ଆଉ ଏକ ରେକର୍ଡ ପାଣ୍ଡିଆ… ୫ ମାସ ପୁର୍ବରୁ କରିଥିଲେ ନିର୍ବନ୍ଧ, ଏବେ ବାପା ହେବାକୁ ଯାଉଛନ୍ତି ହାର୍ଦିକ ପାଣ୍ଡିଆ

ହାର୍ଦିକ ପାଣ୍ଡିଆ ଭାରତୀୟ କ୍ରିକେଟ ଟିମ ର ଜଣେ ଅଲ୍ରାଉଣ୍ଡର ଖେଳାଳି ଅଟନ୍ତି I ଏବଂ ଅନେକ ସମୟ ରେ ସେ ଏପରି କିଛି ହରକତ କୁ ନେଇ ସୋସିଆଲ ମିଡ଼ିଆ ରେ ଚର୍ଚା ର କାରଣ ମଧ୍ୟ ହେଇଥାନ୍ତି I ସୂଚନା ଅନୁସାରେ କିଛି ମାସ ପୂର୍ବ ରୁ ହିଁ ହାର୍ଦିକ ପାଣ୍ଡିଆ ଙ୍କ ର ନିର୍ବନ୍ଧ ହେଇଥିଲା I ହାର୍ଦିକ ଙ୍କ ର କିଛି ଦିନ ତଳେ ନତାସା ଙ୍କ ସହ ନିର୍ବନ୍ଧ ହେଇଥିଲା I ଏବଂ ଏହି ନିର୍ବନ୍ଧ ବିଷୟ ସେ ଅଚାନକ ହିଁ ଖବର ଦେଇଥିଲେ I

ତେବେ ଲୋକେ ଏହି କଥା କୁ କିଛି ଦିନ ପରେ ଭୁଲିଯାଇଥିଲେ ମଧ୍ୟ I ତେବେ ପୁଣି ଏକ କଥା କୁ ନେଇ ହାର୍ଦିକ ଲୋକ ଙ୍କୁ ଏକ ବଡ଼ ଝଟକା ଦେଇଛନ୍ତି I ହାର୍ଦିକ ନିଜ ର ଇନ୍ଷ୍ଟଗ୍ରାମ ଆକାଉଣ୍ଟ ରେ ଏହା କହିଛନ୍ତି କି ସେ ପିତା ହେବାକୁ ଯାଉଛନ୍ତି I

ବର୍ତମାନ ସୁଦ୍ଧା ଦୁହିଁଙ୍କ ର ବିବାହ ହେଇନାହିଁ କେବଳ ନିର୍ବନ୍ଧ ହେଇଚି I ଏବଂ ବିବାହ ର ତାରିଖ ମଧ୍ୟ ଫିକ୍ସ ହେଇନାହିଁ I ତେବେ ହାର୍ଦିକ ନିଜ ର ମତାମତ ରେ ନତାସା ଙ୍କ ସହ ଏକ ଫୋଟୋ ସେୟାର କରିଛନ୍ତି ଯେଉଁଥିରେ ନତାସା ଗର୍ଭବତୀ ଥିବା ପରି ଅନୁମାନ କରି ହେଉଛି I

ହାର୍ଦିକ ଙ୍କ ର ପ୍ରଶଂସକ ମାନେ ତାଙ୍କୁ ଅଭିନନ୍ଦନ ଓ ସୁଭେତ୍ସା ଦେଇଛନ୍ତି
I ତେବେ କାହାରି ସାହସ ମଧ୍ୟ ନାହିଁ କି ହାର୍ଦିକ ଙ୍କ ବିଷୟ ରେ ଖରାପ ଆଲୋଚନା କରିବେ I ତେବେ ଲୋକେ ମଧ୍ୟ ତାଙ୍କ ର ଏହି କଥା କୁ ସକାରାତ୍ମକ ଶୈଳୀ ରେ ଗ୍ରହଣ କରିଛନ୍ତି I ତେବେ ସାରା ଦେଶ ରେ ବର୍ତମାନ ଲକଡାଉନ ଚାଲିଥିବା ରୁ ଦୁହେଁ ପରସ୍ପର କୁ ଅଧିକ ସମୟ ଦେଉଛନ୍ତି I