ଗାଡି ଚଳାଇବା ସମୟରେ ବାପାକୁ ହେଲା ହାର୍ଟ ଆଟାକ, ତାପରେ ପୁଅଟି ଯାହା କରିଲା ଜାଣିଲେ ଆପଣ ବି କରିବେ ପ୍ରଶଂସା …

କୁହାଯାଏ ଯେ ଭଗବାନ ଭଲ ଲୋକଙ୍କୁ ତାଙ୍କ ନିକଟକୁ ଶୀଘ୍ର ଡାକି ନିଅନ୍ତି, ଏବଂ ଏହା ମଧ୍ୟ ସତ୍ୟ ଯେ ଦୁନିଆ ଛାଡିବା ପରେ ସମସ୍ତେ ଜଣେ ଭଲ ମଣିଷ ହେଇଯାନ୍ତି | କାରଣ ଲୋକମାନେ ସର୍ବଦା ତାଙ୍କର ଉତ୍ତମତାକୁ ମନେ କରନ୍ତି | ଆଜି ଆମେ ଏହି ପରି ଏକ ପିଲା ଏବଂ ତାଙ୍କ ପିତାଙ୍କ ବିଷୟରେ କହୁଛୁ | ସେହି ପିଲା ନିଜ ଜୀବନ ବଞ୍ଚାଇବା ପାଇଁ ଏତେ ସାହସ ଦେଖାଇଲା ଏବଂ ସାମ୍ନାକୁ ଆସୁଥିବା ଅନେକ ଲୋକଙ୍କ ଜୀବନ ମଧ୍ୟ ବଞ୍ଚାଇଲା |

ଶିବକୁମାର ଏବଂ ତାଙ୍କର 10 ବର୍ଷର ପିଲା ପ୍ରେସର କୁକରର ଡେ଼ଲିଭରି କରିବାକୁ ଯାଉଥିଲେ | ଶିବ କୁମାର ପ୍ରାୟ 94 କିଲୋମିଟର ବେଗରେ ଗାଡି ଚଳାଇଥିଲେ ଏବଂ ସେହି ସମୟରେ ହଠାତ୍ ସେ ତାଙ୍କ ଛାତି ରେ ଯନ୍ତ୍ରଣା ଅନୁଭବ କରିଥିଲେ ଏବଂ ସେ ମୃତ୍ୟୁବରଣ କରିଥିଲେ | ଏପରି ପରିସ୍ଥିତିରେ ଗାଡି ଚାଲୁଥିଲା କିନ୍ତୁ 10 ବର୍ଷର ଶିଶୁ ଗାଡିଟିକୁ ଯେମିତି ସେମିତି ହେଇ ନିୟନ୍ତ୍ରଣ କରି ପାର୍ଶ୍ୱରେ ଠିଆ କଲା ଓ ତା’ପରେ ତା ବାପାଙ୍କୁ ଦେଖିଲା କିନ୍ତୁ ସେତେବେଳକୁ ତା ବାପା ଆଉ ନାହିଲେ ।

ବାପାଙ୍କ ସହ ଏପରି ହେବା ପରେ ଯଦି ପୁଅ ନିଜର ବୁଦ୍ଧି ନ ଦେଖିଥାନ୍ତା, ତେବେ ବୋଧହୁଏ ତାଙ୍କ ସହିତ ଏକ ବଡ଼ ଦୁର୍ଘଟଣା ଘଟିଯାଇଥାନ୍ତା | କିନ୍ତୁ ସେ ନିଜ ଜୀବନ ବଞ୍ଚାଇବାରେ ସଫଳ ହୋଇଥିଲେ | ତେବେ ଏହି ଘଟଣାରେ ତାଙ୍କ ବାପାଙ୍କର ମୃତ୍ୟୁ ହେଇଯାଇଥିଲା ।

ଗାଡି ରାସ୍ତା କଡରେ ରଖିବା ପରେ ପରେ ପୁଅ ବାପାଙ୍କ ପାଇଁ କାନ୍ଦିବାକୁ ଲାଗିଲା। 10 ବର୍ଷ ବୟସରେ ତାର ବୁଝିବାର ଶକ୍ତି ବହୁତ ଥିଲା ବୋଧହୁଏ ସେ ଜାଣି ପାଇଲା ଯେ ତା ବାପା ଆଉ ଏହି ଦୁନିଆରେ ନାହାଁନ୍ତି |