ଘରେ ଶଙ୍ଖ ରଖିବା ଓ ଏହାକୁ ବଜେଇବା ଦ୍ଵାରା ହେଇଥାଏ ୧୧ଟି ଆଶ୍ଚର୍ଯ୍ୟ କଲା ଭଳି ବିଶେଷ ଲାଭ !

ସନାତନ ଧର୍ମ ରେ ଅନେକ ଏପରି ଆଧ୍ୟାତ୍ମିକ କଥା ର ଉଲେଖ ରହିଛି ଯାହା କି ମନୁଷ୍ୟ ର ଜୀବନଶୈଳୀ କୁ ସରଳ ଓ ସୁଖମୟ କରିଥାଏ I ଯେପରି ଘରେ ଶଙ୍ଖ ରଖିବା ଓ ପୂଜା ରେ ଶଙ୍ଖ ଫୁଙ୍କିବା ବିଶେଷ ଲାଭକାରୀ ହେଇଥାଏ I ଏହି ଶଙ୍ଖ ଧ୍ୱନି ର ସିଧା ପ୍ରଭାବ ମନୁଷ୍ୟ ର ଜୀବନ ଶୈଳୀ ଉପରେ ରହିଥାଏ I

1.ଏପରି ମାନ୍ୟତା ରହିଛି କି ଯେଉଁ ଘରେ ଶଙ୍ଖ ରହିଥାଏ ସେହି ଘରେ ମାତା ଲକ୍ଷ୍ମୀ ଙ୍କ ର ବାସ ରହିଥାଏ I ଧାର୍ମିକ ଶାସ୍ତ୍ର ଅନୁସାରେ ଶଙ୍ଖ କୁ ମାତା ଲକ୍ଷ୍ମୀ ଙ୍କ ର ଭାଇ ବୋଲି କୁହାଯାଇଛି I କାରଣ ମାତା ଲକ୍ଷ୍ମୀ ଙ୍କ ପରି ଶଙ୍ଖ ର ମଧ୍ୟ ସମୁଦ୍ର ରୁ ହିଁ ଜନ୍ମ ହେଇଚି I

2.ଶଙ୍ଖ ଏହି କାରଣ ରୁ ମଧ୍ୟ ଶୁଭ କାରଣ ମାତା ଲକ୍ଷ୍ମୀ ଓ ଭଗବାନ ବିଷ୍ଣୁ ଦୁହେଁ ନିଜ ନିଜ ହାତ ରେ ଶଙ୍ଖ ଧାରଣ କରିଥାନ୍ତି I

3.ପ୍ରତୋକ ପୂଜା ପାଠ ରେ ବାତାବରଣ କୁ ପବିତ୍ର କରିବା ପାଁଇ ଶଙ୍ଖ ଫୁଙ୍କାଯାଇଥାଏ I ଏହି ଶଙ୍ଖ ଧ୍ୱନି ରେ ମନୁଷ୍ୟ ମନ ରେ ସକାରାତ୍ମକ ବିଚାର ଆସିଥାଏ I ଏବଂ ଉତ୍ତମ ବିଚାର ର ଫଳ ମଧ୍ୟ ଉତ୍ତମ ହେଇଥାଏ I

4.ଶଙ୍ଖ ରେ ଜଳ ନେଇ ଶିବ ଓ ଲକ୍ଷ୍ମୀ ଙ୍କ ର ଅଭିଷେକ କରାଯାଇଥାଏ ଏବଂ ଏହା ଦ୍ୱାରା ଭଗବାନ ପ୍ରସନ୍ନ ହେଇଥାନ୍ତି I

5.ବ୍ରହ୍ମାବେବର୍ତ୍ତ ପୁରାଣ ରେ ଉଲେଖ ରହିଛି କି ଶଙ୍ଖ ରେ ଜଳ ରଖିବା ଓ ସେହି ଜଳ କୁ ଘରେ ଛିଞ୍ଚିବା ଦ୍ୱାରା ବାତାବରଣ ରେ ସକାରାତ୍ମକ ଉର୍ଜା ର ସଂଚାର ହେଇଥାଏ I

6.ଶଙ୍ଖ ଧ୍ୱନି ଲୋକ ଙ୍କୁ ପୂଜା ଅର୍ଚନା ପ୍ରତି ଆକର୍ଷିତ କରିଥାଏ I ଏବଂ ଏହି ଶଙ୍ଖ ଧ୍ୱନି ଦ୍ୱାରା ଦୁଷ୍ଟ ଓ ନକାରାତ୍ମକ ଶକ୍ତି ସେଠାରୁ ଦୁରେଇ ଯାଇଥାନ୍ତି I

7.ବୈଜ୍ଞାନିକ ଙ୍କ କହିବା ଅନୁସାରେ ଶଙ୍ଖ ଧ୍ୱନି ଦ୍ୱାରା ବାତାବରଣ ରେ ଥିବା କିଛି ଜୀବାଣୁ ମଧ୍ୟ ନଷ୍ଟ ହେଇଯାଇଥାନ୍ତି I

8.ଆୟୁର୍ବେଦ ଅନୁସାରେ ସଙ୍ଖୋଦକ ର ଭସ୍ମ ର ବ୍ୟବହାର ରେ ପେଟ ରୋଗ , ଷ୍ଟୋନ ଓ ଜଣ୍ଡିସ ପରି ଅନେକ ରୋଗ ଭଲ ହେଇଥାଏ I ଏହା ର ବ୍ୟବହାର ସମ୍ବନ୍ଧ ରେ ବେଦ ରେ ମଧ୍ୟ ଉଲେଖ ରହିଛି I

9.ଶଙ୍ଖ ବଜାଇବା ଦ୍ୱାରା ଫୁସଫୁସ ସୁସ୍ଥ ରହିଥାଏ I ଏବଂ ପୁରାଣ ଅନୁସାରେ ଶ୍ୱାସ ସମ୍ବନ୍ଧିତ ସବୁ ରୋଗ ମଧ୍ୟ ଭଲ ହେଇଥାଏ I

10.ଶଙ୍ଖ ରେ ଥିବା ପାଣି ର ସେବନ କରିବା ଦ୍ୱାରା ହାଡ଼ ମଧ୍ୟ ମଜବୁତ ହେଇଥାଏ I ଏବଂ ଏଥିରେ କ୍ୟାଲସିୟମ ଓ ଫସଫରସ ର ପୋଷକତତ୍ୱ ଶରୀର ପାଁଇ ଲାଭକାରୀ ହେଇଥାଏ I

11.ବାସ୍ତୁଶାସ୍ତ୍ର ଅନୁସାରେ ଶଙ୍ଖ ରେ ଏପରି ଅନେକ ଗୁଣ ରହିଛି ଯେଉଁଥିରୁ ସକାରାତ୍ମକ ଉର୍ଜା ର ସଂଚାର ହେଇଥାଏ I ଏବଂ ଶଙ୍ଖ ଧ୍ୱନି ଦ୍ୱାରା ସୋଇ ରହିଥିବା ଭୂମି ମଧ୍ୟ ଜାଗ୍ରତ ହେଇଥାଏ I

Share Your Comments Below