୬୦୦୦ କୋଟି ଟଙ୍କାର ମାଲିକ ଅଟନ୍ତି ବାପ କିନ୍ତୁ ୫୦୦ ଟଙ୍କା ନେଇ ଘରୁ ବାହାରିଲେ ପୁଅ ଆଉ ତାପରେ କରିଦେଲେ ଏପରି କାମ

ଅନେକ ସମୟ ରେ ପୁଅ ମାନେ ନିଜ ପିତା ଙ୍କ ର ଧନ ସମ୍ପତି କୁ ନେଇ ଗର୍ବ କରି ହେଇଥାନ୍ତି I କିଛି ଲୋକେ ଏହି ଡାଇଲଗ ମଧ୍ୟ ମାରିଥାନ୍ତି “ତୁ ଜାଣିଚୁ ମୋ ବାପା କିଏ ” I ଏଥିରୁ ଜଣାଯାଇଥାଏ କି ଏହି ପିଲାମାନେ ନିଜ ପିତା ଙ୍କ ର ପରିଚୟ ନେଇ ବଞ୍ଚିଥାନ୍ତି I

କିନ୍ତୁ କଣ ହେଇଥାଏ ଯଦି ଜଣେ ଧନୀ ବ୍ୟକ୍ତି ନିଜ ପୁଅ କୁ କୁହନ୍ତି କି ମୋ ପରିଚୟ କେଉଁଠାରେ ଦେବ ନାହିଁ ନିଜ ର ନିଜେ ସୁନାମ ଅର୍ଜନ କରିବାକୁ ଚେଷ୍ଟା କରିବ I ଏହିପରି ଏକ ଘଟଣା ଦେଖିବାକୁ ମିଳିଛି 6000 କୋଟି ର ମାଲିକ ଙ୍କ ପାଖ ରେ I ଏହି ବ୍ୟକ୍ତି ନିଜ ପୁଅ କୁ ମାତ୍ର 500 ଟଙ୍କା ଦେଇ ଚାକିରୀ କରିବାକୁ କହିଥିଲେ I

6000 କୋଟି ର ମାଲିକ ଅଟନ୍ତି ଘନଶ୍ୟାମ ଢୋଲକିୟ
ଆପଣ ଦେଖିଥିବେ ଆଜିକା ସମୟ ରେ ପିଲାମାନେ ନିଜ ପିତା ଙ୍କ ର ଧନ ସମ୍ପତି କୁ ନେଇ ବେଶ ସଉକିନ ଜୀବନ ଅତିବାହିତ କରିଥାନ୍ତି I ଏପରି ପିଲାମାନେ ସେପରି କୌଣସି କାମ କରିବାକୁ ପସନ୍ଦ କରନ୍ତି ନାହିଁ I ଏପରି ପିଲାମାନେ ଅନେକ ସୁଖ , ସୁବିଧା ମଧ୍ୟ ହାସିଲ କରିଥାନ୍ତି I ତେବେ ଜଣେ 6000 କୋଟି ର ମାଲିକ ନିଜ ପୁଅ କୁ ଦୁନିଆ ର ବାସ୍ତବତା ଜଣାଇବାକୁ କିଛି ଏପରି ପଦକ୍ଷପ ନେଇଥିଲେ I

ଆମେ ଏଠାରେ ଆଲୋଚନା କରୁଛେ ଦେଶ ର ସବୁଠାରୁ ବଡ଼ ହୀରା ବ୍ୟବସାୟୀ ଘନଶ୍ୟାମ ଢୋଲକିୟ ଙ୍କ ବିଷୟ ରେ I ସେ 6000 କୋଟି ର ମାଲିକ ଅଟନ୍ତି I ଏବଂ ତାଙ୍କ ପୁଅ 23 ବର୍ଷ ବୟସ ର ଅଟନ୍ତି I ପୁଅ ର ନାମ ହିତାର୍ଥ ଅଟେ I ସେ ପୁଅ କୁ ମାତ୍ର 500 ଟଙ୍କା ଦେଇ ଘରୁ ବାହାର କୁ ପଠାଇଥିଲେ ଏକ ଚାକିରୀ କରିବାକୁ I ଯାହା ଦ୍ୱାରା ତାଙ୍କ ପୁଅ ଏକ ସାଧାରଣ ବ୍ୟକ୍ତି ଟି ର ଆବଶ୍ୟକତା କୁ ଜାଣିପାରିବ I

500 ଟଙ୍କା ଦେଇ ଚାକିରୀ କରିବାକୁ ପଠାଇଥିଲେ
6000 କୋଟି ର ମାଲିକ ଅଟନ୍ତି ଏହି ଘନଶ୍ୟାମ ଢୋଲକିଆ I କିନ୍ତୁ ସେ ନିଜ ପୁଅ କୁ ମାତ୍ର 500 ଟଙ୍କା ଦେଇ ହାଇଦ୍ରାବାଦ ପଠାଇଥିଲେ I କହିଥିଲେ ନିଜ ପିତା ଙ୍କ ର ନାମ ନ ନେଇ ନିଜ ର ଯୋଗ୍ୟତା ରେ ଏକ ଭଲ ଚାକିରୀ କରି 5000 ଟଙ୍କା ରୋଜଗାର କର I ଏବଂ ପୁଅ ମଧ୍ୟ 5000 ଟଙ୍କା ରୋଜଗାର କରିଥିଲା I

ହିତାର୍ଥ ବର୍ତମାନ ନିଜ ସହ ଘଟିଥିବା ଘଟଣା କୁ ସେୟାର କରି କହିଛନ୍ତି , କେବେ ହେଲେ ଚାକିରୀ ପାଁଇ ମୁ ଘରୁ ବାହାର କୁ ଯାଇ ନ ଥିଲି I ଏକ ମାସ ଠେଲା ଗାଡି ରୁ ଖାଦ୍ୟ ଖାଇ ମୁ ମୋର ଜୀବନ ଅତିବାହିତ କରିଛି I ଏବଂ ଏବଂ ୱାଇଟ ବୋର୍ଡ ନିର୍ମାଣ କରୁଥିବା କାରଖାନା ରେ କାମ କରି 5000 ଟଙ୍କା ସଂଚୟ କରିଛି I ହିତାର୍ଥ ବର୍ତମାନ ଦୁନିଆ ର ବାସ୍ତବତା କୁ ମଧ୍ୟ ଜାଣିପାରିଛନ୍ତି I ଘନଶ୍ୟାମ ପରିବାର ର ପ୍ରତି ସଦସ୍ୟ ବ୍ୟବସାୟ କୁ ଆସିବା ପୂର୍ବ ରୁ ଏପରି ପରୀକ୍ଷ କୁ ଅତିକ୍ରମ କରିଥାନ୍ତି I

Share Your Comments Below