IPLରେ ଲାଗୁ ହେବ ଏହି ନୁଆ ବଡ଼ ନିୟମ; ଆସିଲା ବଡ ଖୁସି ଖବର

ଭାରତ ର ଲୋକପ୍ରିୟ ଖେଳ ରୂପେ ଲୋକେ କ୍ରିକେଟ ଖେଳ କୁ ହିଁ ଜାଣିଛନ୍ତି I ଏବଂ ବର୍ତମାନ ସମୟ ରେ କ୍ରିକେଟ ର IPL ସିରିଜ ର ଲୋକପ୍ରିୟତା ବେଶ ଅଧିକ ରହିଛି I ତେବେ ବର୍ତମାନ ସମୟ ରେ IPL ରେ ଏକ ନୂଆ ନିୟମ ଲାଗୁ ହେଇଚି I

IPL ରେ ଲାଗୁ ହେଇଚି ପାୱାର ପ୍ଲେୟାର ନିୟମ
BCCI ଦୁନିଆ ର ସବୁଠାରୁ ଦାମୀ କ୍ରିକେଟ ଲିଗ IPL ରେ ଅନେକ ବଡ଼ ପରିବର୍ତନ ଆଣିବାକୁ ଯାଉଛି I IPL ର ସଂସ୍କରଣ 2020 ରେ ପାୱାର ପ୍ଲେୟାର ର ନିୟମ ଲାଗୁ କରିବାକୁ ଯାଉଛି I ଏହା ର ଅର୍ଥ ଦର୍ଶକେ ଅଧିକ ମନୋରଞ୍ଜନ ନେଇପାରିବେ I ମିଡ଼ିଆ ରିପୋର୍ଟ ଅନୁସାରେ ଏହି ନିୟମ ର ଅନୁମତି ମଧ୍ୟ ମିଳିଯାଇଛି I

ପାୱାର ପ୍ଲେୟାର ର ନିୟମ
ଏହି ନିୟମ ଅନୁସାରେ ଟିମ ର ମ୍ୟାଚ ସମୟ ରେ କେତେବେଳେ ମଧ୍ୟ କୌଣସି ଖେଳାଳି ଙ୍କୁ ବଦଳାଯାଇପାରିବ I ଯଦି ଏକ ଓଭର ରେ 20 ରନ ଦରକାର ଓ ଡଗଆଉଟ ରେ ଆଣ୍ଡ୍ରେ ରସଲ ବସିଛନ୍ତି , ତେବେ ଆପଣ ବ୍ୟାଟିଂ ପାଁଇ ତାଙ୍କୁ ଡାକି ପାରିବେ I

ଯଦି ଆପଣ ଅନ୍ତିମ ଓଭର ରେ 15 ରନ ଡିଫେଡ଼ କରୁଛନ୍ତି ତେବେ ଆପଣ ଆପଣ ସେହି ସମୟ ରେ ବୋଲର କୁ ମଧ୍ୟ ବଦଳାଇପାରିବେ I କୌଣସି ଓଭର ଶେଷ ପରେ ମଧ୍ୟ ଆପଣ ଖେଳାଳି ଙ୍କୁ ପରିବର୍ତନ କରିପାରିବେ I

ପାୱାର ପ୍ଲେୟାର ନିୟମ
ପାୱାର ପ୍ଲେୟାର ନିୟମ ମ୍ୟାଚ ର ରୂପ ରେଖା ରେ ପରିବର୍ତନ ଆଣିପାରିବ I ତେଣୁ ଏହି ନିୟମ ଲାଗୁ ହେବା ଦ୍ୱାରା IPL ମ୍ୟାଚ ଆହୁରି ମଧ୍ୟ ରୋମାଞ୍ଚକର ହେଇପାରିବ I

Share Your Comments Below