ଅଷ୍ଟ୍ରେଲିଆ ଜଙ୍ଗଲରେ ଲାଗିଥିବା ନିଆଁରେ ଭୀଷଣ କ୍ଷତି ହୋଇଛି| ପୁରା ଦୁନିଆ ଏହି ନିଆଁ ବିଷୟକୁ ନେଇ ଚିନ୍ତାରେ ଅଛି| ଏହି ନିଆଁ ଯୋଗୁ ଯେଉଁ ଲୋକଙ୍କ ଜୀବନ ଯାଇଛି ଓ ଯାହାଙ୍କ ସମ୍ପତି କ୍ଷତି ଗ୍ରସ୍ତ ହୋଇଛି ସେମାନଙ୍କ ପରିବାରର ସାହାଯ୍ୟ ପାଇଁ ଏବେ ଖେଳାଳି ମାନେ ଆଗକୁ ଆସିଛନ୍ତି| ଏବେ ଏହି କ୍ରମରେ ଅଷ୍ଟ୍ରେଲିଆରେ ଆୟୋଜିତ ହେବାକୁ ଥିବା ଚେରେଟି ମ୍ୟାଚରେ ଭାରତୀୟ ସୁପରଷ୍ଟାର ଖେଳାଳି ଯୁବରାଜ ସିଂହ ଓ ପାକିସ୍ତାନ ର ବସିମ ଆକ୍ରମ ଏହି ଖେଳରେ ଯୋଗ ଦେବେ ବୋଲି ବିଶେଷ ସୂତ୍ରରୁ ଜଣ ପଡିଛି |
ଯୁବରାଜ ସିଂ- ବସିମ ଆକ୍ରମ ନେବେ ଚାରିଟି ମ୍ୟାଚରେ ଭାଗ
ଅଷ୍ଟ୍ରେଲିଆ ର ନ୍ୟୁ ସାଉଥ ବେଲସର ଜଙ୍ଗଲରେ ଲାଗିଥିବା ନିଆଁ ଦ୍ୱାରା ପୀଡିତ ପରିବାରର ଲୋକଙ୍କୁ ସାହାଯ୍ୟ ପାଇଁ ଅଷ୍ଟ୍ରେଲିଆ କ୍ରିକେଟ ବୋର୍ଡ ଏକ ଚାରିଟି ମ୍ୟାଚର ଘୋଷଣା କରିଛନ୍ତି| 8 ଫେବୁଆରି ରୁ ଆରମ୍ଭ ହେବାକୁ ଥିବା ଏହି ମ୍ୟାଚ ଗୁଡିକରେ ସିକ୍ସର କିଙ୍ଗ ଯୁବରାଜ ଓ ବସିମ ଆକ୍ରମ ବି ଭାଗ ନେଉଛନ୍ତି| ଆଉ ଜଷ୍ଟିନ ଲାଙ୍ଗର ଓ ମ୍ୟାଥଉ ହେଡ଼ ଙ୍କର ଓପନିଂ ଯୋଡି କ୍ୱିସଲ୍ୟାଣ୍ଡର ତରଫରୁ ଓପନିଂ କରୁଥିବାର ନଜର ଆସିବେ|
ଯୁବରାଜ ସିଂ ଆଉ ବସିମ ଆକ୍ରମ ଙ୍କ ଛଡା ଭାରତୀୟ ମହାନ କ୍ରିକେଟର ସଚିନ ତେନ୍ଦୁଲକର ଓ ୱେଷ୍ଟ-ଇଣ୍ଡିସର ମହାନ ଖେଳାଳି ବଲସ ଙ୍କୁ ନନ-ପ୍ଲେଇଙ୍ଗ କୋଚ ଭାବେ ଘୋଷଣା କରାଯାଇଛି |
ସେନ ବର୍ଣ- ରିକି ପେଣ୍ଟିଙ୍ଗ ହେବେ ଦଳର ଅଧିନାୟକ
ରିକି ପେଣ୍ଟିଙ୍ଗ ଓ ସେନ ବର୍ଣ ଦୁଇଟି ଦଳର ଅଧିନାୟକ ହେବେ | ଏମାନଙ୍କ ଆଉ ଗୋଟେ ସପ୍ତାହ ମଧ୍ୟରେ ନିଜ ନିଜ ଦଳର ପିଲାଙ୍କ ନାଁ ଘୋଷଣା କରିବେ| ବଡ ବଡ ଖେଳାଳିଙ୍କୁ ସାମିଲ କରିବା ଛଡା ଫ୍ୟାନ ମାନେ କିପରି ଏହି ଖେଳର ଅଧିକରୁ ଅଧିକ ମଜା ନେଇପାରିବେ ସେ ବିଷୟରେ ମଧ୍ୟ ଖୁବ ଚର୍ଚ୍ଚା ଜାରିରହିଛି|
ଖେଳାଳି ମାନେ: ସେନ ବର୍ଣ (କ୍ୟାପଟେନ), ରିକି ପେଣ୍ଟିଙ୍ଗ (କ୍ୟାପଟେନ), ଏଡମ ଗିଲିଖ୍ରୀଷ୍ଟ, ଏଣ୍ଡ୍ରୁ ସାଇମଣ୍ଡ, ବ୍ରେଡ ଫିଟଲର, ବ୍ରେଡ ହେଡେନ, ବ୍ରେଟଲି, ଏଲସି ବିଲାଣି, ହ୍ୟାରୀଶ, ଯୁବରାଜ ସିଂ , ବସିମ ଆକ୍ରମ, ସେନ ୱାଟସନ, ମାଇକ ହସି (ଆହୁରି ଅନେକ ଖେଳାଳି ଯୋଡି ହେବେ)