ଏହି ଛୋଟିଆ ଭୁଲ ପାଇଁ ଭାଙ୍ଗିଗଲା ନେହା କକଡ଼ ଓ ଆଦିତ୍ୟ ନାରାୟଣ ଙ୍କର ବାହାଘର, ମଣ୍ଡପରୁ ଫେରିଲା କନିଆଁ, ଶେଷ ହେଲା ପ୍ରମ କାହାଣୀ

ସିଂଗିଙ୍ଗ ରିୟାଲିଟି ସୋ ଇଣ୍ଡିଆନ ଆଇଡ଼ଲ ସିଜନ 11ର ଫିନାଲେ ପାଖେଇ ଆସୁଛି | କିଛି ଦିନ ହେବ ସୋ ରେ ହୋଷ୍ଟ ଆଦିତ୍ୟ ଥିଲେ ଓ ଜଜ ନେହାଙ୍କର ବିବାହକୁ ନେଇ ଅନେକ ଖବର ଆସୁଥିଲା | ଆଦିତ୍ୟ ସୋ ସମୟରେ ସବୁବେଳେ ନେହାଙ୍କୁ ଇମ୍ପ୍ରେସ କରିବାକୁ ଚେଷ୍ଟା କରୁଥିଲେ | ଖବର ଆସିଥିଲା କି କି ଭାଲେଣ୍ଟାଇନ ଡେରେ ଏମାନଙ୍କର ବିବାହ ହେବ ବୋଲି |

ଶନିବାର ଦିନ ପ୍ରସାରିତ ହେଇଥିବା ଏପିସୋଡ଼ର ଥିମ ବିବାହ ସ୍ପେଶାଲ ରଖା ଗଲା | ଏହି ସମୟରେ ହିମେସ ରେସମିୟା ଙ୍କର ପତ୍ନୀ ବି ଏହି ସୋରେ ଆଦିତ୍ୟଙ୍କ ବରଯାତ୍ରୀ ହେଇ ପହଂଚିଥିଲେ | ହିମେଶ ଆଦିତ୍ୟଙ୍କୁ ସୁଖୀ ବୈବାହିକ ଜୀବନ ଉପରେ ଟିପ୍ସ ମଧ୍ୟ ଦେଇଥିଲେ | ନେହା ଙ୍କର ଭାଇ ଟୋନି ବି ସେଠାରେ ପହଞ୍ଚି ଥିଲେ ଓ ଆଦିତ୍ୟଙ୍କର ଅଗ୍ନି ପରୀକ୍ଷା ନେଇଥିଲେ |

ଶୋର ଅନ୍ୟ ଜଜ ବିଶାଳ ଦଦଲାନି, ନେହା ଙ୍କୁ ନିଜ ର ଭଉଣୀ ବୋଲି ମାନନ୍ତି | ତେଣୁ ଆଦିତ୍ୟ ତାଙ୍କୁ ବି ଇମ୍ପ୍ରେସ କରିବାକୁ ଚେଷ୍ଟା କରିଥିଲେ | ଶନିବାର ଦିନ ପ୍ରସାରିତ ହେଇଥିବା ଏହି ଏପିସୋଡ଼ ରେ ବିଶାଳ ଆଦିତ୍ୟ ଓ ନେହା ଙ୍କୁ ବିବାହ ର ମଞ୍ଜୁରୀ ଦେଇଥିଲେ | ଏହା ପରେ ଷ୍ଟେଜ ଉପର କୁ ପଣ୍ଡିତ ଙ୍କୁ ଡକାଯାଇଥିଲା ଓ ମଣ୍ଡପ ବି ପ୍ରସ୍ତୁତ କରାଯାଇଥିଲା | କିନ୍ତୁ ଆଦିତ୍ୟ ଙ୍କର ଏହି ଛୋଟ ଭୁଲ କାରଣରୁ ବାହାଘର ଭାଙ୍ଗି ଯାଇଥିଲା | ପଣ୍ଡିତ ଆଦିତ୍ୟ ଙ୍କୁ ସିନ୍ଦୁର ଓ ମଙ୍ଗଳସୂତ୍ର ପାଁଇ ପଚାରିଥିଲେ କିନ୍ତୁ ଆଦିତ୍ୟ ଏହାକୁ ହିଁ ଆଣି ନଥିଲେ | ଏହା ପରେ ବିବାହ ର ମୁହୂର୍ତ୍ତ ଚାଲିଯାଇଥିଲା I ନେହା ମଣ୍ଡପ ରୁ ଫେରି ଯାଇଥିଲେ I ବିବାହ ମଧ୍ୟ ଅଧୁରା ରହି ଯାଇଥିଲା I