ଇଞ୍ଜିନିୟରିଂ କ୍ୟାରିୟର ଛାଡି କଲେ ଜୋତା ପୋଲିସ, ଏବେ କୋଟିପତି

ଆପଣ ଯଦି ଜୋତା ପୋଲିସ କରିବାକୁ ଛୋଟ ବା ନିମ୍ନସ୍ତର କାର୍ୟ୍ୟ ଭାବୁଛନ୍ତି, ତେବେ ଆପଣ ନିଜର ଚିନ୍ତାଧାରା ବଦଳାଇ ଦିଅନ୍ତୁ । କାହିଁକି ନା କୌଣସି କାମ ଛୋଟ ହୋଇ ନଥାଏ। ଉପାୟ ଯଦି ଭଲ ଥାଏ ତେବେ ଯେ କୌଣସି କାର୍ୟ୍ୟ କରି ସଫଳତା ହାସଲ କରିବା କିଛି ଅସମ୍ଭବ ନୁହେଁ ।

ଏହି କାହାଣୀ ହେଉଛି ମୁମ୍ବାଇର ‘ସନ୍ଦୀପ ଗଜକସ୍‌ ’ଙ୍କ । ଯିଏ ନିଜେ ଇଞ୍ଜିନିୟରିଂରେ କ୍ୟାରିୟର ଛାଡି ସେହି କାମ କରିବାପାଇଁ ନିର୍ଣ୍ଣୟ କଲେ, ଯାହାକୁ ଲୋକେ ବିବଶରେ ମଧ୍ୟ କରିବାକୁ ପାଇଁ ଚାହିଁବେନି । ତାହା ହେଉଛି- ଜୋତା ପୋଲିସ ଓ ମରାମତି ।

ପ୍ରଥମରୁ ସନ୍ଦୀପଙ୍କୁ ମଇଳା ବିଲକୁଲ ପସନ୍ଦ ନୁହେଁ । ଘର, ଅଫିସ ହେଉ ବା ନିଜର ଜୋତା , ସେ କିଛି ବି ମଇଳାକୁ ସହ୍ୟ କରିପାରନ୍ତି ନାହିଁ । ଆପଣ ଜାଣି ଆଶ୍ଚର୍ୟ୍ୟ ହେବେ କି ତାଙ୍କର ଏହି ସଫା କରିବା ପ୍ରକୃତି ଯୋଗୁଁ ସେ ଆଜି କୋଟିପତି ହୋଇ ପାରିଛନ୍ତି । ସେ ଜୋତାର ଲୋଣ୍ଡ୍ରିଙ୍ଗ୍‌ ଆରମ୍ଭ କରି ଏହା ପ୍ରମାଣ କରିଛନ୍ତି ଯେ କିଛି ବି କାମ ଛୋଟ ବା ବଡ ହୋଇନଥାଏ ।

ଇଞ୍ଜିନିୟର ଅଟନ୍ତି ସନ୍ଦୀପ
ସନ୍ଦୀପ ଗଜକସ ନ୍ୟାସନାଲ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍ ଫାୟାରିଙ୍ଗ ଇଞ୍ଜିନିୟରିଙ୍ଗ କଲେଜ ରୁ ଇଞ୍ଜିନିୟରିଙ୍ଗ୍ ପାଠ୍ୟକ୍ରମ ଶେଷ କରିଛନ୍ତି। ସେ ଚାକିରି ପାଇଁ ଗଲ୍ଫ ଯିବା ପାଇଁ ପ୍ରସ୍ତୁତ ହେଉଥିଲେ, କିନ୍ତୁ ସେତେବେଳେ ୨୦୦୧ମସିହା ସେପ୍ଟେମ୍ବର ୧୧ତାରିଖରେ ଆମେରିକା ଉପରେ ଆକ୍ରମଣ ହୋଇଥିଲା ଓ ସେ ବିଦେଶ ଯିବା ଯୋଜନା ବନ୍ଦ କରି ଦେଇଥିଲେ ।

ବିଦେଶରେ ଚାକିରି କରିବା ଯୋଜନା ବାତିଲ ହେବା ପରେ ସନ୍ଦୀପ ଜୋତା ପୋଲିସ୍‌ର ବିଜନେସ ଆରମ୍ଭ କରିବାକୁ ଭାବିଥିଲେ । ପାଖାପାଖି ୧୨ହଜାର ଟଙ୍କା ଖର୍ଚ୍ଚ କରି ସେ ବିଜନେସ ଆରମ୍ଭ କରିବା ପାଇଁ ପ୍ରସ୍ତୁତ ହୋଇଥିଲେ ।

ପରିବାର ଲୋକେ ଖୁସି ନଥିଲେ

ଜଣେ ଇଞ୍ଜିନିୟର ଜୋତା ପୋଲିସ ଓ ମରାମତି, ଏହା କୌଣସି ବାପା-ମାଙ୍କୁ ଭଲ ଲାଗିବ ନାହିଁ । ସନ୍ଦୀପଙ୍କ ପରିବାର ଲୋକେ ମଧ୍ୟ ଏହି କାମକୁ ନେଇ ଖୁସି ନଥିଲେ । କିନ୍ତୁ ତଥାପି ସେ ଲୋକଙ୍କ କଥା ନଶୁଣି ନିଜ ହୃଦୟକୁ ଶୁଣି ଥିଲେ । କେବଳ ୧୨ହଜାର ଟଙ୍କା ଖର୍ଚ୍ଚ କରି ବ୍ୟଵସାୟ ଆରମ୍ଭ କରିଥିଲେ । ସେ ବାଥରୁମକୁ ୱାର୍କସପ କରି ବନ୍ଧୁ ଓ ପରିବାର ବନ୍ଧୁଙ୍କ ଜୋତା ପୋଲିସ୍ ଓ ମରାମତି କରିବା ଆରମ୍ଭ କରିଥିଲେ ।

ସନ୍ଦୀପ ଗୋଟିଏ ସାକ୍ଷାତକାରରେ କହିଲେ କି ସେ ଜୋତା ପୋଲିସର ବିଜନେସକୁ କେବଳ ପୋଲିସରୁ ବାହାର କରି ମରାମତି ପର୍ୟ୍ୟନ୍ତ ନେବା ପାଇଁ ଚାହିଁଥିଲେ । ଏହି ସମୟରେ ସେ ଖୁବ ଲମ୍ବା ସମୟ ପର୍ୟ୍ୟନ୍ତ ରିସର୍ଚ୍ଚ କରିଥିଲେ । ଏହି ସମୟରେ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରିଥିଲେ ଓ ସେ ଅସଫଳ ହୋଇଥିଲେ । ସନ୍ଦୀପ କହିଲେ କି ‘ମୁଁ ପୁରୁଣା ଜୋତାକୁ ଏକଦମ ନୂଆ କରିବା ଓ ମରାମତି କରିବାର ନୂଆନୂଆ ଯୋଜନା ଖୋଜୁଥିଲି’ ।

ମୁଁ ରିସର୍ଚ୍ଚରେ ସବୁଠୁ ଅଧିକ ସମୟ କାଟିଲି ଓ ସେହି ରିସର୍ଚ୍ଚ ବଦଳରେ ହିଁ ୨୦୦୩ରେ ନିଜର ଓ ଦେଶର ପ୍ରଥମ ‘ଦ ଶୁ ଲୋଣ୍ଡ୍ରି’ କମ୍ପାନୀର ଆରମ୍ଭ କରିଥିଲି । ମୁଁ ନିଜେ ସଫଳ ହେବା ପାଇଁ ପ୍ରଥମେ ବିଫଳ ହେବା ଶିଖିଲି ଓ ପରେ ସେହି ଉପାୟ ଖୋଜିକି ବାହାର କଲି , ଯାହା ମୋତେ କରିବାର ନଥିଲା । ମୁମ୍ବାଇର ଅନ୍ଧେରୀ ଅଞ୍ଚଳରେ ଆରମ୍ଭ ହୋଇଥିବା ଗଜକସର ଏହି କମ୍ପାନୀ ଆଜି ଦେଶର ବହୁ ସହରରେ ପହଞ୍ଚି ସାରିଛି ।

ସନ୍ଦୀପ ଆଜି ଏହାର ଫ୍ରାଞ୍ଚାଇଜ୍ ଦେଉଛନ୍ତି ଓ କମ୍ପାନୀର ଟର୍ନଓଭର କୋଟିରେ ପହଞ୍ଚି ସାରିଛି । କାମ ଆରମ୍ଭରେ ତାଙ୍କ ନିର୍ଣ୍ଣୟ ଉପରେ ଲୋକମାନେ ଯଦି ବି ହସୁଥିଲେ କିନ୍ତୁ ବର୍ତ୍ତମାନ ଏହା ସତ୍ୟ ଯେ ‘ଯାହା ଯାହା ଉପରେ ଲୋକ ହସିଛନ୍ତି, ସେହିଁ ଇତିହାସ ରଚିଛନ୍ତି ’ ।

Share Your Comments Below