ଫିଲ୍ମ ଇଣ୍ଡଷ୍ଟ୍ରିରୁ ଆସିଲା ଖରାପ ଖବର, ପୁଣି ଏହି ବଡ ଅଭିନେତା କରିଲେ ଆତ୍ମହତ୍ୟା, ପୋଲିସ ଆରମ୍ଭ କରିଲା ତନାଘନା …

ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଦେହାନ୍ତ ଖବରରୁ ଲୋକମାନେ ବାହାରି ହିଁ ନଥିଲେ କି ଆଉ ଜଣେ ଅଭିନେତାଙ୍କ ମୃତ୍ୟୁ ଖବର ସାମ୍ନାକୁ ଆସୁଛି। କନ୍ନଡ଼ ଅଭିନେତା ସୁଶୀଲ ଗୋଡା ତାଙ୍କ ସହର କର୍ଣ୍ଣାଟକର ମାଣ୍ଡିଆରୁ ତାଙ୍କ ମୃତଦେହ ମିଳିଛି। ତାଙ୍କ ମୃତ୍ୟୁ ଯୋଗୁ ଇଣ୍ଡଷ୍ଟ୍ରିରେ ଶୋକର ଲହରୀ ଖେଳିଯାଇଛି। ତେବେ ତାଙ୍କ ମୃତ୍ୟୁ ପଛର କାରଣ ଏପର୍ଯ୍ୟନ୍ତ ସାମ୍ନାକୁ ଆସି ନାହିଁ। କନ୍ନଡ ଟିଭି ସିରିଏଲ ‘ଅନ୍ତପୁରା’ରେ କାମ ପାଇଁ ସୁଶୀଲ ଗୋଡା ବେଶ୍ ଜଣାଶୁଣା ଥିଲେ | ସେ କନ୍ନଡ ଚଳଚ୍ଚିତ୍ର ସାଲଗାରେ ମଧ୍ୟ ନଜର ଆସିବାରେ ଥିଲେ। ଏହି ଚଳଚ୍ଚିତ୍ରରେ ସେ ପୋଲିସର ଭୂମିକାରେ ଅଭିନୟ କରିଥିଲେ।

ସୁଶୀଲ ଗୋଡା ଜଣେ ସଫଳ ଅଭିନେତା ସହ ଜଣେ ଭଲ ଫିଟନେସ୍ ଟ୍ରେନର ବି ଥିଲେ । କନ୍ନଡ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିରେ ନିଜକୁ ପ୍ରତିଷ୍ଠିତ କରିବା ପାଇଁ ସୁଶୀଲ ନିରନ୍ତର ପରିଶ୍ରମ କରୁଥିଲେ | ଅଭିନେତ୍ରୀ ଅମିତା ରଙ୍ଗନାଥ ତାଙ୍କ ଇନଷ୍ଟାଗ୍ରାମ ଷ୍ଟୋରି ରେ ସୁଶୀଲ ଗୋଡାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ଅମିତା ରଙ୍ଗନାଥ ତାଙ୍କ ସହ ‘ଅନ୍ତପୁରା’ରେ କାମ କରିଥିଲେ।

ସୁଶୀଲ ଗୋଡାଙ୍କ ନିଧନ ପରେ ଅଭିନେତା ଦୁନିଆ ବିଜୟ ସୋସିଆଲ ମିଡିଆରେ ପୋଷ୍ଟ କରି ଦୁଃଖ ପ୍ରକାଶ କରିଛନ୍ତି। ସେ ଲେଖିଛନ୍ତି: ମୁଁ ଯେତେବେଳେ ତାଙ୍କୁ ପ୍ରଥମ ଦେଖିଲି, ମୋତେ ହିରୋ ଭଳି ଲାଗିଲା। ଫିଲ୍ମ ରିଲିଜ୍ ହେବା ପୂର୍ବରୁ ହିଁ ସେ ଆମକୁ ଖୁବ୍ ଶୀଘ୍ର ଛାଡି ଚାଲିଗଲା ।