ଇଣ୍ଡିଆ-ୱେଷ୍ଟଇଣ୍ଡିଜ ଟି-୨୦ ସିରିଜର ଘୋଷଣା, ୧୬ ମାସ ପରେ ଦଳକୁ ଫେରି ପାରନ୍ତି ଏହି ପୁରୁଣା ଖେଳାଳି, ସମ୍ଭବ: ଏହି ୪ଜଣ ଦଳରୁ ହେବେ ବାହାର

ଟି 20 ଯେଉଁଥିରେ ଦୁଇଟି ଟିମ ମଧ୍ୟ ରେ 20 ଓଭର ର ମ୍ୟାଚ ହେଇଥାଏ I ଏବଂ ଏହା ର ଆରମ୍ଭ ୟୁନାଇଟେଡ଼ କିଙ୍ଗଡମ ରୁ 2003 ରେ ଆରମ୍ଭ ହେଇଥିଲା I ବିଗତ ଦିନ ରେ ଏହି ଟି 20 ମ୍ୟାଚ କୁ ବିଶେଷ ପ୍ରାଧାନ୍ୟ ଦିଆ ଯାଇଛି I ପୂର୍ବ ରୁ ଏକ ଦିବସୀୟ ମ୍ୟାଚର ନିଷ୍ପତି ପୁରା ଦିନ ଲାଗିଯାଉଥିଲା କିନ୍ତୁ ବର୍ତମାନ ଏହା ର ନିଷ୍ପତି କିଛି ଘଣ୍ଟା ରେ ହିଁ ହେଇ ଯାଉଛି I

ବର୍ତମାନ ସମୟ ରେ ବିସିସିଆଇ ଟି 20 ମ୍ୟାଚ ଓ ୱାନଡେ ମ୍ୟାଚ ର ଘୋଷଣା ହେଇଯାଇଛି I ଆଗାମୀ ଦିନ ରେ ତିନି ଟି 20 ଓ ତିନି ୱାନଡେ ସିରିଜ ର ଆୟୋଜନ ହେବ I

ପ୍ରଥମ ଟି 20 ମ୍ୟାଚ 6 ଡିସେମ୍ବର କୁ ମୁମ୍ବାଇ ରେ ଦ୍ୱିତୀୟ 8 ଡିସେମ୍ବର କୁ ଟିରୁଅନନ୍ତପୁରମ ଓ ତୃତୀୟ ମ୍ୟାଚ 11 ଡିସେମ୍ବର କୁ ହାଇଦ୍ରାବାଦ ରେ ଆୟୋଜନ ହେବ I 15 ଡିସେମ୍ବର ରେ ୱାନଡେ ସିରିଜ ର ଘୋଷଣା କରାଯିବ I 15 ଡିସେମ୍ବର କୁ ଚେନାଇ ରେ ଦ୍ୱିତୀୟ ୱାନଡେ 18 ଡିସେମ୍ବର ରେ ଵିଷାଖପଟନାମ ରେ ଶେଷ ମ୍ୟାଚ 22 ଡିସେମ୍ବର ରେ କଟକ ରେ ଆୟୋଜିତ ହେବ I

16 ମାସ ପରେ କିଛି ବରିଷ୍ଠ କ୍ରିକେଟର ରାଇନା 16 ମାସ ପରେ ଟିମ କୁ ଫେରିପାରନ୍ତି I ୱେଷ୍ଟଇଣ୍ଡିଜ ବିପକ୍ଷ ରେ ହେବାକୁ ଥିବା ତିନି ଟି 20 ମ୍ୟାଚ ସିରିଜ ରେ ସେ ଯୋଗ ଦେଇପାରନ୍ତି I ସୁରେଶ ରାଇନା ତାଙ୍କ ର ଶେଷ ଟି 20 ଅନ୍ତରାଷ୍ଟ୍ରୀୟ ମ୍ୟାଚ 8 ଜୁଲାଇ 2018 ରେ ଇଂଲଣ୍ଡ ବିରୁଦ୍ଧ ରେ ଖେଳିଥିଲେ I ବର୍ତମାନ ପର୍ଯ୍ୟନ୍ତ ସୁରେଶ ରାଇନା ଭାରତ ପାଁଇ 18 ଟେଷ୍ଟ 226 ୱାନଡେ ଓ 78 ଟି-20 ମ୍ୟାଚ ଖେଳିସାରିଛନ୍ତି I ସୁରେଶ ରାଇନା ଛଡା ବିରାଟ କୋହଲି , ମୋହମ୍ମଦ ସାମୀ , କୁଲଦୀପ ଯାଦବ ଙ୍କୁ ମଧ୍ୟ ମୈଦାନ ରେ ଦେଖିବାକୁ ମିଳିପାରେ I

ଏହି 4 ଜଣ ଖେଳାଳି ଟି 20 ମ୍ୟାଚ ରୁ ଛଟେଇ ହେଇପାରନ୍ତି
ଭାରତୀୟ ଟିମ ର ବ୍ୟାଟ୍ସମ୍ୟାନ ଶିଖର ଧାୱନ , ଦ୍ରୁତ ବୋଲର ଧାୱନ , ସ୍ପିନ ବୋଲର ଚହାର ଓ ଵିକେଟକିପର ଋଷବ ପଂତ ଟି 20 ରୁ ଛଟେଇ ହେଇପାରନ୍ତି I

ଟି 20 ସିରିଜ ପାଁଇ ଭାରତ ର ସମ୍ଭାବିତ ଟିମ
ରୋହିତ ଶର୍ମା , କେଏଲ ରାହୁଲ, ଶ୍ରେୟସ ଆୟାର , ବିରାଟ କୋହଲି , ମନୀଷ ପାଣ୍ଡେ , ସୁରେଶ ରାଇନା , ସଂଜୁ ସେମସ୍ନ , ଶିବମ ଦୁବେ , ୱାସିଂଟନ ସୁନ୍ଦର , ଭୁବନେଶ୍ୱର କୁମାର , କୁଲଦୀପ ଯାଦବ , ଦୀପକ ଚହାର , ୟୁଜବେନ୍ଦ୍ର ଚହଳ , ମୋହମ୍ମଦ ସାମୀ , ଯଶପ୍ରୀତ ବୁମରାହା I