ହାନି ସିଂ ଆଉ କାହିଁକି ଗାଉ ନାହାଁନ୍ତି ବେଶୀ ଗୀତ; କାରଣ ଜାଣିଲେ ଆପଣ ହୋଇଯିବେ ଆଶ୍ଚର୍ଜ୍ୟ

ଆପଣ ସମସ୍ତେ ଲୋକ ପ୍ରିୟ ଗୀତିକାର ୟୋ ୟୋ ହନି ସିଂ ଙ୍କୁ ତ ଭଲ ଭାବରେ ଜାଣିଥିବେ I ହଁ ଆଂଜ୍ଞା ହନି ସିଂ ଭାରତର ସବୁଠାରୁ ଅଧିକ ଲୋକପ୍ରିୟ ଗୀତିକାର ଭରେ ପରିଚିତ I ଆପଣ ଙ୍କୁ ଜଣେଇ ଦଉଚୁ କି ଏହି ଗୀତିକାର ଙ୍କ ଟ୍ୱିଟର ରେ 4 ମିଲିୟନ ରୁ ଅଧିକ ଫଲୋର ଓ ଫେସବୁକ ରେ 30 ମିଲିୟନ ରୁ ବି ଅଧିକ ଫଲଓର I ସେ କେବଳ ଭାରତରେ ନୁହେ ବିଦେଶରେ ମଧ୍ୟ ଖୁବ ପରିଚିତ I

ହିନ୍ଦୀ ଚଳଚିତ୍ର ଜଗତର ଏହି ସୁନାମଧନ୍ୟ ଗୀତିକାର ଙ୍କୁ ଅନେକ ଦିନ ହେବ ଆଉ ଲୋକେ ତାଙ୍କ ଗୀତ ଶୁଣିବାକୁ ପାଉ ନାହାନ୍ତି I ଏହି କିଛି ଦିନ ମଧ୍ୟରେ ତାଙ୍କର ଖୁବ କମ ଗୀତ ଲୋକଙ୍କ କାନରେ ପଡୁଛି I

ସୂଚନା ମୁତାବକ ବିଗତ କିଛି ଦିନରୁ ସେ Bipolar disorder ରୋଗରେ ପୀଡିତ I ଏବଂ ଡାକ୍ତର ଙ୍କ କହିବା ମୁତାବକ ଏପରି ରୋଗରେ ପୀଡିତ ବ୍ୟକ୍ତି ଙ୍କୁ ସମସ୍ତ କାର୍ଯ୍ୟରୁ ଦୁରେଇ ରହିବା ଭଲ I ଶୁଣିବାକୁ ମିଳୁଛି କି ହନି 2-5 ଲୋକଙ୍କ ସହ କଥା ହେବାକୁ ବି ତାଙ୍କୁ କଷ୍ଟ ହେଉଛି I

ଦିନ ଥିଲା ଯିଏ କୋଟି କୋଟି ଲୋକଙ୍କ ମଧ୍ୟ ରେ ଆସି ଗୀତ ଗାଉଥିଲେ ସେ ଆଜି 5 ଜଣ ଲୋକଙ୍କ ସହ କଥା ହେବାକୁ ବି ବହୁତ ଭାବୁଛନ୍ତି I ଡାକ୍ତର ଙ୍କ କହିବା ଅନୁସାରେ ସେ ବହୁତ ଶୀଘ୍ର ଠିକ ହେଇଯିବେ ଓ ଲୋକଙ୍କ ସାମ୍ନାରେ ପୂର୍ବ ପରି ଗୀତ ଗାଇପାରିବେ I

ସୂଚନା ମୁତାବକ ସେ ତାଙ୍କର ଏହି ଅସୁସ୍ଥ ସମୟରେ ବହୁତ ଗୀତ ଲେଖିଛନ୍ତି ଓ ଭଲ ହେବ ପରେ ଏହି ଗୀତ ନେଇ ସେ ତାଙ୍କ ପ୍ରିୟ ଜନଙ୍କ ପାଖକୁ ଆସୁଛନ୍ତି I

Share Your Comments Below