ଦୋକାନୀ ଜଣଙ୍କ ୬ ବର୍ଷ ହେବ ଦୋକାନ ବାହାରେ ଟଙ୍ଗାଇ ରଖିଥିଲେ ଫଟା କପଡା, ଭିତରକୁ ଯାଇ ଦେଖିଲେ ତା ଉଡ଼ିଗଲା ସମସ୍ତଙ୍କ ହୋସ

ଆଜିକାଲି ସୋସିଆଲ ମିଡ଼ିଆ ର ଜମାନା ଅଟେ | ଏହା ଦ୍ୱାରା ଆପଣ କ୍ଷଣିକ ରେ ପ୍ରତି ଖବର କୁ ଦେଶ ର କୋଣ ଅନୁକୋଣ ରେ ବସି ବି ଜାଣିପାରିଉଛନ୍ତି | ଆଜି ଏପରି ଏକ ଖବର ସାମ୍ନାକୁ ଆସିଛି ଯାହା କେବେ ଆମେ କଳ୍ପନା ବି କରି ନ ଥିବା | ଏହା ତ ଆପଣ ବି ଜାଣିଛନ୍ତି ଦୁନିଆ ରେ ଅନେକ ପ୍ରକାରର ମନୁଷ୍ୟ ରହିଥାନ୍ତି | ଏବଂ ସେହିପରି ଅନେକ ଆଶ୍ଚଯ୍ୟକର ହରକତ ରେ ଲୋକଙ୍କୁ ଅନେକ ଆଶ୍ଚଯ୍ୟ ରେ ବି ପକାଇଥାନ୍ତି |

ଯେପରି କି ଆମେ ଜାଣିଛେ ଅନେକ ସମୟ ରେ ଆମେ ନୂଆ ନୂଆ କପଡା କିଣିଥାଉ | ଏହା ଜଣେ ବ୍ୟକ୍ତି ର ମୂଳ ଆବଶ୍ୟକତା ଅଟେ | ବଜାର ଆମେ ଯାଇ ଅନେକ ଦୋକାନ ବୁଲି ବୁଲି କପଡା ପସନ୍ଦ କରୁଛେ | ସୁନ୍ଦର ସୁନ୍ଦର ମନ ପସନ୍ଦ ର କପଡା ହିଁ ଆମେ କିଣିଥାଉ | ଗ୍ରାହକ ଙ୍କୁ ଦୋକାନୀ ମାନେ ଆକର୍ଷିତ କରିବାକୁ ବି ଦୋକାନ କୁ ବାହାରୁ ଅନେକ ଚିକଣ କରି ରଖିଥାନ୍ତି |

କିନ୍ତୁ ଆଜି ଆମେ ଯେଉଁ କପଡା ଦୋକାନୀ ଙ୍କ ସମ୍ପର୍କ ରେ କହିବାକୁ ଯାଉଛେ ଏହା ଶୁଣି ଆପଣ ବି ଆଶ୍ଚଯ୍ୟ ହେବେ | ଏହି ଦୋକାନ 6 ବର୍ଷ ପୁରୁଣା ଏକ କପଡା ଦୋକାନ ଅଟେ | ତେବେ ଏହି ଦୋକାନ ର ବାହାର ଚାକଚକ୍ୟ ସମ୍ପୂର୍ଣ ଅଲଗା ଅଟେ | ସମସ୍ତେ କପଡା ଦୋକାନୀ ଭଲ ଭଲ ପୋଷାକ କୁ ଦୋକାନ ବାହାରେ ସୋ କରିଥାନ୍ତି କିନ୍ତୁ ଏଠାରେ ଜଣେ ବ୍ୟକ୍ତି ସବୁ ପୁରୁଣା କପଡା କୁ ଦୋକାନ ବାହାରେ ଟଙ୍ଗାଇଥାନ୍ତି |

ତେବେ ଏହି ଦୋକାନ ଟି ମଧ୍ୟପ୍ରଦେଶ ର ବାଳାଘାଟ ଜିଲ୍ଲା ତହସିଲ ବାରସିବନି ରେ ରହିଛି | ଏବଂ ଏହି ଦୋକାନ ର ନାମ ହେଉଛି ମଣିବାଇ ଗୋଲଚା ଶାଢ଼ୀ ଆଣ୍ଡ ରେଡ଼ିମେଡ଼ ଓ ଏହି ଦୋକାନୀ ତା ଦୋକାନ ବାହାରେ ସଵୁ ଚିରା ଫଟା କପଡା ହିଁ ଟାଙ୍ଗିଥାନ୍ତି |

ତେବେ ଏହି ଦୋକାନୀ ଙ୍କ ର ନାମ ପିୟୁଶ୍ଚ ଗୋଚାଲ ଅଟେ | ସେ ଜୈନ ଧର୍ମ ର ଅଟନ୍ତି | ଏବଂ ଜଣେ ବଡ଼ ପୂଜାରୀ ଅଟନ୍ତି | ସେ ନିୟମତି ସକାଳେ ଉଠି ପୂଜା କରିଥାନ୍ତି ଏବଂ ପୂଜା ସାରିବା ପରେ ସେ 8.00 ରେ ଦୋକାନ ଖୋଲିଥାନ୍ତି | ତେବେ ଦୋକାନ ମଧ୍ୟ ରେ ର୍ପବେଶ କରିବା ପରେ ସବୁ ହସ ନିଶବ୍ଦ ହେଇଯାଇଥାଏ ଓ ସେ ଏକ ଗମ୍ଭୀର ଚେହେରା କରିଥାନ୍ତି |

ତେବେ ପିୟୁଷ ଙ୍କ ର ଏହି ଦୋକାନ ରେ ଜନ୍ମ ରୁ ନେଇ ମୃତ୍ୟୁ ପର୍ଯ୍ୟନ୍ତ ସବୁ ସମୟ ର ସବୁ ପ୍ରକାର ର ପୋଷାକ ଉପଲବ୍ଧ ହେଇଥାଏ | ପୁରା ମାର୍କେଟ ରେ 80-90 ଦୋକାନ ରହିଛି | କିନ୍ତୁ ସବୁ ଦୋକାନ ରେ ସବୁକିଛି ମିଳିନଥାଏ | ହେଲେ ପିୟୁଷ ଙ୍କ ଦୋକାନ ରେ ସବୁକିଛି ମିଳିଥାଏ | ତେବେ ଏହି ଦୋକାନ ର ବାହାର ର ଚାକଚକ୍ୟ ସମ୍ପୂର୍ଣ ଅଲଗା ଅଟେ |

ପିୟୁଷ ଙ୍କ କହିବା ମୁତାବିକ ତାଙ୍କ ର ଦୋକାନ ସବୁଠାରୁ ଭିର୍ନ ଅଟେ | ତାଙ୍କ ଦୋକାନ ରେ 110 ନମ୍ବର ପର୍ଯ୍ୟନ୍ତ ଚୁଡ଼ି ବି ମିଳିବ | ତେବେ ତାଙ୍କ ର ଦୋକାନ ର ବ୍ୟବସାୟ ବି ଖୁବ ଭଲ ଚାଲିଛି |