ଗାଁ ର ଅବସ୍ଥା ସୁଧାରିବା ପାଇଁ ଭଲ ଚାକିରୀ ଛାଡି 23 ବର୍ଷର ଯୁବତୀ ହେଇଗଲେ ସରପଞ୍ଚ, ମୋଦି ଦେଲେ ପୁରସ୍କାର

ଆଜିକା ସମୟ ରେ ଝିଅ ମାନେ ପୁଅ ଙ୍କ ଅପେକ୍ଷ୍ୟା କୌଣସି ଗୁଣ ରେ କମ ନୁହନ୍ତି I ପ୍ରତୋକ କ୍ଷେତ୍ର ରେ ଆଜିକା ସମୟ ରେ ଝିଅ ମାନେ ବେଶ ଆଗ ରେ ରହିଛନ୍ତି I ଆଜି ଆମେ 23 ବର୍ଷୀୟ ଜଣେ ଯୁବତୀ ଙ୍କ ବିଷୟ ରେ କହିବାକୁ ଯାଉଛୁ I ଯିଏ କି ନିଜ ର ଗ୍ରାମ ର ଅବସ୍ଥା ସୁଧାରିବାକୁ ଯାଇ ଇଞ୍ଜିନିଅରିଂ ଚାକିରୀ ଛାଡିଦେଇଥିଲେ I ଏବଂ ଆଜି ସେ ସରପଞ୍ଚ ହେଇ ଗ୍ରାମ ର ବିକାଶ ମୂଳକ କାର୍ଯ୍ୟ କରୁଛନ୍ତି I ଯୁବତୀ ଙ୍କ ର ନାମ ପ୍ରବୀଣ କୋର ଅଟେ I ସେ ହରିୟାଣା ର କେଟହକ ଗ୍ରାମ ରେ ରୁହନ୍ତି I 2017 ରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଏହି ଯୁବତୀ ଙ୍କୁ ସଂନମାନିତ କରିଥିଲେ I

ପ୍ରବୀଣ ଙ୍କ ର ସ୍ବପ୍ନ ଥିଲା କି ସେ ପିଲାଦିନ ରୁ ଇଞ୍ଜିନିଅର ହେବେ I ତେଣୁ ସେ ଇଞ୍ଜିନିଅରିଂ ପାଠ ମଧ୍ୟ ପଢିଥିଲେ I କିନ୍ତୁ ପରେ ସେ ଇଞ୍ଜିନିଅରିଂ ଚାକିରୀ ଚଡି ନିଜ ଗ୍ରାମ ର ଉର୍ନତି କରିବାକୁ ମନ କରିଥିଲେ I ସେ ପିଲା ଦିନ ରୁ ନିଜ ଗ୍ରାମ ର ସବୁ ସମସ୍ୟା ଦେଖି ଆସୁଥିଲେ I ତେଣୁ ସେ ନିଜ ଗ୍ରାମ ପାଁଇ ଅନେକ କିଛି କରିବାକୁ ମନ କରିଥିଲେ I

ଏହି ମହିଳା ସରପଞ୍ଚ ନିଜ ଟିମ ରେ 4 ଜଣ ମହିଳା ଙ୍କୁ ମଧ୍ୟ ରଖିଛନ୍ତି I ଯାହା ଦ୍ୱାରା ସେ ଗ୍ରାମ ର ସବୁ ସମସ୍ୟା ବିଷୟ ରେ ଅବଗତ ହେଇପାରୁଛନ୍ତି I ସେ ପିଲା ଙ୍କ ର ପାଠପଢା ବ୍ୟବସ୍ତା ମଧ୍ୟ କରିଛନ୍ତି ଯାହା ଦ୍ୱାରା ପିଲାମାନେ ଗ୍ରାମ ରେ 12 ଶ୍ରେଣୀ ପର୍ଯ୍ୟନ୍ତ ପାଠ ପଢି ପାରୁଛନ୍ତି I