ଭାରତୀୟ କ୍ରିକେଟ ଜଗତ ପୁଣି ଥରେ ମ୍ୟାଚ ଫିକସିଂ ମାମଲା ରେ ସାମ୍ନାକୁ ଆସିଛି I ଭାରତୀୟ ପ୍ରିମିଅର ଲିଗ ପରି କର୍ଣ୍ଣାଟକ ପ୍ରିମିଅର ଲିଗ ର ମଧ୍ୟ ଆୟୋଜନ ହେଇଥାଏ I ଯେଉଁଠାରେ ଜଣେ କ୍ରିକେଟର ଗିରଫ ହେଇଛନ୍ତି I ଏହା ପୂର୍ବ ରୁ ଏହି କର୍ଣ୍ଣାଟକ ପ୍ରିମିଅର ଲିଗ ରେ ଜଣେ କୋଚ ଙ୍କୁ ମଧ୍ୟ ଗିରଫ କରାଯାଇଥିଲା I
ସୂଚନା ଅନୁସାରେ ଭାରତୀୟ କ୍ରିକେଟ ଟିମ ର ନିଶାନ୍ତ ସିଂ ଶେଖାୱତ୍ ଙ୍କୁ ମ୍ୟାଚ ଫିକସିଂ ଆରୋପ ରେ ଗିରଫ କରାଯାଇଛି I ବ୍ୟଙ୍ଗଲୋର ପୋଲିସ ହାତ ରେ ସେ ଗିରଫ ହେଇଛନ୍ତି I
ସୂଚନା ମୁତାବିକ ସଂୟୁକ୍ତ ପୋଲିସ ଅଧିକାରୀ ଏସ ପାଟିଲ କହିଛନ୍ତି ନିଶାନ୍ତ ସିଂ ମ୍ୟାଚ ଫିକସିଂ ପରି ଅପରାଧ ରେ ଜଡିତ ଥିଲେ ଏବଂ ଖେଳାଳି ଙ୍କୁ ନିଜ ଇସାରା ରେ ଖେଳାଉଥିବା କୋଚ ବିନୁ ପ୍ରସାଦ ଙ୍କ ସହ ମଧ୍ୟ ସମ୍ପର୍କ ରେ ଥିଲେ I ବିନୁ ପ୍ରସାଦ ପୂର୍ବ ରୁ ମ୍ୟାଚ ଫିକସିଂ ମାମଲା ରେ ମଧ୍ୟ ଗିରଫ ହେଇଛନ୍ତି I
ବ୍ୟଙ୍ଗଲୋର ବ୍ଲାଷ୍ଟର୍ସ ଟିମ ର ବୋଲର କୋଚ ବିନୁ ପ୍ରସାଦ ଓ ବିଶ୍ୱନାଥନ ବିଗତ ଶୁକ୍ରବାର ରେ ଏକ ମ୍ୟାଚ ଫିକସିଂ ମାମଲା ରେ ଗିରଫ ହେଇଥିଲେ I କର୍ଣ୍ଣାଟକ ରାଜ୍ୟ କ୍ରିକେଟ ସଙ୍ଘ ଦ୍ୱାରା ପରିଚାଳିତ କ୍ରିକେଟ ପ୍ରିମିଅର 16 ରୁ 31 ଅଗଷ୍ଟ ମଧ୍ୟ ରେ ଆୟୋଜିତ ହେଇଥିଲା I
ଏହି ମ୍ୟାଚ କୁ ନିଜ ଇସାରା ରେ ସେ ପରିଚାଳିତ କରିବା କୁ ଚେଷ୍ଟା କରିଥିଲେ ଓ ଏହି ମ୍ୟାଚ ର ଟିମ ବେଲଗଵି ର ମାଲିକ ଅଷଫାସ ଅଲି ମଧ୍ୟ ମ୍ୟାଚ ଫିକସିଂ ଆରୋପ ରେ ଗିରଫ ହେଇଥିଲେ I
ମ୍ୟାଚ ଫିକସିଂ ମାମଲାରେ ଗିରଫ ହେଲେ ଏହି ଭାରତୀୟ କ୍ରିକେଟର ; ଜୁଆରୀ ମାନଙ୍କ ସହ ସମ୍ପର୍କ ଥିବାର ହେଇଚି ଅଭିଯୋଗ !
