ଏହି କାରଣ ପାଁଇ ରାଧା, ଭଗବାନ କୃଷ୍ଣଙ୍କ ପତ୍ନୀ ହେଇପାରି ନଥିଲେ

ରାଧା ଓ କୃଷ୍ଣ ଙ୍କ ପ୍ରେମ ବହୁତ ମହାନ ଓ ପବିତ୍ର ଥିଲା I ସେଥି ପାଁଇ ତ ଏତେ ହଜାର ବର୍ଷ ପରେ ମଧ୍ୟ ତାଙ୍କ ପ୍ରେମର କଥା ସମୟ ସମୟରେ ଶୁଣିବାକୁ ମିଳିଥାଏ I ରାଧା ଓ କୃଷ୍ଣ ଙ୍କ ପରି ବୋଧ ହୁଏ କେହି ପ୍ରେମିକ ନ ଥିବେ I କିନ୍ତୁ ଏତେ ପ୍ରେମ ମଧ୍ୟରେ କଣ ହେଲା ଯେ ରାଧା , କେବେ ହେଲେ କୃଷ୍ଣ ଙ୍କୁ ବିବାହ କରିପାରିନଥିଲେ I
ତେବେ ଆଜି ଆସନ୍ତୁ ଜାଣିବା କଣ ସେ କାରଣ ଥିଲା ଯେ ରାଧା , ଭଗବାନ କୃଷ୍ଣ ଙ୍କ ପତ୍ନୀ ହେଇପାରିନଥିଲେ I

ରାଧା ଓ କୃଷ୍ଣ ଙ୍କ ପ୍ରେମ ତ ତାଙ୍କ ବାଲ୍ୟ କାଳରୁ ହିଁ ଆରମ୍ଭ ହେଇଯାଇଥିଲା, ବୟସରେ ରାଧା କିନ୍ତୁ ବଡ ଥିଲେ I କିନ୍ତୁ ବଡ ହେଇକି ମଧ୍ୟ ଦୁହିଁଙ୍କ ମଧ୍ୟ ପବିତ୍ର ପ୍ରେମ ସମ୍ପର୍କ ଗଡିଉଠିଥିଲା I

ହିନ୍ଦୁ ଧର୍ମ ର ପୁରାଣ ଅନୁସାରେ ମା ଲକ୍ଷ୍ମୀ , ଏ ଧରା ପୃଷ୍ଠରେ ରାଧା ଙ୍କ ଅବତାର ଧାରଣ କରି ଜନ୍ମ ନେଇଥିଲେ I ମାତା ଲକ୍ଷ୍ମୀ ଏହା ପ୍ରତିଜ୍ଞା ବଦ୍ଧ ଥିଲେ ଯେ ସେ ତାଙ୍କର ସମସ୍ତ ଅବତାରରେ ଭଗବାନ ବିଷ୍ଣୁ ଙ୍କ ସହ ହିଁ ବିବାହ କରିବେ I ତେଣୁ ଏହି କଥା କୁ ନେଇକି ଅନେକ ଲୋକଙ୍କ ମନରେ ଏହା ମଧ୍ୟ ଉଙ୍କି ମାରେ କି ବୋଧ ହୁଏ ସେ ସମୟରେ ରାଧା ଓ କୃଷ୍ଣ ଙ୍କ ପ୍ରେମ ପରେ ଦୁହିଁଙ୍କ ବିବାହ ହେଇଥିବ I

ଗର୍ଗ ସଂହିତା ଅନୁସାରେ କୃଷ୍ଣ ବାଲ୍ୟକାଳ ରେ ନନ୍ଦ ବାବାଙ୍କ କୋଳରେ ଖେଳନ୍ତି I ସେ ସମୟରେ ତାଙ୍କୁ ଗୋଟେ ଅଦ୍ଭୁତ ଶକ୍ତି ର ଆବାସ ହେଇଥିଲା , ସେ ଶକ୍ତି ଆଉ କେହି ନୁହନ୍ତି ରାଧା ହିଁ ଥିଲେ I

ପୌରାଣିକ କଥା ଅନୁସାରେ ଏହା ମଧ୍ୟ ଶୁଣିବାକୁ ମିଳିଛି ଯେ ରାଧା ଓ ରୁକ୍ମିଣୀ ଜଣେ ହିଁ ଥିଲେ I

ଏହା ହିଁ ହେଉଛି ରାଧା ଓ କୃଷ୍ଣ ଙ୍କ ର ପ୍ରେମର ପ୍ରକୃତ କଥା I