OMG ଗୋଟିଏ ଫଟା ଗଦି ଏହି ଭିକାରୀକୁ କରିଦେଲା ରାତାରାତି କୋଟିପତି, ଏମିତି କିଛି ହେଲା, ଜାଣିଲେ ବିଶ୍ୱାସ କରିପାରିବେ ନାହିଁ

ନମସ୍କାର ବନ୍ଧୁଗଣ ଫଟା ଗଦି ବଦଳାଇ ଦେଲା ଜୀବନ ଭିକାରୀରୁ ରାତାରାତି କୋଟିପତି ବନିଲେ ଏହି ବ୍ୟକ୍ତି ଜାଣନ୍ତୁ କଣ ରହିଛି ଏହି ଘଟଣାର ସଂପୂର୍ଣ୍ଣ ବିବରଣୀ। | ମନୁଷ୍ୟର ସମସ୍ତ ଉତ୍ତମ କାର୍ଯ୍ୟରେ ସଫଳ ହେବା ତାର ଭାଗ୍ୟ ଉପରେ ନିର୍ଭର କରେ କିନ୍ତୁ ତାର ସେହି ଭାଗ୍ୟ କେତେବେଳେ ଛୋଟରୁ ବଡ କରିଦିଏ ତ କେତେବେଳେ ତାହାର ଦୁଃଖର କାରଣ ବନି ଯାଏ। ତେବେ ମନୁଷ୍ୟ ଲକ୍ଷପତି ହେବା ସବୁ ଭାଗ୍ୟ ଉପରେ ନିର୍ଭର କରେ କୌଣସି ବି ମନୁଷ୍ୟକୁ ଭାଗ୍ୟ ସାଥ୍ ଦେଲେ ତାର ଜୀବନରେ ଏମିତି ସମୟ ଆସିଯାଏ ଯାହା ଭାଗ୍ୟ ସାଥ୍ ଦେବା ସହ ସେ ରାତାରାତି ଲକ୍ଷପତି ବନିଯାଏ। ଏପରିକି ଜଣେ ଗରୀବ ଖଟିଖିଆ ଲୋକର ଭାଗ୍ୟ ଓଲଟା ପଡ଼ିଛି।

ଆଜି ଆମେ ଜଣେ ଭିକାରୀର ଭାଗ୍ୟ ସମ୍ପର୍କରେ ଜାଣିବା ଯିଏ ନିଜର ଭିକାରୀ ପଣ ନେଇ ବଞ୍ଚୁଥିଲା କିନ୍ତୁ ହଠାତ୍ ସେ ଫଟା ଗଦି ଯୋଗୁଁ ସେ ବନିଗଲେ ୪୦ ଲକ୍ଷ ଟଙ୍କାର ମାଲିକ। ତେବେ ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ଏହି କଥାଟି ସତ। ତେବେ ଦର୍ଶକ ବନ୍ଧୁ ଏହି ଘଟଣାଟି ଘଟିଥିଲା ଉତ୍ତରାଖଣ୍ଡର ହରିଦ୍ଵାର ଠାରେ ରାନୀପୁର କୋକାବାଲି କ୍ଷେତ୍ରରେ। ଜଣେ ଅଜଣା ଭିକାରୀ ସହ ଏହି ଘଟଣାଟି ଘଟିଛି।

ସବୁବେଳେ ଧନୀ ଲୋକମାନେ ଭିକାରୀ ମାନଙ୍କ ସହ ଉଚିତ୍ ବ୍ୟବହାର ଦେଖାଇ ନଥାନ୍ତି ଠିକ୍ ସେହିପରି ଉତ୍ତରାଖଣ୍ଡରେ ବାପ ଓ ପୁଅ ସବୁବେଳେ ଭିକାରୀଙ୍କୁ କିଛି ଦାନ କରୁଥିଲେ ଦିନେ ସେହି ପୁଅ ନିଜ ପିତାକୁ ନକହି ଗୋଟିଏ ଫଟା ଗଦିକୁ ମନ୍ଦିର ସାମ୍ନାରେ ବସିଥିବା ଭିକାରୀକୁ ଦେଇଥିଲେ। ପୁଅଟି ବାପାଙ୍କ ଅଜଣାତରେ ଗୋଟିଏ ଫଟା ଗଦିକୁ ଭିକରୀକୁ ଦାନ କରିଥିଲେ ସେଥିରେ ୪୦ ଲକ୍ଷ ଟଙ୍କା ଥିବା ସେ ଜାଣିନଥିଲେ|

ଯେତେବେଳେ ସେ ଜାଣିଲେ ତାଙ୍କ ବାପା ସେଥିରେ ୪୦ ଲକ୍ଷ ଟଙ୍କା ରଖିଥିଲେ ସେତେବେଳେ ସେମାନେ ତୁରନ୍ତ ସେହି ମନ୍ଦିର ସାମ୍ନାରେ ବସିଥିବା ଭିକାରୀକୁ ଖୋଜିବାକୁ ଗଲେ କିନ୍ତୁ ସେହି ଭିକାରୀ ଜଣଙ୍କ ସେଠୁ ପଳାଇ ଯାଇଥିଲା କିନ୍ତୁ ଯେଉଁ ଭିକାରୀକୁ ଭିକାରୀକୁ ପୁଅ ଫଟା ଗଦି ଦେଇଥିଲେ ତାଙ୍କୁ ୩ଦିନ ପରେ ଖୋଜି ପାଇଲେ କିନ୍ତୁ ସେତେବେଳେ ମାମଲା ଅନ୍ୟ ଦିଗକୁ ଗତି କରିଥିଲା ସେହି ଭିକାରୀ ଜଣଙ୍କ ଗଦିଟିକୁ ଅନ୍ୟ ଭିକାରୀକୁ ଦେଇଥିଲେ ତାହା ଶୁଣି ତାଙ୍କର ହୋସ ଉଡ଼ିଗଲା।

ଏହି ମାମଲାରେ ସେମାନେ ପୋଲିସ୍ ରେ ଏତଲା ଦେଇଥିଲେ କିନ୍ତୁ ପୋଲିସ୍ ଅଧିକାରୀ ଏହି ମାମଲାରେ କୌଣସି ତଦନ୍ତ କରାଯିବ ନାହିଁ ବୋଲି ସିଧା ମନା କରିଦେଇଥିଲେ କିନ୍ତୁ ଆପଣ ଥରେ ସେହି ଭିକାରୀ ସମ୍ପର୍କରେ ଚିନ୍ତା କରନ୍ତୁ କି ସେହି ଭିକାରୀଟି କିପରି ରାତାରାତି ଭିକାରୀରୁ ଲକ୍ଷପତି ପାଲଟି ଯାଇଥିଲା। ୪୦ ଲକ୍ଷ ଟଙ୍କାର ମାଲିକ ହୋଇଥିଲା ଜଣେ ଭିକାରୀ ଯାହାକୁ ଦିନକୁ ୪୦ ଟଙ୍କା ରୋଜଗାର କରିବା କଷ୍ଟକର ହେଉଥିଲା ତା ହାତରେ ୪୦ ଲକ୍ଷ ଟଙ୍କା ଆସିଥିଲା। ତେବେ ଭାଗ୍ୟ କେତେବେଳେ କାହାର ପରିବର୍ତ୍ତନ ହୁଏ କେତେବେଳେ ଭାଗ୍ୟ କାହାକୁ କେଉଁଠି ନେଇକି ପହଞ୍ଚାଏ ତାହା ସବୁବେଳେ ଭଗଵାନଙ୍କ ଉପରେ ନିର୍ଭର କରିଥାଏ।