ଭାରତୀୟ କ୍ରିକେଟ ଟିମ ର ଆକ୍ରମକ କ୍ରିକେଟର ହାର୍ଦିକ ପାଣ୍ଡିଆ ଙ୍କୁ କିଏ ବା ନ ଜାଣିଚି I ନୂତନ ବର୍ଷ ରେ ହାର୍ଦିକ ପାଣ୍ଡିଆ ନିଜ ର ଗାର୍ଲଫ୍ରେଣ୍ଡ ନତାସା ଙ୍କୁ ଏନଗେଜମେଣ୍ଟ କରିବା କୁ ନେଇ ବେଶ ଚର୍ଚା ରେ ରହିଛନ୍ତି I ବର୍ତମାନ ଏହି ଏନଗେଜମେଣ୍ଟ ସମାରୋହ ସୋସିଆଲ ମିଡ଼ିଆ ରେ ବେଶ ଚର୍ଚା ରେ ରହିଛି I ତେବେ ହାର୍ଦିକ ପାଣ୍ଡିଆ ଙ୍କ ର ପିତା ଦୀର୍ଘ ଦିନ ପରେ ନିଜ ର ବୟାନ ରଖିଛନ୍ତି I
ବର୍ତମାନ ସୋସିଆଲ ମିଡ଼ିଆ ରେ ହାର୍ଦିକ ପାଣ୍ଡିଆ ଓ ନତାସା ଙ୍କ ର ଏନଗେଜମେଣ୍ଟ ର ଭିଡିଓ ଓ ଫୋଟୋ ବେଶ ଭାଇରଲ ହେଇଚି I ନୂତନ ବର୍ଷ ରେ ଏହିପରି ଭାବ ରେ ହାର୍ଦିକ ନିଜ ପ୍ରଶଂସକ ଙ୍କୁ ଏକ ଖୁସି ଖବର ଦେଇଛନ୍ତି I ଅନ୍ୟପଟେ ହାର୍ଦିକ ଙ୍କ ର ପିତା ଦୀଘ୍ର ଦିନ ପରେ ନିଜ ର ବୟାନ ରଖିଛନ୍ତି I
ହାର୍ଦିକ ଙ୍କ ର ପିତା ହିମାଂଶୁ କହିଛନ୍ତି ନତାସା ଜଣେ ବହୁତ ଭଲ ଝିଅ ଅଟନ୍ତି I ଏବଂ ହାର୍ଦିକ ଓ ନତାସା ଙ୍କ ର ସାକ୍ଷ୍ୟାତ ଅନେକ ଥର ମଧ୍ୟ ହେଇଚି I ଦୁହେଁ ଛୁଟି ପାଳନ କରିବାକୁ ଦୁବାଇ ଯାଉଛନ୍ତି ବୋଲି ଆମକୁ ଜଣା ଥିଲା କିନ୍ତୁ ସେଠି ଯାଇ ସେ ଏନଗେଜମେଣ୍ଟ କରିଦେବେ ବୋଲି ମୋତେ ପୂର୍ବରୁ କିଛି ଜଣା ନ ଥିଲା| ହିମାଂଶୁ ପାଣ୍ଡିଆ କହିଲେ କି ଦୁଇ ଜଣଙ୍କ ନିର୍ବନ୍ଧ ଖବର ଆମକୁ ଆଶ୍ଚର୍ଯ୍ୟ କରିଦେଇଛି | ଆମକୁ ଏକଥା ଆଗରୁ ଜଣା ନଥିଲା ନିର୍ବନ୍ଧ ପରେ ଜଣା ପଡିଲା | ତେବେ ପୁଅ ର ଏପରି କାର୍ଯ୍ୟ ରେ ପିତା ବହୁତ ଖୁସି ଅଛନ୍ତି ବୋଲି ଜଣା ପଡିଛି I
ଏହି ନୂତନ ବର୍ଷ ର ଖୁସି ଦୁହେଁ ଦୁବାଇ ରେ ହିଁ ପାଳନ କରିଛନ୍ତି I ଏବଂ ସେହିଠାରେ ହିଁ ଦୁହେଁ ଏନଗେଜମେଣ୍ଟ ସମାରୋହ ର ଆୟୋଜନ କରିଥିଲେ I ଏହିପରି ଦୁହେଁ ନିଜ ର ଏନଗେଜମେଣ୍ଟ କୁ ନୂତନ ବର୍ଷ ରେ କରି ଚିର ସ୍ମରଣୀୟ କରିପାରିଛନ୍ତି I ହାର୍ଦିକ ଙ୍କ ର ପୂର୍ବତନ ଗାର୍ଲଫ୍ରେଣ୍ଡ ଉର୍ବରସି ମଧ୍ୟ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି I
ନତାସା ଜଣେ ସର୍ବଆଇ ମଡେଲ ଅଟନ୍ତି I ଅନ୍ୟପଟେ ହାର୍ଦିକ ପାଣ୍ଡିଆ ଭାରତୀୟ ଟିମ ର ଜଣେ ଅଲ୍ରାଉଣ୍ଡର କ୍ରିକେଟର ଅଟନ୍ତି I ବିଗତ ଦିନ ରେ ଆଘାତ ପାଇବା କୁ ନେଇ ସେ କ୍ରିକେଟ ରୁ ଦୁରେଇ ରହିଛନ୍ତି I ପୂର୍ବ ରୁ ହାର୍ଦିକ ବିଶ୍ୱକପ , ଟି 20 ଆଦି ରେ ନିଜ ର ଖେଳ ର ପାରଦର୍ଶିତା ଦେଖାଇ ସାରିଛନ୍ତି I