ଏହି ଗ୍ରାମରେ ଅନେକ ବର୍ଷ ହେବ କେହି ଖାଉ ନାହାଁନ୍ତି ପିଆଜ ରସୁଣ, କିଣିବା ମାତ୍ରେ ହିଁ ଘରେ କିଛି ଅଶୁଭ ଘଟଣା ହୋଇଯାଏ

ବର୍ତମାନ ସମୟ ରେ ସାରା ଦେଶ ରେ ପିଆଜ ର ଡର ଆକାଶ ଛୁଆଁ ହେଇଚି I ଅନ୍ୟପଟେ ବିହାର ରେ ଏକ ଏପରି ଗ୍ରାମ ରହିଛି ଯେଉଁଠାରେ ଲୋକଙ୍କୁ ପିଆଜ ମୂଲ୍ୟ କୁ ନେଇ କୌଣସି ଫରକ ପଡି ନ ଥାଏ I ଏହି ଗ୍ରାମ ଜାହାନବଦ ଜିଲ୍ଲା ର ଚିରି ପଂଚାୟତ ରେ ରହିଛି I ଏହି ଗ୍ରାମ ର ଲୋକ ଙ୍କୁ ପିଆଜ ର ଦର ବୃଦ୍ଧି କୁ ନେଇ କୌଣସି ଫରକ ପଡି ନ ଥାଏ I ଏହି ଗ୍ରାମ ଜାହାନବଦ ଜିଲ୍ଲା ରୁ ପ୍ରାୟ 30 କିମି ଦୂର ରେ ରହିଛି I

ଏହି ଗ୍ରାମ ର ନାମ ତ୍ରିଲୋକୀ ବିଗହା ଅଟେ I ଏହି ପୁରା ଗ୍ରାମ ରେ କୌଣସି ବ୍ୟକ୍ତି ପିଆଜ ଖାନ୍ତି ନାହିଁ I ଏହି ଗ୍ରାମ ଟି ମୋଟ 30 ରୁ 35 ଗୋଟି ପରିବାର କୁ ନେଇ ରହିଛି I ଏହି ଗ୍ରାମ ର ବଜାର କୁ ମଧ୍ୟ ପିଆଜ ରସୁଣ ଆସି ନ ଥାଏ I

ଗ୍ରାମ ର ଜଣେ ବୃଦ୍ଧ ବ୍ୟକ୍ତି ଙ୍କ ର କହିବା ଅନୁସାରେ ଅନେକ ବର୍ଷ ହେବ ଏଠାରେ ଲୋକେ ପିଆଜ ରସୁଣ ର ସେବନ କରୁନାହାନ୍ତି I ଏହି ଗ୍ରାମ ର ଏହା ଅନେକ ପୁରାତନ ପରମ୍ପରା ଅଟେ I ଏବଂ ଜଣେ ମହିଳା ଙ୍କ କହିବା ଅନୁସାରେ ଏହି ଗ୍ରାମ ରେ ଠାକୁର ଜି ଙ୍କ ର ଏକ ମନ୍ଦିର ରହିଛି ଏବଂ ସେ ମଧ୍ୟ ପିଆଜ ରସୁଣ ର ସେବନ କରୁ ନ ଥିଲେ I ପୂର୍ବଜ ଙ୍କ ର ନୀତି ଆଦର୍ଶ ରେ ଅନୁପ୍ରାଣିତ ହେଇ ଏହି ଗ୍ରାମ ର ଲୋକେ ପିଆଜ ରସୁଣ ସେବନ କରୁନାହାନ୍ତି I

40-45 ବର୍ଷ ପୂର୍ବ ରୁ ଏହି ପ୍ରଥା କୁ କେହି ଜଣେ ଭାଙ୍ଗିବା କୁ ଚେଷ୍ଟା କରିଥିଲେ କିନ୍ତୁ ତାଙ୍କ ପରିବାର ସହ କିଛି ଅଶୁଭ ଘଟଣା ଘଟିଯାଇଥିଲା I ଏହା ପର ଠାରୁ ସେହି ଗ୍ରାମ ର ବଜାର କୁ ମଧ୍ୟ ପିଆଜ ରସୁଣ ଆସି ନ ଥାଏ I କେହି ବ୍ୟବସାୟୀ ମଧ୍ୟ ସେଠାରେ ପିଆଜ ରସୁଣ ବିକ୍ରୟ କରନ୍ତି ନାହିଁ I କିଛି ଲୋକେ ଏହା କୁ ଅନ୍ଧବିଶ୍ୱାସ ସହ ଯୋଡ଼ିଛନ୍ତି ତ କିଛି ଲୋକେ ଆଧ୍ୟାତ୍ମିକତା ସହ ତୁଳନା କରିଛନ୍ତି I ଏପରି କି ଏହି ଗ୍ରାମ ରେ ମାଂସ ଓ ମଦ୍ୟପାନ ମଧ୍ୟ ନିଷେଧ ଅଟେ I