ଏହି ଦେଶର ବରିଷ୍ଠ କ୍ରିକେଟ ଖେଳାଳି ଙ୍କର ହେଲା ଦେହାନ୍ତ, ଶୋକରେ ବୁଡ଼ିଲା ପୁରା କ୍ରିକେଟ ଜଗତ !

ପାକିସ୍ତାନ ମିଡ଼ିଆ ଅନୁସାରେ ମୋହମ୍ମଦ ମୁନଫ ମଙ୍ଗଳବାର 28 ଜାନୁୟାରୀକୁ ନେଦରଲ୍ୟାଣ୍ଡ ର ଏମଟଡ଼ମରେ ଚିର ବିଦାୟ ନେଇଛନ୍ତି | ମୋହମ୍ମଦ ମୁନଫ ପାକିସ୍ତାନ ପାଁଇ 4 ଗୋଟି ଟେଷ୍ଟ ମ୍ୟାଚ ଖେଳିବା ଛଡା 71 ଗୋଟି ଫାଷ୍ଟ କ୍ଲାସ ମ୍ୟାଚ ବି ଖେଳିଥିଲେ ଏହି ମ୍ୟାଚ ଗୁଡିକରେ ସେ ନିଜ ନାମରେ 128 ଗୋଟି ଵିକେଟ ବି ନେଇଥିଲେ | ମୁନଫ ଙ୍କ ନିଧନ ପରେ ପାକିସ୍ତାନ କ୍ରିକେଟ ବୋର୍ଡର ଚୟନକର୍ତ୍ତା ନିଜ ବୟାନରେ ଦୁଃଖ ପ୍ରକାଶ କରି କହିଲେ “ପାକିସ୍ତାନ କ୍ରିକେଟ ବୋର୍ଡଙ୍କୁ ମୁନଫ ଙ୍କ ମୃତ୍ୟୁ ଖବର ଶୁଣି ବହୁତ ଦୁଃଖ ହେଲା|

ପାକିସ୍ତାନ ରାଷ୍ଟ୍ରୀୟ ଟିମ ପାଁଇ ମୋହମ୍ମଦ ମୁନ ଫ 1959 ରେ ଅନ୍ତରାଷ୍ଟ୍ରୀୟ ମ୍ୟାଚ ରେ ଡେବ୍ୟୁ କରିଥିଲେ I ଏବଂ 1959 ରେ ଅଷ୍ଟ୍ରେଲିଆ ବିପକ୍ଷ ରେ ଲାହୋର ରେ ଗଦାଫି ଷ୍ଟାଡିୟମ ରେ ନିଜ ର ପ୍ରଥମ ଟେଷ୍ଟ ମ୍ୟାଚ ଖେଳିଥିଲେ I ନିଜ କ୍ୟାରିୟର ରେ ସେ କେବଳ 4 ଗୋଟି ଟେଷ୍ଟ ମ୍ୟାଚ ହିଁ ଖେଳିଛନ୍ତି I ଏବଂ ଟେଷ୍ଟ କ୍ରିକେଟ ରେ 7 ଗୋଟି ମ୍ୟାଚ ରେ ମୋହମ୍ମଦ ମୁନଫ ମୋଟ 11 ଵିକେଟ ନେଇଛନ୍ତି I 1962 ରେ ମୋହମ୍ମଦ ମୁନଫ ଇଂଲଣ୍ଡ ଟିମ ବିପକ୍ଷ ରେ ଶେଷ ଟେଷ୍ଟ ମ୍ୟାଚ ଖେଳିଥିଲେ I ଏହା ପରେ ପାକିସ୍ତାନ ର ପିଆଇଏ କମ୍ପାନୀ ରେ ମଧ୍ୟ ମୋହମ୍ମଦ ମୁନଫ ଦୀର୍ଘ ଦିନ ଚାକିରୀ କରିଥିଲେ I

ମୋହମ୍ମଦ ମୁନଫ ଜଣେ ଆକ୍ରମକ ବୋଲର ରୂପେ ପରିଚିତ ଅଟନ୍ତି I ଏବଂ ସେ ସିନ୍ଧ ଇସ୍ଲାମ ସ୍କୁଲ ରେ ତାମିଲ ନେଇଥିଲେ I ଲିଟଲ ମାଷ୍ଟର ମୋହମ୍ମଦ ମଧ୍ୟ ଏହି ସ୍କୁଲ ରେ ପାଠ ପଢିଥିଲେ I ମୋହମ୍ମଦ ମୁନଫ ଙ୍କ ର ଜନ୍ମ 2 ନଭେମ୍ବର 1935 ରେ ବମ୍ବେ ରେ ହେଇଥିଲେ I ଦେଶ ବିଭାଜନ ହେବା ପରେ ସେ ପାକିସ୍ତାନ ଚାଲିଯାଇଥିଲେ I