ଘରେ ଭୁଲରେ ମଧ୍ୟ ରଖନ୍ତୁ ନାହିଁ ଏହି ଜିନିଷ; ଏମାନଙ୍କ କାରଣରୁ ଘରେ ସର୍ବଦା କାଙ୍ଗାଳି ଦେଖାଯାଏ, ମା ଲକ୍ଷ୍ମୀ କରନ୍ତି କୋପ

ଅନେକ ସମୟ ରେ ଆମ ଘରେ ଚେୟାର ଟେବୁଲ ଆଦି ଜିନିଷ ଭାଙ୍ଗିଯାଇଥାଏ ଏହା ର ବ୍ୟବହାର ଆମେ କରିପାରି ନ ଥାଉ I କିନ୍ତୁ ଏହି ଭଙ୍ଗା ଜିନିଷ କୁ ଆପଣ ତୁରନ୍ତ ଘରୁ ବାହାର କରିଦେବା ଉଚିତ I ଏହା ଘରେ ରହିବା ଦ୍ୱାରା ନକାରାତ୍ମକ ଉର୍ଜା ର ସଂଚାର ହେଇଥାଏ I ଟେବୁଲ , ସୋଫା , ଆଇନା , ଇଲେକ୍ଟ୍ରୋନିକ ବସ୍ତୁ , ଘଣ୍ଟା ଆଦି ଯଦି କିଛି ଭାଙ୍ଗି ଯାଇଛି ତେବେ ଏହା କୁ ସାଇତିକି ରଖନ୍ତୁ ନାହିଁ I

ଏପରି ଫୋଟୋ ଲଗାନ୍ତୁ ନାହିଁ
ଯଦି ଆପଣ ଘରେ କୌଣସି ଯୁଧ୍ୟ ର ଫୋଟୋ ଲଗାନ୍ତି , କି କୌଣସି ବୁଡୁଥିବା ଡଙ୍ଗା ର ଫୋଟୋ ଲଗାନ୍ତି ତେବେ ମଧ୍ୟ ଘରେ ନାନା ଦୁଶ୍ଚିନ୍ତା ଲାଗି ରହିଥାଏ I ଆପଣ ଭୁଲ ରେ ମଧ୍ୟ ଏହି ସବୁ ଫୋଟୋ ଲଗାଇବା ଉଚିତ ନୁହେଁ I କୌଣସି ଜଙ୍ଗଲୀ ପଶୁ ଙ୍କ ର ଫୋଟୋ କି କୌଣସି ତାଜମହଲ ର ଫୋଟୋ ମଧ୍ୟ ଘରେ ରଖନ୍ତୁ ନାହିଁ I

ପୁରୁଣା କପଡା
ଯେଉଁ ଘରେ ପୁରୁଣା କପଡା ର ବ୍ୟବହାର ହେଇ ନ ଥାଏ ସେହି ଘରେ ଏହି କପଡା ରହିବା ଦ୍ୱାରା ଘରେ ନକାରାତ୍ମକ ଉର୍ଜା ଲାଗି ରହିଥାଏ I ଏବଂ ପରିବାର ଲୋକ ଙ୍କ ମଧ୍ୟ ରେ ଅନ୍ୟ ପ୍ରତି ଘୃଣା ଭାବ ଜାତ ହେଇଥାଏ I

କଣ୍ଟାଯୁକ୍ତ ଗଛ
ଘରେ ଆପଣ ଏପରି ଗଛ ରଖନ୍ତୁ ଯେଉଁଥିରେ କଣ୍ଟା ନ ଥିବ I ଘରେ ଏପରି ଗଛ ରଖିବା ଦ୍ୱାରା ଦୁଶ୍ଚିନ୍ତା ଲାଗି ରହିଥାଏ I ଏବଂ ଘରେ ନକାରାତ୍ମକ ଉର୍ଜା ର ସଂଚାର ହେଇଥାଏ I ବାସ୍ତୁ ଅନୁସାରେ ଆପଣ ଘରେ ସେହିପରି ଗଛ ଲଗାନ୍ତୁ ଯେଉଁଥିରୁ ସୁଗନ୍ଧ ବାସ୍ନା ଆସୁଥିବ I

ଭଙ୍ଗା ମୂର୍ତି
ବାସ୍ତୁ ଅନୁସାରେ ଦେବୀ ଦେବତା ଙ୍କ ର ଭଙ୍ଗା ମୂର୍ତି ରଖିବା ଉଚିତ ନୁହେଁ I ଏବଂ ଦେବୀ ଦେବତା ଙ୍କ ର ଭଲ ମୂର୍ତି କେବଳ ପୂଜା ଘରେ ହିଁ ରଖିବେ I ଘରେ ଯଦି ଭଙ୍ଗା ମୂର୍ତି ରହିଥାଏ ତେବେ ଅଶାନ୍ତ ପରିବେଶ ରହିଥାଏ I

କବାଡିଆ ଜିନିଷ
ଅନେକ ଲୋକେ ଘରେ କିଛି ପୁରୁଣା ଭଙ୍ଗା ଜିନିଷ କୁ ସାଇତି ରଖିଥାନ୍ତି I ବାସ୍ତୁଶାସ୍ତ୍ର ଅନୁସାରେ ଏପରି ଜିନିଷ କୁ ଘରେ ରଖିବା ଦ୍ୱାରା ଆର୍ଥିକ ସମସ୍ୟା ଲାଗି ରହିଥାଏ I ଜୀବନ ରେ କେବେ ହେଲେ ଧନ ସଂଚୟ କରି ହେଇ ନ ଥାଏ I

ଖରାପ ଆଲମାରୀ
ଖରାପ ଆଲମାରୀ ର ଯଦି ଦୁଆର ଭାଙ୍ଗିଯାଇଥିବ ତେବେ ଆପଣ ଏପରି ଆଲମାରୀ ବ୍ୟବହାର କରନ୍ତୁ ନାହିଁ I ଏପରି ଆଲମାରୀ ବ୍ୟବହାର କରିବା ଦ୍ୱାରା ଜୀବନ ରେ ଆପଣ କେବେ ହେଲେ ସଫଳ ହେଇପାରନ୍ତି ନାହିଁ I