ବିଗତ କିଛି ଦିନ ହେବ LIC ଅଧିକ ମାନ୍ଦାବସ୍ଥା ଦେଇ ଗତି କରୁଛି | ଏହାକୁ ନେଇ ଏକ ମ୍ୟାସେଜ ସୋସିଆଲ ମିଡ଼ିଆରେ ଭାଇରଲ ହେଉଛି I ଏହି ଭାଇରଲ ମ୍ୟାସେଜ ର ବାସ୍ତବତା ଯାଞ୍ଚ କରିଛି କିଛି ମିଡ଼ିଆ କମ୍ପାନୀ | ଘଟଣା ଅନୁସାରେ ଏହି ଖବର ଏକ ମିଥ୍ୟ ଓ ଗୁଜବ ଅଟେ |
ସୋସିଆଲ ମିଡ଼ିଆରେ ଭାଇରଲ ହେଉଛି ମ୍ୟାସେଜ
ସୋସିଆଲ ମିଡ଼ିଆ ରେ କିଛି ଏପରି ଖବର ଭାଇରଲ ହେଉଛି କି LIC ଅନେକ ଆର୍ଥିକ କ୍ଷତି ସହିବାକୁ ନେଇ ଆଗାମୀ ସମୟ ରେ ବନ୍ଦ ହେବାକୁ ଯାଉଛି I ଏବଂ ସେୟାର ବଜାର ରେ LIC ନିଜ ର 80 ପ୍ରତିସଦ ସେୟାର ବିକ୍ରୟ କରି ଦେଇଛି I
LICର ସତ୍ୟତା
LIC ର ଏହି ଭାଇରଲ ମ୍ୟାସେଜ ଏକ ଗୁଜବ ମାତ୍ର ବୋଲି ଜଣାଯାଇଛି I LIC ର କର୍ମଚାରୀ ଏହା କୁ ଏକ ମିଥ୍ୟ ଓ ଗୁଜବ ମ୍ୟାସେଜ ବୋଲି ମଧ୍ୟ କହିଛନ୍ତି I ଏବଂ LIC ର ଗ୍ରାହକ ଏହା ଶୁଣି ବିଚଳିତ ହେବା ର କୌଣସି ଆବଶ୍ୟକ ନାହିଁ ବୋଲି କମ୍ପାନୀ ତରଫରୁ କୁହାଯାଇଛି I
LIC ପଲିସୀ ହୋଲଡିଂ ଦେଇଛି ସବୁଠାରୁ ଅଧିକ ବୋନସ
LIC ର ଜଣେ କର୍ମଚାରୀ କହିଛନ୍ତି LIC ନିଜ କର୍ମଚାରୀ ଙ୍କୁ ସବୁଠାରୁ ଅଧିକ 50,000 କୋଟି ର ବୋନସ ଦେଇଛି I ସେହିପରି LIC ର ସେୟାର 31 ଅଗଷ୍ଟ ରେ 72.84 ରୁ ବୃଦ୍ଧି ହେଇ 73.6 ହେଇଯାଇଛି I ଏହା ସହ LIC ର କମ୍ପାନୀ ବନ୍ଦ ହେବା ଖବର ଏକ ମିଥ୍ୟା ଖବର ବୋଲି ମଧ୍ୟ ସ୍ପଷ୍ଟ ହେଇଯାଇଛି I