ସମୟ ପରିବର୍ତନ ଅନୁସାରେ ଲୋକ ଙ୍କ ର କାର୍ଯ୍ୟ କଳାପ ରେ ମଧ୍ୟ ଅନେକ ପରିବର୍ତନ ଆସିଛି I ଆଜିକା ସମୟ ରେ ଅନେକ ଲୋକେ ସ୍ୱାର୍ଥପର ମଧ୍ୟ ହେଇଯାଇଛନ୍ତି I ଆଜିକା ସମୟ ଓ ସମାଜ କୁ ଦେଖି ଏପରି ଲାଗୁଚି ଯେପରି ଦୁନିଆ ରେ ଅଧିକାଂଶ ଲୋକେ ମତଲବି ହେଇଯାଇଛନ୍ତି I ଆଜି ଆମେ ବଲିଉଡ ର କିଛି ଏପରି ଷ୍ଟାର ଙ୍କ ବିଷୟ ରେ କହିବା କୁ ଯାଉଛୁ ଯେଉଁମାନେ କି ବଲିଉଡ ର ସୁପର ଷ୍ଟାର ଅଟନ୍ତି ଏବଂ ସେମାନେ କିଛି ଅନାଥ ପିଲା ଙ୍କୁ ନିଜ ର ପରିଚୟ ଦେଇଛନ୍ତି I
ସୁଭାଷ ଗଇ
ସୁଭାଷ ଗଇ ଙ୍କୁ ବଲିଉଡ ର ସବୁଠାରୁ ସଫଳ ଡ଼ାଇରେକ୍ଟର ରୂପେ ମାନ୍ୟତା ରହିଛି I ସେ ନିଜ ଫିଲ୍ମ କ୍ୟାରିୟର ରେ ଅନେକ ସୁପର ହିଟ ଫିଲ୍ମ ନିର୍ମାଣ କରିଥିଲେ I ଏବଂ ଅନେକ କଳାକାର ଙ୍କୁ ସେ ସୁପର ଷ୍ଟାର ମଧ୍ୟ କରିପାରିଛନ୍ତି I ସୁଭାଷ ଗଇ ମେଘା ନାମ ଜଣେ ଯୁବତୀ ଙ୍କୁ ପୋଷ୍ୟ କରିଥିଲେ I ଏବଂ ମେଘା ଙ୍କୁ ସେ ନିଜ ର ଝିଅ ବୋଲି ହିଁ ପାଳନ କରିଥିଲେ I ଏବଂ ପାଠ ପଢିବା କୁ ଲଣ୍ଡନ ମଧ୍ୟ ପଠାଇଛନ୍ତି I ଏବଂ ସେ ଝିଅ ପାଠ ପଢା ସାରିବା ପରେ ମେଘା ଙ୍କ ର ବିବାହ ରାହୁଲ ଙ୍କ ସହ କରାଯାଇଥିଲା I
ସନି ଲିୟନି
ଏହି ଶୁଚି ରେ ଦ୍ୱିତୀୟ ନାମ ରହିଛି ସନି ଲିୟନି ଙ୍କ ର I ସେ ବଲିଉଡ ଇଣ୍ଡଷ୍ଟ୍ରି ରେ ବେଶ ସୁପରିଚିତ ଅଟନ୍ତି I ସନି ଲିୟନି ବିଗତ ବର୍ଷ ହିଁ ଏକ ଝିଅ କୁ ପୋଷ୍ୟ ରୂପେ ନେଇଛନ୍ତି I ଏବଂ ପିଲାଟି କୁ ଖୁବ ଯତ୍ନ ର ସହ ପାଳିଛନ୍ତି I
ମିଥୁନ ଚକ୍ରବର୍ତୀ
ମିଥୁନ ଚକ୍ରବର୍ତୀ ବଲିଉଡ ଇଣ୍ଡଷ୍ଟ୍ରି ରେ ଜଣେ ଆକ୍ସନ ହିରୋ ରୂପେ ପରିଚିତ ଅଟନ୍ତି I ସେ ଫିଲ୍ମ କ୍ୟାରିୟର ରେ ଅନେକ ସୁପର ହିଟ ଫିଲ୍ମ ରେ କାମ କରିଛନ୍ତି I ମିଥୁନ ଚକ୍ରବର୍ତୀ ଜଣେ ପିଲା କୁ ପୋଷ୍ୟ କରିଥିଲେ I ଏହି ପିଲାଟି ର ନାମ ଦିସାନି ଅଟେ I ଏକ ଅଳିଆ ଗଦା ରୁ ମିଥୁନ ଚକ୍ରବର୍ତୀ ଦିସାନି ଙ୍କୁ ପାଇକି ଘର କୁ ନେଇଥିଲେ I ବର୍ତ୍ତମାନ ମିଥୁନ ଚକ୍ରବର୍ତୀ ନିଜ ର ତିନି ଗୋଟି ପିଲା ଙ୍କ ସହ ଘରେ ବେଶ ଖୁସି ରେ ରହୁଛନ୍ତି I
ସଲିମ ଖାଁ
ସଲିମ ଖାଁ ସଲ୍ମାନ ଙ୍କ ର ପିତା ଅଟନ୍ତି I ସେ ତାଙ୍କ ଝିଅ ଅର୍ପିତା ଙ୍କୁ ରାସ୍ତା କଡ଼ ରୁ ପାଇକି ନେଇଥିଲେ I ଏବଂ ନିଜ ର ଝିଅ ପରିକି ଲାଳନ ପାଳନ କରିଥିଲେ I ଅର୍ପିତା ନିଜ ର ତିନି ଭାଇ ଙ୍କ ସହ ମଧ୍ୟ ବେଶ ଆରାମ ରେ ଜୀବନ ଅତିବାହିତ କରିଛନ୍ତି I ଏବଂ ତିନି ଭାଇ ଖୁବ ଧୁମ ଧାମ ରେ ମଧ୍ୟ ଅର୍ପିତା ଙ୍କ ର ବିବାହ କରିଛନ୍ତି I
ପ୍ରୀତି ଜିନ୍ତା
ବଲିଉଡ ର ସୁପରିଚିତ ଅଭିନେତ୍ରୀ ପ୍ରୀତି ଜିନ୍ତା ଙ୍କୁ କିଏ ବା ନ ଜାଣିଚି I ସେ ନିଜ ଫିଲ୍ମ କ୍ୟାରିୟର ରେ ଅନେକ ସୁପର ହିଟ ଫିଲ୍ମ ରେ ମଧ୍ୟ ନିଜ ର ବିଶେଷ ଯୋଗଦାନ ଦେଇଛନ୍ତି I ପ୍ରୀତି ଜିନ୍ତା ଜଣେ ଅଭିନେତ୍ରୀ ହେବା ସହ ଜଣେ ଭଲ ଚିନ୍ତାଧାରା ର ମଧ୍ୟ ମହିଳା ଅଟନ୍ତି I ପ୍ରୀତି ଜିନ୍ତା ଙ୍କୁ ନେଇ ଅନ୍ୟ ମହିଳାମାନେ ପ୍ରେରିତ ହେଇଥାନ୍ତି I ଆପଣ ଜାଣି ଆଶ୍ଚଯ୍ୟ ହେବେ କି ପ୍ରୀତି ଜିନ୍ତା 34 ଗୋଟି ଝିଅ ଙ୍କୁ ପୋଷ୍ୟ କରିଛନ୍ତି I ଏବଂ ତାଙ୍କ ଖାଦ୍ୟ ପେୟ ଆଦି ର ପୁରା ବ୍ୟବସ୍ତା ମଧ୍ୟ କରିଥାନ୍ତି I