ଏହି ସୁନ୍ଦର କାର ଟିର ୯.୮ ଲକ୍ଷ ଟଙ୍କା ଚାଲାଣ କଟିଲା, ଜାଣନ୍ତୁ ଡ୍ରାଇଭର କଣ କରିଥିଲେ ଭୁଲ

ବିଗତ କିଛି ମାସ ତଳେ ଏକ ଦାମୀ କାର ର ଚାଲାଣ କାଟିବା କୁ ନେଇ ବେଶ ଚର୍ଚା ର ବିଷୟ ରହିଛି I ଆପଣ ଦେଖିଥିବେ ବିଗତ ଦିନ ରେ କାହାରି 30 ହଜାର ର ଚାଲାଣ ତ କାହାରି 45 ହଜାର ର ଚାଲାଣ କଟିଛି I କିନ୍ତୁ ଆଜି ଆମେ ଏପରି ଏକ କାର ବିଷୟ ରେ କହିବା କୁ ଯାଉଛୁ ଯାହା ର 9.8 ଲକ୍ଷ ର ଚାଲାଣ କଟିଛି I ଏହା ଆଜି ପର୍ଯ୍ୟନ୍ତ ଦୁନିଆ ରେ କାହାରି କଟିନାହିଁ I ଏହା ସତ୍ୱେ ମଧ୍ୟ ଲୋକେ ନିଜ ର ଭୁଲ ସୁଧାରିବା କୁ ଚେଷ୍ଟା କରୁନାହାନ୍ତି I କିନ୍ତୁ ଆପଣ ଏହା ଶୁଣି ଆଶ୍ଚଯ୍ୟ ହେଇଥିବେ କି ଏପରି କେଉଁ ନିୟମ ଯାହା କୁ ଅମାନ୍ୟ କରି ଏହି ଗାଡି ମାଲିକ 9.8 ଲକ୍ଷ ଟଙ୍କା ର ଚାଲାଣ କାଟିଥିଲେ I

ଯେଉଁ ବ୍ୟକ୍ତି ଏହି ଚାଲାଣ କାଟିଛନ୍ତି ସେ ଏକ ଲଜ୍ଜରି ଗାଡି ଅର୍ଥାତ PORSCHE 911 ଗାଡି ବ୍ୟବହାର କରୁଥିଲେ I ଏହି ଗାଡି ର ମୂଲ୍ୟ 2 କୋଟି ଅଟେ I ଏତେ ଦାମୀ କାର ର ତ କିଛି ସମସ୍ୟା ନ ଥିବ I କିନ୍ତୁ ଟ୍ରାଫିକ ପୋଲିସ ଯେତେବେଳେ ଏହି ଗାଡି ର କାଗଜପତ୍ର ମାଗିଥିଲେ ତ ସେହି ମହାଶୟ ଙ୍କ ପାଖ ରେ କିଛି ବି ନ ଥିଲା I ଏବଂ ଆରଟିଓ କର୍ମଚାରୀ ତାଙ୍କ କାର କୁ ଜବତ କରିବା ସହ 9.8 ଲକ୍ଷ ର ଚାଲାଣ କାଟିଛନ୍ତି I

ଅହମଦାବାଦ ରେ ହେଇଥିବା ଏହି ଘଟଣା ବୁଧବାର 29 ନଭେମ୍ବର ର ଅଟେ I ପୋଲିସ ଉପଯୁକ୍ତ ତେଜସ ପଟେଲ ଙ୍କ ଅନୁସାରେ ବୁଧବାର ଦିନ ହେଲମେଣ୍ଟ ଚୌରାହ ରେ ଟ୍ରାଫିକ ପୋଲିସ ଏକ ସିଲଭର ରଙ୍ଗ ର କାର କୁ ଅଟକାଇଥିଲେ I ଏହି ଗାଡି ଉପରେ କୌଣସି ନମ୍ବର ନ ଥିଲା I ଏବଂ ଏହି ଗାଡି ର ଯେତେବେଳେ କାଗଜପତ୍ର ଯାଞ୍ଚ ହେଇଥିଲା ତ କୌଣସି ବି କାଗଜପତ୍ର ନ ଥିଲା I ତେଣୁ ମୋଟର ଯାନ ଆକ୍ଟ ଅନୁସାରେ ଆରଟିଓ ଏକ ମେମୋ ଜାରି କରିଥିଲେ I ବିଗତ ଦିନ ରେ ଅହମଦାବାଦ ରେ ପୋଲିସ ଅନେକ ଲଜ୍ଜରି ଗାଡି ର ଚାଲାଣ କାଟିଛନ୍ତି I

ତେବେ ବର୍ତମାନ ସୋସିଆଲ ମିଡ଼ିଆ ରେ 9.8 ଲକ୍ଷ ର ଚାଲାଣ ବେଶ ଚର୍ଚା ରେ ରହିଛି I ଆପଣ ବି ଯଦି ନୂଆ ଗାଡି କିଣୁଛନ୍ତି ତେବେ ଏହା ର ସବୁ କାଗଜପତ୍ର କୁ ପାଖ ରେ ରଖିକି ଓ ଟ୍ରାଫିକ ନିୟମ କୁ ପାଳନ କରିକି ଚାଲନ୍ତୁ I ନଚେତ ଆପଣ ଙ୍କ ର ମଧ୍ୟ ଏପରି ଚାଲାଣ କଟୀପାରେ I