ମାତା ଲକ୍ଷ୍ମୀଙ୍କର ଏକ ଏପରି ମନ୍ଦିର ଯେଉଁଠାରେ ପ୍ରସାଦ ରୂପରେ ମିଳିଥାଏ ସୁନା ଓ ଚାନ୍ଦି

ଆମ ଭାରତ ଦେଶ ଏକ ଧାର୍ମିକ ଦେଶ ଅଟେ ଏଠାରେ ଅନେକ ଧର୍ମ ର ଲୋକେ ବସବାସ କରିଥାନ୍ତି କିନ୍ତୁ ଭାଇ ଭାଇ ପରି ସବୁ ଲୋକେ ଏକାଠି ହିଁ ଚଳୁଛନ୍ତି I ନିଜ ଧର୍ମ ଅନୁସାରେ ନିଜ ଦେବୀ ଦେବତା ଙ୍କୁ ପୂଜା ମଧ୍ୟ କରିଥାନ୍ତି ଏବଂ ଅନେକ ଜାଗା ରେ ତ ଭକ୍ତ ମାନେ ଦେବୀ ଦେବତା ଙ୍କୁ ସୁନା , ଚାନ୍ଦି ଭେଟି ଦେଇଥାନ୍ତି ଓ ନିଜ ମନୋକାମନା ପୁରଣ କରିବାକୁ ଜଣାଇଥାନ୍ତି ଏବଂ ଯେତେବେଳେ ମନ୍ଦିର ରୁ ଆମେ ଫେରିଥାଉ ତ ପ୍ରସାଦି ରୂପ ରେ ମିଶ୍ରି କିମ୍ବା ଲଡୁ କିମ୍ବା ନଡ଼ିଆ ଆଣିଥାଉ କିନ୍ତୁ ଭାରତ ରେ ଏପରି ଏକ ମନ୍ଦିର ରହିଛି ଯେଉଁଠାରେ ଭକ୍ତ ମାନେ ପ୍ରସାଦି ରୂପ ରେ ସୁନା , ଚାନ୍ଦି ଆଣିଥାନ୍ତି I ଆପଣ ବି ବର୍ତମାନ ଚିନ୍ତା କରିବା ରେ ଲାଗିଥିବେ ଏପରି କେଉଁ ମନ୍ଦିର I

ମଧ୍ୟପ୍ରଦେଶ ର ରତଳାମ ରେ ମହାଲକ୍ଷ୍ମୀ ଙ୍କର ଏହି ମନ୍ଦିରରେ ପ୍ରସାଦ ରୂପେ ଭକ୍ତ ମାନେ ସୁନା , ଚାନ୍ଦି ଅପିଥାନ୍ତି I ଏହି ମନ୍ଦିର ମଧ୍ୟ ରେ ପୁରା ବର୍ଷ ଭକ୍ତ ଙ୍କ ର ଭିଡ଼ ଦେଖିବାକୁ ମିଳିଥାଏ ଏବଂ ଭକ୍ତ ଙ୍କୁ ସୁନା , ଚାନ୍ଦି ପ୍ରଦାନ କରିବାକୁ ବର୍ଷ ର କିଛି ବିଶେଷ ଦିନ ରେ ଏଠାରେ ଭିଡ଼ ଦେଖିବାକୁ ମିଳିଥାଏ I ଖାସ କରିକି ଦୀପାବଳି ରେ ଧନତେରସ ଦିନ ମାତା ଙ୍କ ର ଏହି ମନ୍ଦିର ରେ ସୁନା , ଚାନ୍ଦି ଭକ୍ତ ଙ୍କୁ ଅର୍ପଣ କରାଯାଇଥାଏ I ଏଠାରୁ କେହି ଖାଲି ହାତ ରେ ଯାଇ ନ ଥାନ୍ତି I

ମହାଲକ୍ଷ୍ମୀ ଙ୍କ ର ଏହି ପରମ୍ପରା ଖୁବ ପୁରାତନ ଅଟେ I ଏଠାକୁ ଅନେକ ଦୂର ରୁ ମାତା ଙ୍କ ର ଦର୍ଶନ ପାଁଇ ଆସିଥାନ୍ତି ଏବଂ ପ୍ରସାଦ ରୂପେ ସୁନା , ଚାନ୍ଦି ସାଙ୍ଗ ରେ ନେଇ ଯାଇଥାନ୍ତି I ଏବଂ ଏହି କାରଣ ରୁ ଏହି ମନ୍ଦିର ରେ ପ୍ରତୋକ ବର୍ଷ ଦୀପାବଳି ରେ ଭକ୍ତ ଙ୍କ ର ଭିଡ଼ ଦେଖିବାକୁ ମିଳିଥାଏ I ଲୋକେ ଏହି ସୁନା , ଚାନ୍ଦି କୁ ଶୁଭ ବୋଲି ମଧ୍ୟ କହିଥାନ୍ତି I ଏବଂ ଘରେ ସାଇତି ରଖିଥାନ୍ତି I
ଅନେକ ବର୍ଷ ର ଏହି ମନ୍ଦିର ର ସବୁ ଆୟବ୍ୟୟ ର ହିସାବ ରଖାଯାଇଥାଏ I