ରାଜସ୍ତାନ ର ଏକ କୁକୁର ଜଣେ ଯୁବତୀ ଙ୍କ ର ଜୀବନ ଉଦ୍ଧାର କରିଛି I ଜଣେ ବ୍ୟକ୍ତି ଖରାପ ଉଦେଶ୍ୟ ରେ ଏହି ଯୁବତୀ ଙ୍କ ଘରକୁ ପଶି ଆସିଥିଲେ ଏବଂ ସେହି ଗଳି ର ଏକ କୁକୁର ଉକ୍ତ ଯୁବକ ଙ୍କ ଉପରେ ଅତର୍କିତ ଆକ୍ରମଣ କରି ଦେଇଥିଲା I ଏବଂ ଉକ୍ତ ଆରୋପି ସେଠାରୁ ପଳାଇବାକୁ ବାଧ୍ୟ ହେଇଥିଲେ I
ରବିବାର ଦିନ ଦିପହର ରେ ଜଣେ ଯୁବତୀ ନିଜ ରୁମ ରେ ଆରାମ କରୁଥିଲେ I ଅଚାନକ ଜଣେ ବ୍ୟକ୍ତି ତାଙ୍କ ଘର ମଧ୍ୟ କୁ ପଶି ଆସିଥିଲେ ଓ ଯୁବତୀ ଙ୍କୁ ଅସଦାଚରଣ କରିବା ଆରମ୍ଭ କରିଥିଲେ I ଏବଂ ସେଥରେ ଏକ ବାହାର ବୁଲା କୁକୁର ଯାହା ର ନାମ ଶେରୁ ଏହା ଦେଖି ଉକ୍ତ ଆରୋପି ଙ୍କୁ କାମୁଡ଼ିବାକୁ ଗୋଡ଼ାଇ ଆସିଥିଲା I ଆରୋପି ଛୁରୀ ରେ କୁକୁର ଉପରକୁ ଆକ୍ରମଣ କରିଥିଲେ କିନ୍ତୁ କୁକୁର ଟି ପଛ ଘୁଞ୍ଚା ଦେଇ ନ ଥିଲା I ଯାହା ଦ୍ୱାରା କି ଆରୋପି ସେଠାରୁ ପଳାଇବାକୁ ବାଧ୍ୟ ହେଇଥିଲେ I
ଆରୋପି ଙ୍କ ର ଆକ୍ରମଣ ରେ କୁକୁର ଟି ମଧ୍ୟ ଲହୁଲୁହାଣ ହେଇଯାଇଥିଲେ I ଏବଂ କୁକୁର ଟି ନିଜ ର ବିଶ୍ୱସ୍ତତା ଦେଖାଇ ଯୁବତୀ ଙ୍କ ର ଇଜଟା ବଂଚାଇଥିଲା I ଯୁବତୀ ନିଜ ର ଜଣେ ପଡୋଶୀ ବ୍ୟକ୍ତି ଙ୍କ ଉପରେ ଏହି ଅସଦାଚରଣ ର ଆରୋପ ଆଣିଛନ୍ତି I ଯୁବତୀ ଙ୍କ କହିବା ଅନୁସାରେ ସେ ପ୍ରତୋକ ଦିନ ଏହି ଶେରୁ ନାମ କୁକୁର ଟି କୁ ରୁଟି ଖାଇବାକୁ ଦିଅନ୍ତି I ପୋଲିସ ବର୍ତମାନ ଏହି ଘଟଣା ର ଯାଞ୍ଚ ଜାରି ରଖିଛି I