ଟିମ ଇଣ୍ଡିଆ ର ପୂର୍ବ ଅଲ୍ରାଉଣ୍ଡର ଇରଫାନ ପଠାନ କ୍ରିକେଟ ର ସବୁ ଫର୍ମଟ ରୁ ସନ୍ୟାସ ଘୋଷଣା କରିଛନ୍ତି I ଇରଫାନ ପଠାନ ଏକ ସମୟ ରେ ଟିମ ଇଣ୍ଡିଆ ର ପ୍ରମୁଖ ଖେଳାଳି ଥିଲେ I ସେ ଭାରତୀୟ ଟିମ ପାଁଇ 29 ଟେଷ୍ଟ , 120 ୱାନଡେ ଓ 24 ଟି 20 ମ୍ୟାଚ ଖେଳିଥିଲେ I ଇରଫାନ ପଠାନଙ୍କ ର ବୟସ ବର୍ତମାନ 35 ବର୍ଷ ବୟସ ଅଟେ I ସେ ବିଗତ ଦିନ ରେ କ୍ରିକେଟ ର ସବୁ ଫର୍ମଟ ରୁ ସନ୍ୟାସ ନେଇଛନ୍ତି I ବିଗତ 2 ବର୍ଷ ହେବ ସେ କାମେନ୍ତ୍ରି କରୁଛନ୍ତି I
2018 ରେ ସେ ନିଜ ର ଘରୋଇ ଟିମ ବଡୋଦା ଟିମ ର ପ୍ରତିନିଧିତ୍ୱ କରିଥିଲେ I ଇରଫାନ ପଠାନ ଶେଷ ଥର ଟିମ ଇଣ୍ଡିଆ ରେ 2012 ରେ ଖେଳିଥିଲେ I ସେ ଏହି ମସିହା ରେ କଲମ୍ବିଆ ରେ ଟି 20 ବିଶ୍ୱକପ ରେ ସାଉଥ ଆଫ୍ରିକା ବିପକ୍ଷ ରେ ଖେଳିଥିଲେ I ଏବଂ IPL ର ନିଲାମୀ ରେ ମଧ୍ୟ ଇରଫାନ ପଠାନ ଯୋଗ ଦେଇଥିଲେ I
ଇରଫାନ ପଠାନ ବାମ ହାତ ର ସ୍ୱଇଙ୍ଗ ଖେଳାଳି ଅଟନ୍ତି I ଅନ୍ତରାଷ୍ଟ୍ରୀୟ କ୍ରିକେଟ ରେ ମଧ୍ୟ ଇରଫାନ ପଠାନ ଅନେକ ସୁନାମ ଅର୍ଜନ କରିଛନ୍ତି I ସେ 2003 ରେ ଅଷ୍ଟ୍ରେଲିଆ ବିପକ୍ଷ ରେ ଏଡିଲେଡ଼ ରେ ଡେବ୍ୟୁ କରିଥିଲେ I ସେ ଜଣେ ଅଲ୍ରାଉଣ୍ଡର ଖେଳାଳି ରୂପେ ପରିଚିତ ଅଟନ୍ତି I କ୍ରିକେଟର କପିଳ ଦେବ ଙ୍କ ଯିବା ପରେ ତାଙ୍କ ସ୍ଥାନ ପୂରଣ କରିଥିଲେ ଇରଫାନ ପଠାନ I
ଇରଫାନ ପଠାନ ନିଜ ସନ୍ୟାସ ନେବା ବିଷୟ ରେ ଘୋଷଣା କୁ ନେଇ ଚର୍ଚା ବେଶ ଜୋର ଧରିଛି I କ୍ରିକେଟ ରୁ ସନ୍ୟାସ ନେବା କୁ କରିଥିବା ଘୋଷଣା ସମୟ ରେ ଇରଫାନ ପଠାନ ବେଶ ଭାବୁକ ହେଇଯାଇଥିଲେ I ସେ ଏହା ମଧ୍ୟ କହିଥିଲେ ସଚିନ ତେନ୍ଦୁଲକର ଓ ସୌରଭ ଗାଙ୍ଗୁଲି ଙ୍କ ପରି ଖେଳାଳି ଙ୍କ ସହ ସେ ଖେଳିବା କୁ ସୁଯୋଗ ପାଇଥିଲେ ଏହା କୁ ନେଇ ବେଶ ଖୁସି ଅଛନ୍ତି I
ଇରଫାନ ପଠାନ 2007 ର ବିଶ୍ୱକପ ବିଜେତା ଟିମ ରେ ମଧ୍ୟ ଯୋଗ ଦେଇଥିଲେ I ଏବଂ ବିଶ୍ୱକପ ର ଫାଇନାଲ ମ୍ୟାଚ ରେ ସେ ମ୍ୟାନ ଅଫ ଦି ମ୍ୟାଚ ବିଜେତା ମଧ୍ୟ ହେଇଥିଲେ I ସେ 29 ଟେଷ୍ଟ ମ୍ୟାଚ ରେ 1105 ରନ କରିଥିଲେ ଓ 110 ଵିକେଟ ନେଇଥିଲେ I 120 ୱାନଡେ ରେ 1544 ରନ କରିଥିଲେ ଓ 173 ଵିକେଟ ନେଇଥିଲେ I ଏହା ପରେ 24 ଟି – 20 ମ୍ୟାଚ ରେ 172 ରନ କରି 28 ଵିକେଟ ନେଇଥିଲେ I