍ମ କ୍ୟାରିୟର ର ସୁନ୍ଦର ଅଭିନୟ କୁ ନେଇ ବେଶ ପରିଚିତ ଅଟନ୍ତି I ଏହା ସହ ତାଙ୍କ ର ସାମାଜିକ ସଂସ୍କାର କୁ ମଧ୍ୟ ସେ ବିଶେଷ ଗୁରୁତ୍ୱ ଦେଇଥାନ୍ତି I କେବଳ ଭାରତ ନୁହେଁ ପୁରା ବିଶ୍ୱ ରେ ଅମିତାଭ ଙ୍କ ର ବେଶ ଅଧିକ ଲୋକପ୍ରିୟତା ରହିଛି I
କିନ୍ତୁ କଣ ଆପଣ ଜାଣିଛନ୍ତି କି ଅମିତାଭ ମଧ୍ୟ ତାଙ୍କ ଜୀବନ ରେ କିଛି ଭୁଲ କରିଛନ୍ତି I ଯାହା କୁ ନେଇ ସେ ଖୁବ ଦୁଖୀ ଅଟନ୍ତି I ଆଜି ଆମେ ଅମିତାଭ ଙ୍କ ର କିଛି ଏପରି ଭୁଲ ବିଷୟ ରେ ଆଲୋଚନା କରିବା I ଯାହା କୁ ନେଇ ସେ ଚର୍ଚା କୁ ଆସିଛନ୍ତି I
ବୁମ ଓ ନିଶବ୍ଦ ପରି ବି ଗ୍ରେଡ଼ ଫିଲ୍ମ କରିବା – ନିଜ ର ଫିଲ୍ମ କ୍ୟାରିୟର ରେ ବୋଲଡ ସିନ ର ଫିଲ୍ମ କରିବା କୁ ନେଇ ଅମିତାଭ ବେଶ ଦୁଃଖ ପ୍ରକାଶ କରିଛନ୍ତି I ଏହି ବୁମ ଓ ନିଶବ୍ଦ ଫିଲ୍ମ ରେ ସେ ନିଜ ର ଅଧା ବୟସ ର ଯୁବତୀ ଙ୍କ ର ସହ ରୋମାନ୍ସ କରିଥିଲେ I ଅମିତାଭ ଙ୍କ ର ଏହି ଫିଲ୍ମ ର କିଛି ଏପରି ଦୃଶ୍ୟ କୁ ନେଇ ସେ ଖୁବ ଲଜିତ ଅଟନ୍ତି I
ଜୀବନ ର ବହୁତ ବଡ଼ ଭୁଲ କରିଥିଲେ ରାଜନୀତି କୁ -ଯାଇ ରାଜନୀତି ରେ ମଧ୍ୟ ପାଦ ରଖିବା ଅମିତାଭ ଙ୍କ ର ଜୀବନ ର ଏକ ଭୁଲ ଥିଲା I ଅମିତାଭ ବଚ୍ଛନ ନିଜେ ଏହା ସ୍ୱୀକାର କରିଥିଲେ କି ସେ ଭାରତ ର ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀ ଙ୍କ କହିବା ଅନୁସାରେ ରାଜନୀତି ରେ ପାଦ ଦେଇଥିଲେ I 1984 ରେ ଇନ୍ଦିରା ଗାନ୍ଧୀ ଙ୍କ ର ମୃତ୍ୟୁ ପରେ ରାଜୀବ ଗାନ୍ଧୀ ଆଉ ଏକ ସଂଗଠନ ନିଜ ର କରିଥିଲେ I ତେଣୁ ସେଥିରେ ସେ ନିଜ ର ବିଶ୍ୱସ୍ତ ଲୋକ ଙ୍କୁ ରଖିବା କୁ ଚିନ୍ତା କରିଥିଲେ I
ଦେଖନ୍ତୁ ଭିଡିଓ