ଏହି ଦିନ ହେବ ବର୍ଷର ଶେଷ ସୂର୍ଯ୍ୟ ଗ୍ରହଣ, ଏହି ୪ଟି ରାଶି ଉପରେ ପଡିବ ଅଶୁଭ ପ୍ରଭାବ !

26 ଡିସେମ୍ବର ରେ ଏହି ବର୍ଷ ର ଅନ୍ତିମ ସୂର୍ଯ୍ୟ ଗ୍ରହଣ ଦେଖିବା କୁ ମିଳିଛି I ଜୋତିଷ ଶାସ୍ତ୍ର ଅନୁସାରେ ଏହା ର ପ୍ରଭାବ କିଛି ରାଶି ଉପରେ ଶୁଭ ପ୍ରଭାବ ପଡିବ ଯେପରି କି କର୍କଟ , ଧନୁ ଓ କୁମ୍ଭ ରାଶି ର ଲୋକେ I ଅନ୍ୟ ରାଶି ଯେପରି ମେଷ , ମିଥୁନ , ତୁଳା ଓ ବିଛା ରାଶି ର ଲୋକେ ଅଶୁଭ ଫଳ ପ୍ରାପ୍ତି କରିବେ I

ମେଷ ରାଶି
ଏହି ରାଶି ର ଲୋକ ଉପରେ ସୂର୍ଯ୍ୟ ଗ୍ରହଣ ର ଅଶୁଭ ପ୍ରଭାବ ପଡିବା କୁ ଯାଉଛି I ଏହା ଦ୍ୱାରା ଆପଣ ଙ୍କ ର ସ୍ଵାସ୍ତ୍ୟ ସମ୍ବନ୍ଧିତ ସମସ୍ୟା ଲାଗି ରହିବ I ମାନସିକ ଦୁଶ୍ଚିନ୍ତା ଦେଇ ଗତି କରିବେ I କିନ୍ତୁ ଜାନୁୟାରୀ ମାସ ରେ ଆପଣ ଶୁଭ ଫଳ ପ୍ରାପ୍ତି କରିବେ I ଆପଣ ଆର୍ଥିକ ସଙ୍କଟ ରୁ ମୁକ୍ତ ହେବେ I ଆପଣ ଙ୍କ ର ସବୁ ସମସ୍ୟା ଦୂର ହେବ I

ମିଥୁନ ରାଶି
ମିଥୁନ ରାଶି ର ଲୋକେ ବର୍ଷ ର ଶେଷ ସୂର୍ଯ୍ୟ ଗ୍ରହଣ ଦ୍ୱାରା ନକାରାତ୍ମକ ପ୍ରଭାବ ଦେଇ ଗତି କରିବେ I ଏହି ରାଶି ର ଲୋକେ ଜୀବନ ରେ ନାନା ସମସ୍ୟା ଦେଇ ଗତି କରିବେ I ଆଗାମୀ କିଛି ସମୟ ରେ କୌଣସି ବଡ଼ ନିଷ୍ପତି ନେଇପାରନ୍ତି I କୌଣସି କାର୍ଯ୍ୟ ରେ ତରବରିଆ ପଦକ୍ଷପ ନିଅନ୍ତୁ ନାହିଁ I

ତୁଳା ରାଶି
ସୂର୍ଯ୍ୟ ଗ୍ରହଣ ଦ୍ୱାରା ତୁଳା ରାଶି ଉପରେ ମଧ୍ୟ ଅଶୁଭ ପ୍ରଭାବ ପଡିବା କୁ ଯାଉଛି I ଭୁଲ ବୁଝାମଣା କୁ ନେଇ ନାନା ସମସ୍ୟା ଦେଇ ଗତି କରିବେ I ବ୍ୟବସାୟ ରେ ନାନା ସମସ୍ୟା ଦେଇ ଗତି କରିବେ I ସ୍ଵାସ୍ତ୍ୟ ମଧ୍ୟ ଖରାପ ରହିବ I ନକାରାତ୍ମକ ବିଚାର ରୁ ଦୁରେଇ ରହିବେ I

ବିଛା ରାଶି
ବିଛା ରାଶି ର ଲୋକେ ସୂର୍ଯ୍ୟ ଗ୍ରହଣ ର ନକାରାତ୍ମକ ପ୍ରଭାବ ଅନୁଭବ କରିବେ I ଏହି ରାଶି ର ଲୋକେ ସ୍ଵାସ୍ତ୍ୟ ଗତ ସମସ୍ୟା ଦେଇ ଗତି କରିବେ I ଏହି ରାଶି ର ଲୋକେ ନିଜ ର ଖାଦ୍ୟପେୟ ପ୍ରତି ସତର୍କ ରହିବା ଉଚିତ I କୌଣସି ବି ବ୍ୟକ୍ତି ଙ୍କ ଉପରେ ଶୀଘ୍ର ବିଶ୍ୱାସ କରନ୍ତୁ ନାହିଁ I

ସୂର୍ଯ୍ୟ ଗ୍ରହଣ ସମୟ ରେ କରନ୍ତୁ ନାହିଁ ଏହି କାର୍ଯ୍ୟ
ସୂର୍ଯ୍ୟ ଗ୍ରହଣ କୁ ହିନ୍ଦୁ ଧର୍ମ ରେ ଶୁଭ ବୋଲି ମାନ୍ୟତା ନାହିଁ I ଏହି ସମୟ ରେ କିଛି ବିଶେଷ କଥା କୁ ଧ୍ୟାନ ରେ ରଖିବା କୁ ପଡିଥାଏ I ତେଣୁ ଆପଣ ସୂର୍ଯ୍ୟ ଗ୍ରହଣ ସମୟ ରେ ଏହି ସବୁ କାର୍ଯ୍ୟ କରନ୍ତୁ ନାହିଁ I

ସୂର୍ଯ୍ୟ ଗ୍ରହଣ ସମୟ ରେ ଆପଣ ଶୁଅନ୍ତୁ ନାହିଁ I ଏହି ସମୟ ରେ ଆପଣ ଭଗବାନ ଙ୍କ ର ଧ୍ୟାନ କରିବା ଉଚିତ I
ଏହି ସମୟ ରେ ଆପଣ କୌଣସି ଜିନିଷ ର ସେବନ କରନ୍ତୁ ନାହିଁ I
ଗର୍ଭବତୀ ମହିଳା ସୂର୍ଯ୍ୟ ଗ୍ରହଣ ଦେଖନ୍ତୁ ନାହିଁ I ଏହି ସମୟ ରେ ମନ ରେ କୌଣସି ନକାରାତ୍ମକ ଭାବନା ମନ ରେ ଆଣନ୍ତୁ ନାହିଁ I
ସୂର୍ଯ୍ୟ ଗ୍ରହଣ ସମୟ ରେ ପୂଜା କରନ୍ତୁ ନାହିଁ I ଭଗବାନ ଙ୍କ ର ପ୍ରତିମା କୁ ଘୋଡାଇ ରଖନ୍ତୁ I
ଗ୍ରହଣ ସମୟ ରେ ରୋଷେଇ କରନ୍ତୁ ନାହିଁ I କାହାରି ଠାରୁ କୌଣସି ଜିନିଷ କିଣନ୍ତୁ ନାହିଁ I