କ୍ରିକେଟ ଓ ବଲିଉଡ ଏହି ଦୁଇଟି ଭାରତ ରେ ଅଧିକ ଲୋକପ୍ରିୟ ଅଟେ I ଏବଂ ଏଥିରେ କାମ କରୁଥିବା କଳାକାର ମାନେ ପରସ୍ପର କୁ ସାକ୍ଷ୍ୟାତ କରିଥାନ୍ତି I ଅଭିନେତ୍ରୀ ଓ କ୍ରିକେଟର ଙ୍କ ମଧ୍ୟ ରେ ଅନେକ ପ୍ରେମ କାହାଣୀ ରହିଛି I କିଛି ପ୍ରେମ କାହାଣୀ ସଫଳତା ହାସିଲ କରିଛି ତ କିଛି ପ୍ରେମ କାହାଣୀ ବିଫଳ ହେଇଚି I ଯେପରି କି ଆପଣ ଜାଣିଥିବେ ବିଗତ ଦିନ ରେ କ୍ରିକେଟର ବିରାଟ କୋହଲି ଓ ଅଭିନେତ୍ରୀ ଅନୁଷ୍କା ଶର୍ମା ଙ୍କ ର ବିବାହ ବେଶ ଚର୍ଚା ରେ ରହିଥିଲା I ତେବେ ଆଜି ଆମେ ଆଉ କିଛି ଏପରି ଯୋଡି ବିଷୟ ରେ ଆଲୋଚନା କରିବା I
ଅମୃତା ଅରୋଡା ଓ ଅଫଜଲ
ବଲିଉଡ ଅଭିନେତ୍ରୀ ଅମୃତା ଅରୋଡା ଓ ଅଷ୍ଟ୍ରେଲିଆ ର କ୍ରିକେଟର ଉସ୍ମାନ ଅଫଜଲ ଙ୍କ ମଧ୍ୟ ରେ ପ୍ରେମ ସମ୍ବନ୍ଧ ଚାଲିଥିଲା I 2001 ରେ ଉସ୍ମାନ ଇଂଲଣ୍ଡ କ୍ରିକେଟ ଟିମ ପାଇ କ୍ରିକେଟ ଖେଳୁଥିଲେ I ଅମୃତା ଅରୋଡା ଓ ଅଫଜଲ ଙ୍କ ର ବନ୍ଧୁତା ଜଣେ କମନ ଫ୍ରେନ୍ଡ ଙ୍କୁ ନେଇ ହେଇଥିଲା I ଏବଂ ଧୀର ଧୀରେ ଉଭୟ ଙ୍କ ମଧ୍ୟ ରେ ପ୍ରେମ ସମ୍ବନ୍ଧ ଗଢି ଉଠିଥିଲା I
ଇଷା ସର୍ଵନି ଓ ଜାହିର ଖାଁ
ଇଷା ସର୍ଵନି ଓ ଜାହିର ଖାଁ ପରସ୍ପର କୁ 8 ବର୍ଷ ହେବ ପ୍ରେମ କରି ଆସୁଥିଲେ I ଏବଂ ଦୁହେଁ ବିବାହ ମଧ୍ୟ କରିବାକୁ ଯୋଜନା କରିଥିଲେ ହେଲେ ଦୁହେଁ ପରେ ଅଲଗା ରହିବା କୁ ନିଷ୍ପତି କରିଥିଲେ I
ଅମୃତା ସିଂ ଓ ରବି ଶାସ୍ତ୍ରୀ
80 ଦଶକ ର ରବି ଶାସ୍ତ୍ରୀ ଓ ଅମିରତା ସିଂ ଙ୍କ ର ପ୍ରେମ ମଧ୍ୟ ବେଶ ଚର୍ଚା ରେ ରହିଥିଲା I ଦୁହେଁ ଏକ ମ୍ୟାଗାଜିନ ର କଭର ପେଜ ପାଇ ଏକାଠି ହେଇଥିଲେ I ଏବଂ ଉଭୟ ଙ୍କ ର 1986 ରେ ନିର୍ବନ୍ଧ ମଧ୍ୟ ହେଇଥିଲା I କିନ୍ତୁ କିଛି କାରଣ ରୁ ଦୁହେଁ ପରସ୍ପର ଠାରୁ ଅଲଗା ହେଇଯାଇଥିଲେ I ଏହି ଘଟଣା କୁ ନେଇ ଅମୃତା କହିଥିଲେ ସେ ବର୍ତମାନ ନିଜ କ୍ୟାରିୟର କୁ ଅଧିକ ଧ୍ୟାନ ଦେଉଛନ୍ତି I
ଯୁବରାଜ ସିଂ ଓ ଦୀପିକା , କିମ ଶର୍ମା
କ୍ରିକେଟର ଯୁବରାଜ ଙ୍କ ର ପ୍ରେମ ସମ୍ବଦ୍ଧର ଚର୍ଚା ଦୀପିକା , କିମ ଶର୍ମା ଙ୍କ ସହ ମଧ୍ୟ ଦେଖିବା କୁ ମିଳିଥିଲା I କିନ୍ତୁ ଯୁବରାଜ ଶେଷ ରେ ଅଭିନେତ୍ରୀ ହେଜଲ ଙ୍କୁ ବିବାହ କରିଥିଲେ I
ନିନା ଗୁପ୍ତା ଓ ବିବିୟନ ରିଚାର୍ଡ
ନିନା ଗୁପ୍ତା ଓ ବିବିୟନ ରିଚାର୍ଡ ଙ୍କ ର ପ୍ରେମ କାହାଣୀ ମଧ୍ୟ ବେଶ ଚର୍ଚା କୁ ଆସିଥିଲା I ବିବିୟନ ପୂର୍ବ ରୁ ବିବାହିତ ଥାଇ ମଧ୍ୟ ଦୁହେଁ ପରସ୍ପର ର ପ୍ରେମ ରେ ପଡ଼ିଥିଲେ I ଉଭୟ ମୁମ୍ବାଇ ରେ ପରସ୍ପର କୁ ସାକ୍ଷ୍ୟତ୍ୱ କରିଥିଲେ କିନ୍ତୁ ଏହି ପ୍ରେମ ସମ୍ବନ୍ଧ ସଫଳ ହେଇ ନ ଥିଲା I
ନଗମା ଓ ସୌରଭ ଗାଙ୍ଗୁଲି
ନଗମା ଓ ସୌରଭ ଗାଙ୍ଗୁଲି ଙ୍କ ର ମଧ୍ୟ ପ୍ରେମ ସମ୍ବନ୍ଧ ଏକ ସମୟ ରେ ବେଶ ଚର୍ଚା କୁ ଆସିଥିଲା I କିନ୍ତୁ ଏହି ପ୍ରେମ ସମ୍ବନ୍ଧ ଅଧୁରା ରହିଯାଇଥିଲା I ଏହି ବାବଦ ରେ କାହାରି କିଛି ପ୍ରତିକ୍ରିୟା ମିଳି ନ ଥିଲା I
ସୋଫିଆ ହାୟତ ଓ ରୋହିତ ଶର୍ମା
2012 ରେ ମଡେଲ ଓ ଅଭିନେତ୍ରୀ ସୋଫିଆ ହାୟତ ଟ୍ୱିଟର ରେ କହିଥିଲେ କି ସେ ରୋହିତ ଙ୍କ ସହ ପ୍ରେମ ସମ୍ବନ୍ଧ ରେ ଥିଲେ I