ପ୍ରେମିକାଙ୍କ କାରଣରୁ IPS ହେଲେ ଏହି ବ୍ୟକ୍ତି, ଦିନେ ପ୍ରେମିକାକୁ ଦେଇଥିଲେ ଏପରି କଥା, ଏହି ସତ କାହାଣୀ ଆପଣଙ୍କ ଆଖିରେ ଆଣିଦେବ ଲୁହ

12 ଫେଲ , ହାରା ବହି ଜୋ ଲଡା ନାହିଁ , ଏହି ପୁସ୍ତକ ଟି ମହାରାଷ୍ଟ୍ର କ୍ୟାଡର IPS ଅଫିସର ମନୋଜ ଶର୍ମା ଙ୍କ ର ଜୀବନ କାହାଣୀ ଉପରେ ଆଧାରିତ ଅଟେ I IPS ମନୋଜ ଶର୍ମା ଙ୍କ ଜୀବନ କାହାଣୀ ଉପରେ ଆଧାରିତ ଏହି ପୁସ୍ତକ ଟି ର ଲେଖକ ହେଉଛନ୍ତି ଅନୁରାଗ ପାଠକ I ଏହି ପୁସ୍ତକ ରୁ ଆପଣ ଜାଣିବାକୁ ପାଇବେ କି କିପରି IPS ମନୋଜ ନିଜ ର ଜୀବନ ର ସଂଘର୍ଷ ପଥ ରେ ଆଗେଇ IPS ପଦବୀ ହାସିଲ କରିଛନ୍ତି I

ଏହିପରି ହେଇଛନ୍ତି IPS
12 ଫେଲ , ହାରା ବହି ଜୋ ଲଡା ନାହିଁ ,ଏହି ପୁସ୍ତକ ଟି ସମ୍ପୂର୍ଣ ରୂପେ IPS ମନୋଜ ଙ୍କ ର ଜୀବନ କାହାଣୀ ଉପର ଆଧାରିତ ଅଟେ I ମନୋଜ ଙ୍କ ର ଜନ୍ମ ମଧ୍ୟପ୍ରଦେଶ ରେ ମୁରନା ଜିଲ୍ଲା ରେ ହେଇଥିଲା I ମନୋଜ ଙ୍କ ର ପାଠପଢା ସେପରି ଭଲ ନ ଥିଲା I ସେ ନିଜ ର ନବମ , ଦଶମ ଓ 11 ତମ ଶ୍ରେଣୀ ରେ ଥାର୍ଡ଼ ଡିଭିଜନ ରେ ପାସ ହେଇଥିଲେ I କିନ୍ତୁ 12 ଶ୍ରେଣୀ ପରେ ଭଲ ରେ ପାଠ ପଢିଥିଲେ I ଡିଗ୍ରୀ ହାସିଲ କରିବା ପରେ ମନୋଜ IAS ପଦବୀ ପାଁଇ ପ୍ରସ୍ତୁତି ଆରମ୍ଭ କରିଥିଲେ I ଏବଂ ଏହି IAS ପରୀକ୍ଷ ରେ ଚତୁର୍ଥ ଥର ଯାଇ ଉତ୍ତୀର୍ଣ ହେଇଥିଲେ I

ମନୋଜ ଶର୍ମା ଙ୍କ ର କହିବା ଅନୁସାରେ ତାଙ୍କ ର ଗାର୍ଲଫ୍ରେଣ୍ଡ ଙ୍କ ର ବିଶ୍ୱାସ କାରଣ ରୁ ସେ IAS ପରୀକ୍ଷା ରେ ପାସ ହେଇଛନ୍ତି I କାରଣ ତାଙ୍କ ଗାର୍ଲଫ୍ରେଣ୍ଡ ତାଙ୍କ ର ଆତ୍ମବିଶ୍ୱାସ ବୃଦ୍ଧି କରାଇଥିଲେ କି ସେ ଦୁନିଆ ରେ ଅନେକ ସଫଳତା ହାସିଲ କରିବେ I ଏହା ପରେ ମନୋଜ ନିଜ ର ୟୁପିଏସ ପରୀକ୍ଷା ପାଁଇ ପ୍ରସ୍ତୁତି ଆରମ୍ଭ କରିଥିଲେ I

ମନୋଜ ଶର୍ମା 2005 ବ୍ୟାଚ ର ମହାରାଷ୍ଟ୍ର କ୍ୟାଡର ର IPS ଅଫିସର ଅଟନ୍ତି I ବର୍ତମାନ ସେ ମୁମ୍ବାଇ ର ଅଡିସନାଲ କମିଶନର ପଦବୀ ରେ ନିଯୁକ୍ତ ଅଛନ୍ତି I ସେ ଏହି ୟୁପିଏସସି ପରୀକ୍ଷା ର ପ୍ରସ୍ତୁତି ପାଁଇ ଦିଲ୍ଲୀ ଯାଇଥିଲେ ଓ ସେହିଠାରେ ଦୀର୍ଘ 2 ବର୍ଷ ପ୍ରସ୍ତୁତି କରିଥିଲେ I

କିନ୍ତୁ ତିନିଥର ପ୍ରଚେଷ୍ଟା ରେ ଅସଫଳ ହେବା ପରେ ଯାଇ ସଫଳତା ହାସିଲ କରିଥିଲେ I ସେ ଏତେ ସଫଳ ହେବା ପରେ ମଧ୍ୟ ଆତ୍ମହରା ହେଇ ନ ଥିଲା ଓ ନିଜ ର ଦୃଢ଼ ଇଚ୍ଛା ଶକ୍ତି ବଳ ରେ IPS ହେଇପାରିଥିଲେ I ଏବଂ ନିଜ ର ସ୍ବପ୍ନ କୁ ସାକାର କରିଥିଲେ I

ମନୋଜ ଶର୍ମା ଙ୍କ ର କହିବା ଅନୁସାରେ ଚତୁର୍ଥ ଥର ସେ ଲିଖିତ ପରୀକ୍ଷା ରେ ଉତ୍ତୀର୍ଣ ହେବା ପରେ ଇଣ୍ଟରଭିୟୁ ର ସମୁଖୀନ କରିଥିଲେ I ଏବଂ ତାଙ୍କୁ ପ୍ରଶ୍ନ ସେଠାରେ ପଚରାଯାଇଥିଲା କି IIT ଓ IIM ବିଦ୍ୟାର୍ଥୀ ଙ୍କୁ ନ ନେଇ ତାଙ୍କୁ କଣ ପାଁଇ ନିଆଯିବ I ଉତ୍ତର ରେ ମନୋଜ କହିଥିଲେ ମୁ 12 ରେ ଫେଲ ହେଇ ମଧ୍ୟ ଆଜି ଏହି ଲକ୍ଷ ପଥ ପର୍ଯ୍ୟନ୍ତ ପହଂଚି ପାରିଛି , ତେଣୁ ମୋ ଭିତରେ ନିଶ୍ଚିତ କିଛି ଯୋଗ୍ୟତା ରହିଛି I ଏହା ଶୁଣି ଚୟନ ସମିତି ମନୋଜ ଙ୍କୁ ସିଲେକ୍ଟ କରିଥିଲେ I

Share Your Comments Below